Advertisment

ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲା ବିଜେପି: ହେଲେ କାହିଁକି?

ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।

ଅଦ୍ୟତନ ହୋଇଛି
ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲା ବିଜେପି: ହେଲେ କାହିଁକି?

Prithviraj Harichandan

Advertisment

ଭୁବନେଶ୍ୱର: ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି। ଏ ଚିଠି ଲେଖା ହାସ୍ୟାସ୍ପଦ ବୋଲି କହିଛି ବିଜେପି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ହେଉଛନ୍ତି। ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି। ୨୦୧୮-୧୯ରେ ପାଞ୍ଚ ଥର ଆବାସ ସଫ୍ଟେୱର ଓ୍ୱିଣ୍ଡୋ ଖୋଲାଥିଲା । ମାତ୍ର ୪୫,୯୦୩ ନାମ ପଞ୍ଜିକୃତ ହୋଇଛି।

Advertisment

ଫନି ବେଳେ ୩.୮୯ ଲକ୍ଷ ଲୋକଙ୍କ ପାଇଁ ଘର ଦରକାର ଏବଂ ଓ୍ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଥିଲେ। ସେତେବେଳ ଦୁଇଟି ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୧୩ଲକ୍ଷ ଲୋକଙ୍କ ନାଁ ଯୋଡିଲେ। ମୁଖ୍ୟମନ୍ତ୍ରୀ ନିଜ ଅଜ୍ଞତା ପ୍ରକାଶ କରି ଚିଠି ଲେଖୁଛନ୍ତି କିନ୍ତୁ ଅନ୍ୟ ଗରିବ ଆକାଂକ୍ଷି ଜିଲ୍ଲାକୁ ଦେଲେନି କାହିଁକି ବୋଲି ପ୍ରଶ୍ନ ଉଠାଇବା ସହ ପୃଥୀରାଜ କହିଛନ୍ତି ଯେ, ଯେଉଁ ନାମ ପଞ୍ଜିକୃତ ହେବ, ସେଗୁଡିକ ଜନ ନିରୀକ୍ଷଣ ସମିତି ଗଠନ ହୋଇ ଗ୍ରାମସଭା ମାଧ୍ୟମରେ ତାଲିକା ଚୂଡାନ୍ତ ହେବା ଦରକାର । ଏପ୍ରିଲ ମାସରୁ ଚିଠି ଆସିଛି ଯାହା କେନ୍ଦ୍ରୀୟ ତଦନ୍ତକାରୀ ଦଳ ରିପୋର୍ଟ ଦେଇଥିଲେ ଯେ ବ୍ୟାପକ ଦୁର୍ନୀତି ହେଇଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନିଆଗଲାନି । ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ କିମ୍ବା ଯୋଗ୍ୟ ବାଦ ପଡିଲେ ବରଦାସ୍ତ କରାଯିବନି। ଚୋରି ଧରାପଡିବା ପରେ ମୁହଁ ଟାଣ କରି ମିଛ କହିବା ବଦଳରେ ରାଜ୍ୟ ସରକାର ନୈତିକତା ଦେଖାନ୍ତୁ ବୋଲି କହିଛନ୍ତି ପୃଥୀରାଜ। ତେବେ ଏ ସମ୍ପର୍କରେ ବିଜେଡ଼ିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ