Baijayanta Panda
ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମର ତଦାରଖ ପାଇଁ କୋଲକାତାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡା। ଆଜି କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ବାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଛି। ପଶ୍ଚିମବଙ୍ଗ ବିଜେପିର ମହିଳା କର୍ମୀମାନେ ହୁଳହୁଳି ପକାଇ ଓ ପୁଷ୍ପ ବୃଷ୍ଟି କରି ବୈଜୟନ୍ତ ପଣ୍ଡାଙ୍କୁ ସ୍ବାଗତ କରିଛନ୍ତି। କୋଲକାତା ନିକଟରେ ଆସନ୍ତା ୬ ତାରିଖରେ ନାରୀ ଶକ୍ତିବନ୍ଦନ କାର୍ଯ୍ୟକ୍ରମର ସମାପନ ଉତ୍ସବରେ ମୋଦି ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।
ଅନ୍ୟପଟେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାସହ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମାବେଶସ୍ଥଳ ବେଣାପୁର ପଡିଆକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।
ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସମାବେଶ ସ୍ଥଳର ଅନୁଧ୍ୟାନ କରିଛନ୍ତି। ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ କରାଯାଇଛି। ପରୀକ୍ଷାମୂଳକ ଭାବେ ବାୟୁସେନାର ଦୁଇଟି ହେଲିକପ୍ଟର ସେଠାରେ ଲ୍ୟାଣ୍ଡିଂ କରିଛି। ହେଲିପ୍ୟାଡ଼ ସହ ସଭାସ୍ଥଳ ତନଖି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709559925.jpg)