Advertisment

ଓଡ଼ିଶା ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

undefined

Surama Padhy

Advertisment

ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ। ବିରୋଧୀ ବିଜେଡି, କଂଗ୍ରେସ୍ ଓ ସିପିଏମ୍ ସୁରମାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିନା ପାତରଅନ୍ତରରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ରଖିଛନ୍ତି। ସେପଟେ ଏଥର ବିଧାନସଭାରେ ବେଶ୍ ସଶକ୍ତ ବିରୋଧୀ ଥିବାରୁ ଗୃହ ପରିଚାଳନା ସୁରମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇପାରେ।

Advertisment

ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଦିନ ୧୧ଟାରେ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଥିଲା। ଗୃହ ପରିଚାଳନା କରିଥିଲେ କାମଚଳା ବାତସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରମା ପାଢୀଙ୍କୁ ବାଚସ୍ପତି କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ସବୁ ଦଳ ସମର୍ଥନ କରିଥିଲେ। ଏହାପରେ ସବୁ ଦଳର ସଦସ୍ୟ ମିଶି ସୁରମାଙ୍କୁ ବାଚସ୍ପତି ସିଟ୍ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହରେ ବିବୃତି ରଖି ଶୁଭେଚ୍ଛା ଜଣାଇଥିଲେ। ବାଚସ୍ପତି ଚେୟାରରେ ବସିବା ପରେ ବେଶ ଭାବବିହ୍ୱଳ ହୋଇଯାଇଥିଲେ ସୁରମା। ଦାୟିତ୍ୱ ନେବା ପରେ ସମସ୍ତଙ୍କ ସମର୍ଥନ ଲୋଡିଥିଲେ ମାଡାମ୍ ସ୍ପିକର।

Advertisment

ନବୀନ ସରକାରର ଶେଷ ପାଳିରେ ରାଜ୍ୟ ଦେଖିଥିଲା ପ୍ରଥମ ମହିଳା ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କୁ ଦଳ ବାଚସ୍ପତି ଆସନରେ ବସାଇ ମହିଳା କାର୍ଡ ଖେଳିଥିଲା। ଆଉ ବିଜେପି ନିଜର ପ୍ରଥମ ପାଳିରେ ସେହି ଫର୍ମୁଲା ଆପଣାଇଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ପରେ ବିଧାନସଭାରେ ଏଥର ସଶକ୍ତ ବିରୋଧୀ ଅଛନ୍ତି। ପ୍ରତି ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ କ୍ଷେତ୍ର ପ୍ରସ୍ତୁତି ବି କରିସାରିଛନ୍ତି। ଉଭୟ ବିଜେଡି ଓ କଂଗ୍ରେସ ପାଖରେ ଅନେକ ଅନୁଭବୀ ବିଧାୟକ ଥିବାବେଳେ ବିଜେପି ସରକାରରେ ଅଧିକାଂଶ ନୂଆ। ଯେଉଁଥିପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ବିଧାନସଭାରେ ଦେଖିବାକୁ ମିଳିପାରେ। ଯେଉଁଥିପାଇଁ ଗୃହ ପରିଚାଳନା ବାଚସ୍ପତିଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ। ବାଚସ୍ପତି ପଦରେ ରହି ଶାସକ ଓ ବିରୋଧୀ ସଦସ୍ୟଙ୍କ ଆସ୍ଥା ଭାଜନ ହେବା ସୁରମାଙ୍କ ପାଇଁ କଷ୍ଟକର ବ୍ୟାପାର ହେବ।

ଅଳ୍ପ ଦିନ ଭିତରେ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଉପବାଚସ୍ପତି କିଏ ହେଉଛନ୍ତି ସେନେଇ ବି ସସପେନସ୍ ଜାରି ରହିଛି। ଏହାରି ଭିତରେ ଶାସକ ଓ ବିରୋଧୀଙ୍କୁ ନେଇ କେମିତି ଗୃହକୁ ଚଳାଉଛନ୍ତି ସୁରମା ତାଉପରେ ନଜର।

Advertisment
Odisha Assembly Odisha Speaker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ