Advertisment

ସକାଳୁ ସକାଳୁ ବଣରେ ଦୌଡ଼ିଲେ ବବି ବାବୁ : ହେଲେ କାହିଁକି ?

ସକାଳୁ ସକାଳୁ ନୟାଗଡ଼କୁ ନିମନ୍ତ୍ରିତ ହୋଇ ଯାଇଥିଲେ ବଡ଼ ବଡ଼ ନେତାଏ । ବବି ଓ ଅତନୁଙ୍କ ବାଦ୍ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଯାଇଥିଲେ । ସମସ୍ତେ ସ୍ପୋର୍ଟିଂ ଡ୍ରେସରେ ବି ଥିଲେ । ବାସ୍ତବରେ ବରକନ୍ୟା ଦେଖିବାକୁ ସେମାନଙ୍କୁ ନୟାଗଡ଼ ଡକେଇ ଆଣିଥିଲେ ଅରୁଣ ସାହୁ । ବର କନିଆଁ କଥା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବାସ୍ତବରେ ବରକନ୍ୟା ହେଉଛି, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହାଲପ୍ରସାଦ ଗାଁ ନିକଟରେ ବହିଯାଇଥିବା ଏକ ଛଳଛଳ ଝରଣା।

ଅଦ୍ୟତନ ହୋଇଛି
Bobby

Bobby

Advertisment

ବଣ ଜଙ୍ଗଲ ଭିତରେ  ଧୋବ ଧାବଳିଆ ବାବୁମାନଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ସେମାନଙ୍କୁ ଦେଖିଲେ ଅନେକ ପ୍ରଶ୍ନ ଆସିବ ବି ନିଶ୍ଚୟ । ହେଲେ ଘଟଣା କଣ ଥିଲା ଓ କେଉଁ ନେତାଏ କେଉଁଠିକୁ ଯାଇଛନ୍ତି ଜାଣିବା ପରେ ଆପଣ ବି ଚୁପ୍‌ ରହିବେ । ବାଜୁଥିଲା ଝାଞ୍ଜ ମୃଦଙ୍ଗ.. ରାସ୍ତା ଉପରେ ଚାଲିଥିଲା କୀର୍ତ୍ତନ। ସକାଳୁ ସକାଳୁ ଗାଡ଼ିରୁ ଓହ୍ଲାଇଥିଲେ ଶାସକ ଦଳର ପ୍ରଭାବଶାଳୀ ନେତା । ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇ.. ତାଙ୍କ ସହ କେନ୍ଦ୍ରାପଡ଼ିଆ ନେତା ଅତନୁ ସବ୍ୟସାଚୀ । ଫୁଲତୋଡ଼ା ଦେବାକୁ ମହିଳାଙ୍କ ଭିତରେ ପ୍ରତିଯୋଗିତା ବି ଥିଲା । ଏଇ ସମୟରେ ବବିଭାଇ ପଚାରିଲେ, ତମ ନେତା କୁଆଡ଼େ ଗଲେ କି? ତାଙ୍କୁ ବି ଗୋଟାଏ ତୋଡ଼ା ଦିଅ । ଯାହାକୁ ନେଇ କିଛି ସମୟ ହାସ୍ୟରସାତ୍ମକ ପରିବେଶ ସୃଷ୍ଟି ହୋଇଥିଲା ।

Advertisment

ସକାଳୁ ସକାଳୁ ନୟାଗଡ଼କୁ ନିମନ୍ତ୍ରିତ ହୋଇ ଯାଇଥିଲେ ବଡ଼ ବଡ଼ ନେତାଏ । ବବି ଓ ଅତନୁଙ୍କ ବାଦ୍ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଯାଇଥିଲେ । ସମସ୍ତେ ସ୍ପୋର୍ଟିଂ ଡ୍ରେସରେ ବି ଥିଲେ । ବାସ୍ତବରେ ବରକନ୍ୟା ଦେଖିବାକୁ ସେମାନଙ୍କୁ ନୟାଗଡ଼ ଡକେଇ ଆଣିଥିଲେ ଅରୁଣ ସାହୁ । ବର କନିଆଁ କଥା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବାସ୍ତବରେ ବରକନ୍ୟା ହେଉଛି, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହାଲପ୍ରସାଦ ଗାଁ ନିକଟରେ ବହିଯାଇଥିବା ଏକ ଛଳଛଳ ଝରଣା । 

ଝରଣାଟି ଦେଖିବାକୁ ବଣ ଭିତରେ ବେଶ କସରତ କରିଥିଲେ ନେତା ।  ସବୁଠୁ ଆଗରେ ଓ ସ୍ପିଡରେ ଚାଲିଥିଲେ ବବି ବାବୁ । ତାଙ୍କ ପଛେ ପଛେ ଅରୁଣ ସାହୁ,,, ପଛେ ପଛେ ଅତନୁ ଓ ଦେବୀଭାଇ । ପାହାଡ଼ିଆ ରାସ୍ତା.. ସେଥିରେ ପୁଣି ବାବୁମାନେ ରାଜଧାନୀରେ ବସି ବସି ବୁଲାବୁଲି ଅଭ୍ୟାସ ହରେଇଲେଣି । ହେଲେ ହଠାତ୍‌ ବଣ ଭିତରେ ଏମିତି ଯିବାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Advertisment

ତେବେ ନୟାଗଡ଼କୁ ପ୍ରଣବ ପ୍ରକାଶ ଓରଫ ବବିଙ୍କର ଏ ଅଚାନକ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଚର୍ଚ୍ଚା ହେଉଥିଲା ଯେ, ତୃତୀୟ ମହଲା ସହ ଅରୁଣଙ୍କ ସଂପର୍କ ଶିଥିଳ ପଡ଼ିଯାଇଛି। କଥାଟି ସତ କି ମିଛ, ତାହା ତ ରାଜନୈତିକ ପଣ୍ଡିତମାନେ କହିବେ, କିନ୍ତୁ ବବିଙ୍କୁ ନିଜ ଏରିଆକୁ ନିମନ୍ତ୍ରଣ କରି, ଅରୁଣ ଯେ କ୍ଷମତା ଅଳିନ୍ଦରେ ନିଜର ଆସନଟି ସୁରକ୍ଷିତ କରିବାକୁ ଚାହୁଁଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।

(ନୟାଗଡ଼ରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ