Advertisment

ଫୁଲମାଳରେ ଷଣ୍ଢକୁ ସଜେଇଲେ, ଶୋଭାଯାତ୍ରାରେ ବଜାର ବୁଲାଇଲେ...କେକ୍‌ କାଟି ଜନ୍ମଦିନ ପାଳିଲେ

ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ କେକ୍ କାଟି  ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।

BJP Yuva Morcha Workers Celebrates B'Day Of Bull In Front Of Block Office In Bhadrak

sBJP Yuva Morcha Workers Celebrates B'Day Of Bull In Front Of Block Office In Bhadrak

Advertisment

କେକ୍‌ କାଟି ଷଣ୍ଢର ଜନ୍ମଦିନ ପାଳନ। ତା’ବି ପୁଣି ବ୍ଲକ ଅଫିସ୍ ସାମ୍ନାରେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ଯୁବମୋର୍ଚ୍ଚାର କର୍ମୀ କେକ୍‌ କାଟି ଷଣ୍ଢର ଜନ୍ମଦିନ ପାଳନ କରିଛନ୍ତି। ଶନିବାର ଦିନ ଏହି ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଥିଲା। ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ କେକ୍ କାଟି  ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।  

Advertisment

ନିକଟରେ ବ୍ଲକ୍‌ର କର୍ମଚାରୀ ବିପିଏମ୍ କାର୍ଯ୍ୟାଳୟ ଭିତରେ ଅଫିସ କାର୍ଯ୍ୟ ବନ୍ଦ କରି ବ୍ଲକ୍‌ କର୍ମଚାରୀଙ୍କୁ ଡାକି ନିଜର ଜନ୍ମଦିନ ପାଳିଥିଲେ। ଏହା ଜଣାପଡ଼ିବା ପରେ ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ଟେବୁଲ ଉପରେ ଜନ୍ମଦିନ ପାଳନକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଭାବେ ବିଡ଼ିଓଙ୍କୁ ଜଣାଇଥିଲେ।ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଏହାକୁ ବିରୋଧ କରି ଏକ ଭିନ୍ନ ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚାର କର୍ମୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

Advertisment

ଏହାସତ୍ତ୍ୱେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚାର କର୍ମୀ ଚେତାବନୀ ଦେଇଛନ୍ତି। 

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ