୩ ରାଜ୍ୟରେ ବିଜେପିକୁ ବହୁମତ ! ତେଲେଙ୍ଗାନାରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ...

ଗୋଟିଏପଟେ ଭୋଟ୍‌ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି । 

୩ ରାଜ୍ୟରେ ଫୁଟିବ ପଦ୍ମ !

କିଏ ମାରିବ ବାଜିବ ? କାହାର ଚାଲିବ ଶାସନ ? ଆଉ କିଏ ବସିବ ଶାସନ ଗାଦିରେ ? ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର ଫଳାଫଳ(Assembly Elections Results) ଆଜି ଆସିବ । ହେଲେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ଅଙ୍କକଷା । ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଭୋଟ୍‌ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି । 

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ୩ ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ଲିଡ୍‌ କରୁଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୫୭ ସିଟ୍‌ରେ ଆଗୁଆ ଥିବାବେଳେ କଂଗ୍ରେସ ୬୯, ବିଏସ୍‌ପି ୩ ଓ ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛି । 

ସେହିପରି ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୧୧, କଂଗ୍ରେସ ୬୯, ବିଏସ୍‌ପି ୨ ଓ ଅନ୍ୟାନ୍ୟ ଦଳ ୧୭ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ୯୦ ଆସନରୁ ବିଜେପି ୪୭, କଂଗ୍ରେସ ୪୨ ଓ ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛି । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୭୧, ବିଆର୍‌ଏସ୍‌ ୩୫, ବିଜେପି ୯, ଏଆଇଏମ୍‌ଆଇଏମ୍‌ ୪ ଆସନରେ ଆଗୁଆ ରହିଛି ।