Advertisment

Atal Bihari Vajpayee Birthday 2023: ସିନେମା ପ୍ରିୟ ଥିଲେ ଅଟଳ ବିହାରୀ; ଜାଣନ୍ତୁ କ’ଣ ଥିଲା ତାଙ୍କ ପ୍ରିୟ ସିନେମା

ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ଏହିଦିନ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ରହିଛି ବିଶେଷ ସମ୍ବନ୍ଧ। ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Atal bihari vajpayee birth anniversary 2023

Atal bihari vajpayee birth anniversary 2023

Advertisment

ଡିସେମ୍ବର ୨୫ ସମଗ୍ର ବିଶ୍ୱ ପାଇଁ ଏକ ବିଶେଷ ଦିନ। ବିଶ୍ୱର ଅନେକ ଦେଶ ଏହି ଦିନ ଖ୍ରୀଷ୍ଟମାସ ପର୍ବ ପାଳନ କରନ୍ତି। ତେବେ ଭାରତ ପାଇଁ ୨୫ ଡିସେମ୍ବରର ଗୁରୁତ୍ୱ ଭିନ୍ନ ଅଟେ। ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି।

Advertisment

ପ୍ରଶ୍ନ ହେଉଛି ଏହି ଦିନକୁ କାହିଁକି ‘ସୁଶାସନ ଦିବସ’ ଭାବେ ପାଳନ କରାଯାଏ? ଏହି ଦିନଟି କେବେ ଏବଂ କିପରି ଆରମ୍ଭ ହେଲା? ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ କ’ଣ? ତେବେ ଭାରତର ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ଅଟଳ ବିହାରୀ ବାଜପେୟୀଙ୍କ ସହ ‘ସୁଶାସନ ଦିବସ’ ସହ ରହିଛି ସ୍ୱତନ୍ତ୍ର ସମ୍ବନ୍ଧ।

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ୨୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀକୁ ‘ସୁଶାସନ ଦିବସ’ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀକୁ ‘ସୁଶାସନ ଦିବସ’ ଭାବେ ପାଳନ କରିବାର କାରଣ କ’ଣ ଜାଣିନେବା।

Advertisment

ବାପାଙ୍କ ସହିତ ପାଠ ପଢା:

ଅଟଳ ବିହାରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ରେ ଉନ୍ନାଓରେ ଜନ୍ମଗ୍ରହଣ କରିଥିଲେ। ସେ ସାମ୍ବାଦିକ ହେବାକୁ ଚାହୁଁଥିଲେ କିନ୍ତୁ ପରେ ହଠାତ୍ ରାଜନୀତିରେ ପ୍ରବେଶ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଅଟଳ ଜୀ ତାଙ୍କ ବାପାଙ୍କ ସହ ଏକାଠି କାନପୁରର DAV କଲେଜରୁ ଆଇନ ଅଧ୍ୟୟନ କରିଥିଲେ। ଉଭୟ ସମାନ ଶ୍ରେଣୀରେ ଅଧ୍ୟୟନ କରିଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। କିନ୍ତୁ ଯେତେବେଳେ ତାଙ୍କ ସାଙ୍ଗମାନେ ଏ ବିଷୟରେ ଜାଣିନେଲେ, ଅଟଳ ଜୀ ଏବଂ ତାଙ୍କ ବାପା ସେମାନଙ୍କର ସେକ୍ସନ ପରିବର୍ତ୍ତନ କରିଥିଲେ।

ଭାଷଣ ପୂର୍ବରୁ କରୁଥିଲେ ଏହି କାମ:

ଲୋକମାନେ ଜାଣନ୍ତି ଯେ ଅଟଳ ବିହାରୀ ଜଣେ ଭଲ ବକ୍ତା ଥିଲେ, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଯେତେବେଳେ ବି ଅଟଳ ବିହାରୀ ବାଜପେୟୀ ଏକ ସାଧାରଣ ସଭାରେ ଯୋଗଦେଉଥିଲେ, ସେତେବେଳେ ସେ ଗୋଲମରିଚ ଏବଂ ମିଶ୍ରି ଖାଉଥିଲେ। ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମଥୁରାରୁ ମିଶ୍ରି ମଗାଯାଉଥିଲା। ସେ ଭାଷଣ ପୂର୍ବରୁ ଏବଂ ପରେ ଏହାକୁ ଖାଉଥିଲେ।

Advertisment

ଉପହାରକୁ ନାପସନ୍ଦ:

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଉପହାର ନେବାକୁ ପସନ୍ଦ କରୁ ନ ଥିଲେ। ସେ ଉପହାର ପରମ୍ପରାକୁ ବହୁତ ବିରୋଧ କରୁଥିଲେ। ସେ କିନ୍ତୁ ଖାଇବା ପିଇବାକୁ ବହୁତ ଭଲ ପାଉଥିଲେ। ତେଣୁ, ଘରେ ପ୍ରସ୍ତୁତ ଖାଦ୍ୟ ସର୍ବଶ୍ରେଷ୍ଠ ଉପହାର ଭାବରେ ସେ ଗ୍ରହଣ କରୁଥିଲେ।

ରାଜନୀତି:

ଆଦର୍ଶ ରାଜନେତା ଭାବରେ ଜଣାଶୁଣା ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ୨୬ଟି ରାଜନୈତିକ ଦଳ ସହିତ ସରକାର ଗଠନ କରିଥିଲେ। ସେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ତାଙ୍କ ଜୀବନର ପ୍ରାରମ୍ଭରେ ସ୍ୱୟଂ ସେବକ ସଂଘ ସହିତ ସାମିଲ୍ ହୋଇଥିଲେ। ତାଙ୍କ ଭଉଣୀ ପ୍ରାୟତଃ ଅଟଲଙ୍କ RSS ର ପ୍ୟାଣ୍ଟ ଫିଙ୍ଗିଦେଉଥିଲେ, କାରଣ ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ସେମାନଙ୍କ ପରିବାର ଚାହୁଁ ନ ଥିଲେ ଯେ ଅଟଳ RSS ର ଖାକି ପ୍ୟାଣ୍ଟ ପିନ୍ଧନ୍ତୁ ବୋଲି।

ଶଉକ:

କୁହାଯାଏ ଯେ ଅଟଳ ବିହାରୀ ବାଜପେୟୀ ହିନ୍ଦୀ ସିନେମାକୁ ବହୁତ ଭଲ ପାଉଥିଲେ। ତାଙ୍କର ପ୍ରିୟ ଚଳଚ୍ଚିତ୍ର ଥିଲା 'ଉମ୍‌ରାଓ ଜାନ୍‌'। ସେ ଗୁପ୍‌ଚୁପ୍ ଖାଇବାକୁ ଖୁବ୍ ପସନ୍ଦ କରୁଥିଲେ। ସେ ଆମିଶ ଖାଇବାକୁ ବହୁତ ଭଲ ପାଉଥିଲେ। ସେ ବିଶେଷ କରି ମାଛ ଖାଇବାକୁ ପସନ୍ଦ କରୁଥିଲେ।

ଇତିହାସ ଏବଂ ମହତ୍ତ୍ୱ:

ପ୍ରତିବର୍ଷ ୨୫ ଡିସେମ୍ବରରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ‘ସୁଶାସନ ଦିବସ’ ପାଳନ କରାଯାଏ। ୨୦୧୪ ମସିହାରେ ଅଟଳ ବିହାରୀ ବାଜପେୟୀ ଏବଂ ପଣ୍ଡିତ ମଦନ ମୋହନ ମାଲବୀୟଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

ଏହାର କିଛି ଦିନ ପରେ ମୋଦି ସରକାର ଅଟଳ ଜୀଙ୍କର ଜନ୍ମ ବାର୍ଷିକୀକୁ ଭାରତରେ ‘ସୁଶାସନ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ନାଗରିକ ତଥା ବିଶେଷ କରି ଛାତ୍ରମାନଙ୍କୁ ଦେଶରେ ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନ ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଅବଗତ କରାଇବା।

Atal Bihari Vaypayee Happy Birthday Atal Bihari Vajpayee's Birth Anniversary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ