Advertisment

ସୁଜ୍ଞାନ କୁମାରୀ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ: ବୈଜୟନ୍ତ

ବର୍ତ୍ତମାନ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପୁଅ, ଭାଇ, ଭଉଣୀ ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ଆଜି ରାତି ୭ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ ।

ଅଦ୍ୟତନ ହୋଇଛି
V Sugnana Kumari Deo

V Sugnana Kumari Deo

Advertisment

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରାଜ୍ୟପାଳ।

Advertisment

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଜ୍ଞାନ କୁମାରୀଙ୍କ ଦେହାନ୍ତକୁ ନେଇ ଦୁଃଖପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ୧୦ ଥର ବିଧାୟିକା ଭାବେ ପ୍ରତିନିଧିତ୍ବ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାଡ଼ିଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁଜ୍ଞାନ କୁମାରୀ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ। ବାରମ୍ବାର ମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ସେ ଜଣେ ରୋଲ ମଡେଲ୍ ଥିଲେ। ସେ ମୋ ପାଇଁ ଜଣେ ଆଦର୍ଶ ଓ ମୋ ପ୍ରତି ତାଙ୍କର ସ୍ନେହ ଥିଲା। । ଖରାପ ସମୟରେ ସେ ମୋତେ ଉତ୍ସାହିତ କରିବା ସହ ଭରସା ଦେଉଥିଲେ ବୋଲି ଏକ୍ସରେ ଲେଖିଛନ୍ତି ବୈଜୟନ୍ତ ।

Advertisment

ସେହିପରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି। ଏହାସହ ସୁଜ୍ଞାନ କୁମାରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଆଜି ଭୁବନେଶ୍ୱର ଅଣାଯିବ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର । ସଂଧ୍ୟା ୫ଟାରେ ଚେନ୍ନାଇ ବିମାନ ବନ୍ଦରରୁ ଭୁବନେଶ୍ୱର ଆଣିବା କାର୍ଯ୍ୟକ୍ରମ ରହିଛି । ସୁଜ୍ଞାନ କୁମାରୀଙ୍କ ନିକଟତମ ସହଯୋଗୀ ତଥା ମର୍ଦ୍ଦରାଜ ପରିଷଦ ସଂପାଦକ ସୁଧାଂଶୁ ଶେଖର ସାହୁ ଏହି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପୁଅ, ଭାଇ, ଭଉଣୀ ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ଆଜି ରାତି ୭ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ । ଏହାପରେ ଖଲ୍ଲିକୋଟ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ । ତେବେ ସରକାରଙ୍କ ପକ୍ଷରୁ କଣ କାର୍ଯ୍ୟକ୍ରମ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

Dharmendra Pradhan CM Naveen Patnaik Baijayant Panda Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ