BJD Workers Thrash Youth Congress Leader
ସମ୍ବଲପୁର: କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ଚାରିପଟୁ ଘେରିଯାଇ ପିଟିଥିବା ଅଭିଯୋଗ ହୋଇଛି। ମମିତା ହତ୍ୟା ମାମଲାରେ ନାରାବାଜି ବେଳେ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ। ସଂଘବଦ୍ଧ ମାଡ଼ରେ ଆହତ ଜୟନ୍ତଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣାକୁ ନେଇ କଂଗ୍ରେସ ନେତା ଜୟନ୍ତ କିଷାନ କହିଛନ୍ତି, ’ବିଜେଡି ନେତା ସୁଶାନ୍ତ ସିଂ ଓ ନବ ଦାସଙ୍କ ଗୁଣ୍ଡାମାନେ ମୋତେ ଆକ୍ରମଣ କରିଛନ୍ତି। ପୋଲିସ୍ ଉପସ୍ଥିତିରେ ବିଜେଡିର ଗୁଣ୍ଡାମାନେ ମୋତେ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲେ। ବିଜେଡି ଗୁଣ୍ଡାରାଜ୍ ଚଳାଇଛି। ବିଜେଡି ସରକାର ଥିବା ପର୍ଯ୍ୟନ୍ତ ନା ମା’ ମାନେ ସୁରକ୍ଷିତ ରହିପାରିବେ ନା ଜଣେ ଚାଷୀ କି ଜଣେ ସାଧାରଣ ଜନତା ଖୁସିରେ ରହି ପାରିବେ।’
ସୂଚନାଥାଉ କି, କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରି ବିଜେପି ଓ ଜେଏମ୍ଏମ୍ କର୍ମୀ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର କର୍ମୀ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635842635.jpg)