Advertisment

ସ୍ତ୍ରୀ ପାଇଁ ସ୍ୱାମୀ କରୁଛନ୍ତି ଦସ୍ତଖତ : ସତ କହିଲେ ରାଗୁଛନ୍ତି ବିଧାୟିକା

ସଭାରେ ସତ କହିଦେଲେ ସମିତିସଭ୍ୟ । ରାଗିପାଚି ଲାଲ୍‌ ହୋଇଗଲେ ବିଜେଡି ବିଧାୟିକା । ଚୁପ୍‌ ରହିବାକୁ ତାଗିଦ୍‌ କଲେ, ଗେଟ୍‌ ଆଉଟ୍‌ ବି କହିଲେ । ଭାଇରାଲ ହେଲା ଭିଡିଓ

ଅଦ୍ୟତନ ହୋଇଛି
Barsa Singh Bariha Viral Video

Barsa Singh Bariha

Advertisment

ଚାଲିଥିଲା ସଭା, ସତ କହିଦେଲେ ସମିତିସଭ୍ୟ । ବାସ୍ ସତ କହିଦେବାରୁ ରାଗିଗଲେ ବିଧାୟିକା । ଖାଲି ରାଗିଲେ ତାହା ନୁହେଁ ବରଂ ଗେଟ୍ ଆଉଟ୍ କହି ବାହାରିଯିବା କହିବାକୁ ବି ପଛାଇଲେନି । ଯାହାକୁ ନେଇ ପୂରା ବରଗଡ ଜିଲ୍ଲାରେ ଏବେ ବଢିଲାଣି ଚର୍ଚ୍ଚା ।

Advertisment

ଆଉ ପୂରା ଘଟଣା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଏଇଠି କେଉଁ ପ୍ରକାର ଶାସନ ଚାଲିଛି? ଜଣେ ମହିଳା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ନିଜେ ବିଭିନ୍ନ ସରକାରୀ ଫାଇଲରେ ଦସ୍ତଖତ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ପଦ୍ମପୁର ଅଂଚଳରୁ । ସ୍ତ୍ରୀଙ୍କ ବଦଳରେ ସ୍ୱାମୀ ଦସ୍ତଖତ ଥିବା ସରକାରୀ ଫାଇଲ କିଭଳି ବିଧିସମ୍ମତ ହେଉଛି ଓ ଏହା ଉପରେ ସ୍ଥାନୀୟ ବିଡିଓ କିମ୍ବା ଅନ୍ୟ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀମାନେ କାହିଁକି ଆପତ୍ତି ଉଠାଉନାହାନ୍ତି ବୋଲି ପ୍ରଶ୍ନ କରିବାରୁ ଏମିତି ନାଲି ଆଖି ଦେଖାଇଥିଲେ ବିଧାୟିକା ।

ବରଗଡ଼ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ଲିପସା ପ୍ରଧାନ କାର୍ଯ୍ୟ କରୁଛନ୍ତି । ହେଲେ ସେ ଯେଉଁ ସବୁ ସରକାରୀ ଫାଇଲ୍‌ରେ ଦସ୍ତଖତ କରିବାର କଥା ସେଥିରେ ସେ ଦସ୍ତଖତ କରନ୍ତି ନାହିଁ । ବରଂ ତାଙ୍କ ବଦଳରେ ସ୍ୱାମୀ ଫାଇଲ୍‌ରେ ଦସ୍ତଖତ କରନ୍ତି । ଅର୍ଥାତ୍‌ ଲିପ୍ସାଙ୍କ ଜାଲ ଦସ୍ତଖତ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

କେବଳ ସେତିକି ନୁହେଁ, ଗତ ଏପ୍ରିଲ ୧୫ ତାରିଖରେ ଝାରବନ୍ଧ ପଂଚାୟତ ସମିତି ବୈଠକରେ କିଛି ସମିତିସଭ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ । ବ୍ଲକ ଅଧ୍ୟକ୍ଷା କାହିଁକି ଅଫିସ ଆସୁନାହାନ୍ତି? ତାଙ୍କ ବଦଳରେ କେମିତି ସ୍ୱାମୀ ଦସ୍ତଖତ କରୁଛନ୍ତି? ସରକାରୀ ଫାଇଲ୍‌ରେ ଇଏ କେମିତି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ସମିତିସଭ୍ୟ । ହେଲେ ଏହି ଅଭିଯୋଗ ଶୁଣି ଚିହିଁକି ଉଠିଥିଲେ ନବନିର୍ବାଚିତ ବିଧାୟିକା । ଏମିତିକି ସମିତିସଭ୍ୟଙ୍କୁ ଗେଟ୍‌ ଆଉଟ୍‌ କହିବାକୁ ପଛାଇ ନଥିଲେ ।

ତେବେ ପ୍ରଶ୍ନ ଉଠୁଛି, ସ୍ୱଚ୍ଛ ଶାସନର ଡିଣ୍ଡିମ୍ବ ପିଟୁଥିବା ନବୀନ ସରକାରରେ ଏମିତି ଅସ୍ୱଚ୍ଛ କାମ ହେଉଛି କେମିତି? ସ୍ତ୍ରୀଙ୍କ ଦସ୍ତଖତ ବଦଳରେ ସ୍ୱାମୀଙ୍କ ଦସ୍ତଖତ କେମିତି କାର୍ଯ୍ୟକାରୀ ହେଉଛି? ପୂରା ଘଟଣାରେ ବିଧାୟିକାଙ୍କ ପ୍ରତିକ୍ରିୟା ଲାଗି ଯୋଗାଯୋଗ କରିବା ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନି । ସେପଟେ ବିଡିଓ କହୁଛନ୍ତି, ପ୍ରାୟ ସବୁ ମିଟିଂରେ ଏମିତି ହୁଏ । ବିଧାୟିକା କାହାକୁ ଅଭଦ୍ରାମୀ କରିନାହାନ୍ତି ।

Advertisment

ଦର୍ଶକବନ୍ଧୁ ବିଧାୟିକା ସରକାରୀ ବୈଠକରେ ସମିତିସଭ୍ୟାଙ୍କୁ କେମିତି ନାଲିଆଖି ଦେଖାଉଥିଲେ ତାହାର ଭିଡିଓ ଭାଇରାଲ ହେଉଛି । ଏପଟେ ବିଡିଓ କହୁଛନ୍ତି ସେମିତି କିଛି ହୋଇନି । ଯାହାକୁ ନେଇ ପଦ୍ମପୁରରେ ବଢିଛି ଚର୍ଚ୍ଚା।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ