Advertisment

ପାଇକ ବିଦ୍ରୋହକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
BJD-BJP Faceoff Over Paika Rebellion

BJD-BJP Faceoff Over Paika Rebellion

Advertisment

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ପ୍ରଶ୍ନ କରିଥିଲେ ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପାଖରେ ଅଛି  କି ?  ଏହି ପ୍ରସ୍ତାବକୁ କେବେ ଗ୍ରହଣ କରିବେ କେନ୍ଦ୍ର ସରକାର ?  

Advertisment

ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଉତ୍ତର ରଖିଥିଲେ ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଇଣ୍ଡିଆନ୍‌ କାଉନସିଲ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଏହି ସଂସ୍ଥାର ମତାମତ ଅନୁସାରେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇପାରିବ ନାହିଁ।  ତେବେ ଏହାକୁ ଇଂରେଜମାନଙ୍କ ବିରୋଧରେ ଏକ ସଂଗ୍ରାମର ଉଦାହରଣ ଭାବେ ନିଆଯାଇପାରିବ। ଏହାକୁ NCERT ଅଷ୍ଟମ ଶ୍ରେଣୀ ଇତିହାସ ବହିରେ ଏକ କେସ୍ ଷ୍ଟଡି ଭାବେ ସ୍ଥାନିତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଜି. କିଶନ ରେଡ୍ଡୀ ରାଜ୍ୟସଭାରେ ଉତ୍ତର ରଖିଥିଲେ।  

କେନ୍ଦ୍ରର ଏହି ଆଭିମୁଖ୍ୟ ପ୍ରତିବାଦରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲା ବିଜେଡି। ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ବିଜେଡି ସଦସ୍ୟମାନେ ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ବଂଶଧର ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ପାଇକ ବିଦ୍ରୋହ ସଂପର୍କରେ ଆଇସିଏମ୍ଆରଙ୍କୁ ଉପଯୁକ୍ତ ତଥ୍ୟ ଦେଇପାରିନଥିଲେ ରାଜ୍ୟ ସରକାର। ମୋଦି ହିଁ ସେମାନଙ୍କ ବଂଶଧରଙ୍କୁ ସମ୍ମାନିତ କରିଥିଲେ। ବରୁଣେଇରେ ଏକ ସ୍ମାରକୀ ମଧ୍ୟ କରାଯାଉଛି। ପାଇକ ବିଦ୍ରୋହ  NCERT ବହିରେ ସ୍ଥାନ ପାଇଛି।

Advertisment
BJD BJP Paika Rebellion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ