Kangna Ranaut
ବିଜେପିର ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ ଜୋର ଧରିଲା ରାଜନୀତି । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେଙ୍କ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ ପରେ ଏହାକୁ ନେଇ ଜବାବ ଦେଇଛନ୍ତି ବିଜେପିର ହିମାଚଳପ୍ରଦେଶ ମଣ୍ଡି ଲୋକସଭା ପ୍ରାର୍ଥୀ କଂଗନା । ନାରୀ ସମ୍ମାନକୁ କ୍ଷୁର୍ଣ୍ଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି ।
କଂଗନା ଉତ୍ତର ଦେଇ ଲେଖିଛନ୍ତି ସେ ବିଭିନ୍ନ ସମୟରେ ନାରୀର ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ଏଭଳି ସୋସିଆଲ ମିଡିଆ ପୋଷ୍ଟ ପାଇଁ କଂଗ୍ରେସ ମୁଖପାତ୍ର ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । କଂଗ୍ରେସ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି ହୋଇଛି । ତେବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଅନ୍ୟ କେହି ବ୍ୟବହାର କରୁଥିବା କହିଛନ୍ତି ସୁପ୍ରିୟା । ଅନ୍ୟପଟେ କଂଗନାଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ କଂଗନାଙ୍କୁ ଉମେନ ଅଫ ଷ୍ଟିଲ୍ କହିବା ସହ ବିଜୟୀ ଭବ ବୋଲି ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711381652.jpg)