Advertisment

Udit Pradhan Arrest: କଂଗ୍ରେସର ନୀତି, ନୈତିକତା ମାପିଲା ବିଜେପି

ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହେବା ଘଟଣାରେ ତେଜିଲା ରାଜନୀତି। କଂଗ୍ରେସକୁ ଟାର୍ଗେଟ କରି ଛବିରାଣୀ ହତ୍ୟାକାଣ୍ଡ ଓ ଅଞ୍ଜନା ଗଣଦୁଷ୍କର୍ମ କାଣ୍ଡ ମନେ ପକାଇଲା ବିଜେପି।

ଅଦ୍ୟତନ ହୋଇଛି
Udit Pradhan Arrested

Udit Pradhan Arrested

Advertisment

ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି। ଏହି ଘଟଣାରେ କଂଗ୍ରେସକୁ ସିଧା ନିଶାନା କରିଛି ବିଜେପି। ଦଳ ଅଭିଯୋଗ କରିଛି ଯେ ସବୁ ଛୋଟବଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆନ୍ଦୋଳନକୁ ଓହ୍ଲାଇ ପଡୁଥିବା କଂଗ୍ରେସ ନିଜ ଦଳର ନେତାଙ୍କ କାରନାମାକୁ ଆଗେ ଦେଖୁ।

Advertisment

ପିସିସିର ଏକ ଛାମୁଆ ସଂଗଠନ ଛାତ୍ର କଂଗ୍ରେସର ଖୋଦ୍ ସଭାପତି ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ତାଙ୍କ ଦଳର ନୀତି ଓ ନୈତିକତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଆକ୍ଷେପ କରିଛି ବିଜେପି। ଏମିତିକି ସାଂପ୍ରତିକ ଘଟଣାବଳୀକୁ ନେଇ ଆନ୍ଦୋଳନ କରୁଥିବା କଂଗ୍ରେସ ସରକାର ସମୟରେ ହିଁ ଛବିରାଣୀ ହତ୍ୟାକାଣ୍ଡ ଓ ଅଞ୍ଜନା ଗଣଦୁଷ୍କର୍ମ କାଣ୍ଡ ଘଟିଥିଲା ବୋଲି କହିଛି ବିଜେପି। ତେବେ ଏ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଉଦିତ ପ୍ରଧାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗତକାଲି ଥାନାରେ ଅଭିଯୋଗ ପରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଉଦିତଙ୍କୁ ଗିରଫ କରିଛି। ଏପଟେ ଘଟଣା ପରେ ଉଦିତଙ୍କୁ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବନ କରାଯାଇଛି। 

Advertisment
Odisha News NSUI President BJP Congress Odisha Politics Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ