Advertisment

ପଦ୍ମ ଧରିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।

Anuradha Paudwal

Anuradha Paudwal

Advertisment

ବିଜେପି ଶିବିରରେ ସାମିଲ ହେଲ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ଅନୁରାଧା ପୌଡୱାଲ୍‌। ବିଜେପିରେ ସାମିଲ ପରେ ଖୁସିବ୍ୟକ୍ତ କରିବା ସହ ଭାଗ୍ୟବାନ ବୋଲି କହିଲେ ଅନୁରାଧା।

Advertisment

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, ‘‘ମୋତେ ଖୁସି ଲାଗୁଛି ଯେ ମୁଁ ଆଜି ଏପରି ଲୋକଙ୍କ ସହ ମିଶିଛି, ଯାହାଙ୍କର ସନାତନ ଧର୍ମ ସହ ଗମ୍ଭୀର ସଂପର୍କ। ମୁଁ ସିନେମା ଗୀତ ସହିତ ଭଜନ ବି ଗାଏ। ରାମଲଲାଙ୍କ ସ୍ଥାପନା ସମୟରେ ‌ମୋତେ ଗୀତ ଗାଇବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରେ।’’

Advertisment

ଅନୁରାଧା ପଡୱାଲ ଜଣେ ବଲିଉଡର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ। ସେ ୯୦ ଦଶକରେ ବଲିଉଡ ଗୀତ ସାଙ୍ଗକୁ ଭଜନ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ। ପ୍ରଥମ ଥର ପାଇଁ ସେ ବଲିଉଡ ଫିଲ୍ମ 'ଅଭିମାନ'ରେ ସଂସ୍କୃତରେ ଏକ ଶ୍ଲୋକ ଗାଇଥିଲେ। ଏହାପରେ ୧୯୭୩ରେ 'ଯଶୋଦା' ପିଲ୍ମରୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।

ଏ‌ବେ ତାଙ୍କୁ ୬୯ ବର୍ଷ ବୟସ। ସେ ୧୯୬୯ ମସିହାରେ ଅରୁଣ ପୌଡୱାଲ୍‌ଙ୍କୁ ବିବାହ କରିଥିଲେ। ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। କିଛି ବର୍ଷ ତଳେ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୧୯୯୧ ମସିହାରେ ଅରୁଣ ପୌଡୱାଲ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି।

Advertisment
BJP Anuradha Paudwal General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ