Advertisment

ବିଜେଡି ନେତ୍ରୀଙ୍କ ଗାଡ଼ି ଅଟକାଇଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ...

ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ଅଟକାଇଲା ପୋଲିସ।

ଅଦ୍ୟତନ ହୋଇଛି
Sanjukta Mahala

Sanjukta Mahala

Advertisment

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ିକୁ ଅଟକାଇଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ଅଟକାଇଲା ପୋଲିସ । ନବୀନ ନିବାସ ଯାଇନପାରି ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ। ସେଠାରେ ତାଙ୍କୁ ବୁଝାସୁଝା କରିଥିଲା ପୋଲିସ ।

Advertisment

ସଂଯୁକ୍ତା କହିଛନ୍ତି, ଆଶା ଅଛି ସରକାର ମୋ କଥା ଶୁଣିବେ। ମୁଁ ସାରା ଜୀବନ ଦଳରେ ରହି କାମ କରିଛି। ମୁଁ ବହୁଥର ନବୀନ ନିବାସ ଆସିଛି। କେବେ ମୋତେ ଅଟକାଯାଇ ନାହିଁ। ଆଜି କାହିଁକି ମୋତେ ଅଟକାଗଲା ବୋଲି ସଂଯୁକ୍ତା ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଏହି ଦଳରେ ୨୨ ବର୍ଷ ହେଲାଣି କାମ କରୁଛି। ମୁଖ୍ୟମନ୍ତ୍ରୀ ମୋ ବାପତୁଲ୍ୟ। ବାପ ଘରକୁ ଝିଅ କ’ଣ ଯାଇପାରିବନି? ମୁଁ ତାଙ୍କୁ କ’ଣ ମୋ ଦୁଃଖ ଜଣାଇପାରିବେନି? ଏଥିପାଇଁ ସମସ୍ତଙ୍କର ଅନୁମତି ନେବାକୁ ପଡ଼ିବ?

କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ସଂଯୁକ୍ତା ମହଲା ଅଭିଯୋଗ ଆଣିଥିଲେ । ଏପଟେ ପୋଲିସ କମିଶନରଙ୍କ ନିକଟରେ ହାଜର ହୋଇଥିଲେ ସଂଯୁକ୍ତାଙ୍କ ମାଆ, ଭଉଣୀ ଓ ଭାଉଜ। ସଂଯୁକ୍ତା କୁଆଡେ ମିଥ୍ୟା ଅଭିଯୋଗ ଆଣି ବାପାଙ୍କ ପେନସନ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଥିଲା। ...

Advertisment

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ