Advertisment

ଏଥର ହେବ କି ୪୦୦ ପାର? ୧୦୦ ଦିନର ରୋଡ ମ୍ୟାପ କଲେ ମୋଦି, ଏପଟେ କଂଗ୍ରେସ ବି ଆଶାବାଦୀ

କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି 'ମୋଦି ମିଠା'। ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍‌ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ।

ଅଦ୍ୟତନ ହୋଇଛି
undefined

PM Modi

Advertisment

କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍‌ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି। ୪ଶହ ପାର୍ ବନାମ୍ ୨୯୫ ପ୍ଲସ୍ ଦମ୍ଭୋକ୍ତିକୁ ନେଇ ସରକାର ଗଢ଼ିବା ଆଶାରେ ଉଭୟ କ୍ୟାଂପ୍। ଏସବୁ ଭିତରେ ଗତକାଲି ମାରାଥନ୍ ବୈଠକ କରି, ତୃତୀୟ ପାଳିର ୧୦୦ ଦିନ ପାଇଁ ରୋଡମ୍ୟାପ୍ ସମୀକ୍ଷା କରିଛନ୍ତି ମୋଦି।

Advertisment

କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି 'ମୋଦି ମିଠା'। ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍‌ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜ ତୃତୀୟ ପାଳି ପାଇଁ ଆରମ୍ଭ କଲେଣି କସରତ। ଗତକାଲି ମାରାଥନ୍ ବୈଠକ କରିବା ସହିତ କେନ୍ଦ୍ର ସରକାରଙ୍କ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥା ସମୀକ୍ଷା କରି, ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ।

କେବଳ ଏତିକି ନୁହେଁ, କନ୍ୟାକୁମାରୀ ସାଧନା ପରେ ସାମ୍ନାକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ନୂଆ ସଂକଳ୍ପରେ ବି ଦେଖିବାକୁ ମିଳିଛି 'ମୋଦି ସରକାର 3.0' ର ଝଲକ୍। ସେଥିରେ ମୋଦି '୨୦୪୭ ବିକଶିକ ଭାରତ' କଥା ଉଲ୍ଲେଖ କରିବା ସହିତ ଲେଖିଛନ୍ତି- ଭାରତକୁ ବିକଶିତ କରିବାକୁ ହେଲେ ଆମକୁ ସ୍ପିଡ୍, ସ୍କେଲ୍, ସ୍କୋପ୍ ଓ ଷ୍ଟାଣ୍ଡାର୍ଡ ଦିଗରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ। ଉତ୍ପାଦନ ସହିତ ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇ ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟକୁ ମନ୍ତ୍ର କରିବାକୁ ପଡ଼ିବ। ଆମ ସମାଜକୁ ନିରାଶବାଦୀଙ୍କ ଚାପରୁ ଆମକୁ ବାହାର କରିବାକୁ ପଡ଼ିବ।

Advertisment

ଗୋଟିଏ ପଟେ କଡ଼ା ସୁରକ୍ଷା ବଳୟରେ ଥିବା ଷ୍ଟ୍ରଙ୍ଗରୁମ ଭିତରେ ଆସନ୍ତାକାଲିର ସକାଳକୁ ଅପେକ୍ଷା କରିଛି ଇଭିଏମ୍। ଗଣତି ଅପେକ୍ଷାରେ ରହିଛି ୬୪ କୋଟିରୁ ଅଧିକ ଭୋଟରଙ୍କ ମତ। ଅନ୍ୟପଟେ ନିଜ ନିଜ ଦମ୍ଭୋକ୍ତିକୁ ଆଧାର କରି, ସେଲିବ୍ରେସନ ପାଇଁ ତୟାର ହେଲେଣି ବିଜେପି ଓ କଂଗ୍ରେସ। ସରକାର ଗଢ଼ିବା ଆଶାରେ ଉଭୟ NDA ଓ ଇଣ୍ଡି ମେଣ୍ଟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ତାଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲିର ଗଣତିକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ହୋଇଛି ବିସ୍ତୃତ ଆଲୋଚନା।

ସେପଟେ ଦିଲ୍ଲୀ ସ୍ଥିତ AICC ମୁଖ୍ୟାଳୟରେ ବି କାଲି ପାଇଁ ଚାଲିଛି ତୟାରି। କିଛି ଚମତ୍କାର ଆଶାରେ ରହିଛି କଂଗ୍ରେସ। ଦିନକ ତଳେ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା ପରେ ଇଣ୍ଡି ମେଣ୍ଟକୁ ୨୯୫ ପ୍ଲସ୍ ଆସନ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଗତକାଲି ରାହୁଲ ଏକ୍ଜିଟ୍ ପୋଲକୁ ଫାଣ୍ଟାସି ପୋଲ୍ କହି କଟାକ୍ଷ କରିଥିଲେ। ଆଉ ଆଜି ସୋନିଆ କହିଛନ୍ତି- ୱେଟ୍ ଆଣ୍ଡ୍ ସି'।

Advertisment

ଯଦି ଏକ୍‌ଜିଟ୍‌ ପୋଲ୍ ଏକ୍‌ଜାଟ୍‌ ପୋଲ ହୁଏ ତେବେ ଲଗାତାର ୩ୟ ଥର ପ୍ରଧାନମନ୍ତ୍ରୀ ବନିବାରେ, ନରେନ୍ଦ୍ର ମୋଦି ହେବେ ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

PM Modi Congress General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ