IT Raid
ରାଜ୍ୟରେ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି । ଆଇନ ତା ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି । ଏକ ପ୍ରେସମିଟରେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏନେଇ ବର୍ଷିଛନ୍ତି । ଏମିତିକି ୨୦୧୯ରେ ବୌଦ୍ଧ ଡିଷ୍ଟିଲାରିଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା କହିଛି ବିଜେପି ।
ଶିକ୍ଷାନୁଷ୍ଠାନ ଯାଉନଥିବା ମୁଖ୍ୟମନ୍ତ୍ରୀ ମଦଭାଟି ଉଦଘାଟନକୁ କେମିତି ଗଲେ । ବୌଦ୍ଧ ଡିଷ୍ଟିଲାରିଜ୍ ସହ ମୁଖ୍ୟମନ୍ତ୍ରୀଙ୍କର କିଛି ସଂପର୍କ ଅଛି କି ବୋଲି ପ୍ରଶ୍ନ କରିଛି ବିଜେପି । ବଲାଙ୍ଗିର ଜିଲ୍ଲାରେ ଗୋଟିଏ ବି ଦୁଗ୍ଧ ପ୍ଲାଣ୍ଟ ନାହିଁ ହେଲେ ସେଠାରେ ୬୨ ମଦ ଭାଟି ରହିଛି । ଏହାର ଉତ୍ତର ରାଜ୍ୟର ଶାସନ ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ ।
ମଦର କଳା ଟଙ୍କା ଜମାରେ ରାଜ୍ୟ ସରକାର ସହଯୋଗ କରିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ଆଜି ଭୁବନେଶ୍ୱରରେ ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି । ବିଜେପିର ଆରୋପ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1702453328.jpg)