Advertisment

ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା, ୫୫ ବର୍ଷର ସମ୍ପର୍କ ଭାଙ୍ଗିଲେ ମିଲିନ୍ଦ

ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ୪୭ ବର୍ଷିୟ ମିଲିନ୍ଦ ଦେଓରା।

Milind Deora

Milind Deora

Advertisment

ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । କାରଣ ପରିବାର ସହ ଥିବା ୫୫ ବର୍ଷର ସଂପର୍କକୁ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ମିଲିନ୍ଦ ଦେଓରା । ଆଜି ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Advertisment

ସେ ଲେଖିଛନ୍ତି, ଆଜି ମୋ ରାଜନୈତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ୪୭ ବର୍ଷିୟ ମିଲିନ୍ଦ ଦେଓରା।

ଗତ କିଛି ଦିନ ଧରି ମିଲିନ୍ଦ ଦେଓରାଙ୍କ କଂଗ୍ରେସରୁ ଇସ୍ତଫାକୁ ନେଇ ଲାଗିରହିଥିଲା ଚର୍ଚ୍ଚା। ସେ କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁୁ ଗତକାଲି ଏହାକୁ ଉଡ଼ାଖବର କହିଥିଲେ ମିଲିନ୍ଦ। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଲିନ୍ଦ ଆଜି ଇସ୍ତଫା ଦେଇଛନ୍ତି। କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ ହେଉଛନ୍ତି ମିଲିନ୍ଦ ଦେଓରା।

Advertisment

ଇଣ୍ଡି ମେଣ୍ଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ୍ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି। ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବାବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇନଥାନ୍ତେ। ଇସ୍ତଫା ପରେ ମିଲିନ୍ଦ ଦେଓରା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ଆଜି ଯୋଗଦେଇପାରନ୍ତି ବୋଲି କୁହାଯାଉଛି।

Congress Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ