Prasanna Acharya
ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । କିଛି ଏଭଳି କହି ବିବାଦକୁ ଟାଣି ହୋଇ ଆସିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ସରକାରକୁ ଜଣେ ନବୀନ ପଟ୍ଟନାୟକ ଚଲାଉଥିଲେ କିନ୍ତୁ ବିଜେପିରେ ୪ଟା ସରକାର ବୋଲି ସମ୍ବଲପୁର ରେଢ଼ାଖୋଲରେ ଦଳୀୟ କାର୍ଯ୍ୟକ୍ରମରେ ସେ ଆକ୍ଷେପ କରିଛନ୍ତି ।
ପ୍ରସନ୍ନ କହିଛନ୍ତି, ଦିଲ୍ଲୀରେ ଜଣେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣ ନେତା ସରକାର ଚଲାଉଛନ୍ତି । ଏହି ଦୁଇ ଜଣ ସେମାନଙ୍କ ବନ୍ଧୁ ତେଣୁ ସେମାନଙ୍କ ନାଁ ନେଇ ହେବନି । ଖାଲି ସେତିକି ନୁହେଁ ଏହି ୪ ଜଣଙ୍କ ପାଖରୁ ଅର୍ଡର ଆସିଲେ ହିଁ ସରକାରରେ କାମ ହୁଏ । ତେଣୁ ରାଜ୍ୟ ସରକାରରେ ବହୁତ ଫାଇଲ୍ ୩ ମାସ ଯାଏଁ ପଡ଼ି ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପ୍ରସନ୍ନଙ୍କ ଆକ୍ଷେପକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଆମ ସରକାର ଲୋକଙ୍କ ସରକାର, ଲୋକଙ୍କ ଦ୍ୱାରା କଣ୍ଟ୍ରୋଲ୍ ହେଉଛି। ତେଣୁ ଏଭଳି ମତାମତ ଆସିବା ସ୍ୱାଭାବିକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728112798.jpg)