UP Elections
ଉତ୍ତରପ୍ରଦେଶର ଆଲିଗଡ ନିର୍ବାଚନ ମଣ୍ଡଳୀରେ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଏବେ ଚର୍ଚ୍ଚା ସାଉଁଟିଛି । ପ୍ରାର୍ଥୀ ପଣ୍ଡିତ କେଶବ ଦେବ ବେକରେ ଜୋତା ମାଳ ପକାଇ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପଣ୍ଡିତ କେଶବ ଦେବ କହିଛନ୍ତି ଯେ, ତାଙ୍କୁ ର୍ନିବାଚନ ଚିହ୍ନ ଭାବେ ଜୋତା ଚିହ୍ନ ମିଳିଥିବାରୁ ସେ ଏଭଳି ଜୋତାମାଳ ପିନ୍ଧି ପ୍ରଚାର କରୁଛନ୍ତି । ଏହାଦ୍ୱାରା ତାଙ୍କୁ ବାରମ୍ବାର ଭୋଟରଙ୍କୁ ନିଜର ଚିହ୍ନ ବାବଦରେ କହିବାକୁ ପଡିବ ନାହିଁ ।
ଏହାସହ ସେ କହିଛନ୍ତି ଯେ, ଦେଶରେ ବଢି ଚାଲିଥିବା ଭ୍ରଷ୍ଟାଚାରକୁ ସେ ଜୋତା ମାରି ହଟେଇବେ । ପ୍ରାର୍ଥୀ ଜଣଙ୍କ ସ୍ୱାଧୀନଭାବେ ଲଢୁଥିବା ବେଳେ ତାଙ୍କୁ ଶିବସେନା ସମର୍ଥନ କରୁଛି ବୋଲି ଜଣାପଡିଛି । ବିଧାନସଭା ର୍ନିବାଚନ ପାଇଁ ଜିଲ୍ଲାରେ ମୋଟ ୧୬୨୯ ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।
ସେହିପରି କୋରାପୁଟ ଜିଲ୍ଲା ଦାମନଯୋଡ଼ି ବଜାରରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ଖରା ଦୋକାନରୁ ଦୋକାନ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ଆଉ ପ୍ରଚାରର ମୁଖ୍ୟ ଆକର୍ଷଣ ପାଲଟିଛି ଏଲ୍ଇଡି ଟିଭି । ଯାହାକୁ ଧରି ସେ ସହର ବଜାରଠାରୁ ଆରମ୍ଭ କରି ଗାଁ ଯାଏଁ ଚଳାଇଛନ୍ତି ପ୍ରଚାର ଅଭିଯାନ । ସ୍ୱାର୍ଥୀୟ ପ୍ରାର୍ଥିନୀ ସସ୍ମିତାଙ୍କୁ ଟିଭି ଚିହ୍ନ ମିଳିଥିବାରୁ ଲୋକଙ୍କ ପାଖରେ ସହଜରେ ପହଞ୍ଚିବାକୁ ଏହି ଅଭିନବ ଉପାୟ ଆପଣାଇଛନ୍ତି ସସ୍ମିତା ।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭଗବତୀ ଭତରା ହାତରେ ଜୀଅନ୍ତା ମାଛ ଧରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ନିଜ ନିର୍ବାଚନୀ ଚିହ୍ନ ମାଛ ହୋଇଥିବାରୁ ଏହାକୁ ନେଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ସେହିପରି ହାତରେ ଲଣ୍ଠନ ଧରି ହୋମ୍ କ୍ୟାମ୍ପେନିଂ କରିବାକୁ ଓହ୍ଲାଇଛନ୍ତି ଆଉ ଜଣେ ଉଚ୍ଚଶିକ୍ଷିତ ଯୁବକ । ବିଏ,ଏଲ୍ଏଲବି ଡିଗ୍ରୀ ହାସଲ କରିଥିବା ସୁନ୍ଦରଗଡ ଜିଲ୍ଲା ଝିରିପାଣି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାମ ତିର୍କି ଏହି ଅଭିନବ ଉପାୟ ଆପଣେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643897364.jpg)