Advertisment

ଜୁଲାଇ ୧ରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ !

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ ।

Devendra fadnavis

Devendra fadnavis

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ସରକାର ଗଠନ ପାଇଁ ବିଜେପିର ତତ୍ପରତା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ବିଜେପି କର୍ମୀମାନେ ସ୍ଲାଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି ।

Advertisment

ଆସନ୍ତା କାଲି ତଥା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବା ସମ୍ଭାବନା ରହିଛି । ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି ଫଡନାଭିସ । ତେବେ ଏ ନେଇ ଆଜି ସେ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀ ଶିବସେନା ବିଧାୟକମାନେ ଗୋଆରୁ ଆଜି ମୁମ୍ବାଇ ଆସିବାର ଥିଲା । ତେବେ ଆଜି ମୁମ୍ବାଇ ନ ଆସିବାକୁ ସେମାନଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ।

ଯେଉଁଦିନ ଶପଥ ଗ୍ରହଣ ସମାରୋହ ହେବ, ସେଦିନ ଆସିବା ପାଇଁ ବିଧାୟକମାନଙ୍କୁ ମହାରାଷ୍ଟ୍ର ବିଜେପି ସଭାପତି ଅପିଲ୍ କରିଛନ୍ତି । ସେପଟେ ଶିବସେନା ବିଦ୍ରୋହୀ ବିଧାୟକମାନେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କ ସହ ଗୋଆରୁ ଆସି ରାଜଧାନୀ ପାଣାଜୀରେ ପହଞ୍ଚିଛନ୍ତି ।

Advertisment

ମହାରାଷ୍ଟ୍ରରେ ୨୦୧୯ରେ ଶାସନ କ୍ଷମତାକୁ ଆସିଥିଲା ମହା ବିକାଶ ଅଘାଡି ସରକାର ଶିବସେନା ।  ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ ।  ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା ।  ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ  ।

କିଛି ଦିନ ତଳେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍‌ ବିଦ୍ରୋହୀ ଭୂମିକାରେ ଆସି କିଛି ବିଧାକୟଙ୍କୁ ସାଙ୍ଗରେ ଧରି ମୁମ୍ବାଇ ବାହାରକୁ ନେଇଯାଇଥିଲେ। ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ସିନ୍ଦେଙ୍କର ଏକ ପ୍ରକାର ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା। ତେବେ ଗତକାଲି ଫ୍ଲୋର ଟେଷ୍ଟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ।  

Advertisment
Devendra Fadnavis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ