Advertisment

ନିର୍ବାଚନୀ ପ୍ରଚାର ବେଳେ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼; ହସ୍ପିଟାଲରେ ଭର୍ତ୍ତି

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅଦ୍ୟତନ ହୋଇଛି
Andhra CM injured after stones thrown

Andhra CM injured after stones thrown

Advertisment

ନିର୍ବାଚନୀ ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ । ଗତକାଲି ବିଜୟୱାଡାରେ ରୋଡ ସୋ' କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଜଗନ ମୋହନ ରେଡ୍ଡୀ।  ବସ୍ ଉପରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ ଗ୍ରହଣ ବେଳେ ହଠାତ୍ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ତାଙ୍କ କପାଳରେ ଗଭୀର ଆଘାତ ଲାଗିଛି।ୱାଇଏସଆରସିପି ବିଧାୟକ ଭେଲ୍ଲାମପଲ୍ଲୀ ଶ୍ରୀନିବାସ ରାଓ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

Advertisment

ଆସନ୍ତା ନିର୍ବାଚନ ପାଇଁ ଜଗନ ମୋହନ ବିଜୟୱାଡାରେ ରୋଡ ସୋ' କରୁଥିଲେ । ବିଜୟୱାଡାର ସିଂହ ନଗରଠାରେ ବସରେ ଛିଡା ହୋଇ ହାତ ହଲାଉଥିଲେ । ଏହି ସମୟରେ ଭିଡ ଭିତରୁ କେହି ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଉପରକୁ ପଥର ମାଡ କରିଥିଲା । ପଥର ଜଗନଙ୍କ ବାମ ଆଖି ଉପରେ ବାଜିଥିଲା । ସଙ୍ଗେ ସଙ୍ଗେ ବସ ଭିତରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାର କିଛି ସମୟ ପରେ ଜଗନ ପୁଣିଥରେ ରୋଡ ସୋ' ଆରମ୍ଭ କରିଥିଲେ।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ''ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥର ମାଡକୁ ମୁଁ ଦୃଢ ନିନ୍ଦା କରୁଛି । ରାଜନୈତିକ ମତଭେଦ କେବେ ବି ହିଂସା ଯାଏଁ ବଢିବା ଅନୁଚିତ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ସଭ୍ୟତା ଏବଂ ପରସ୍ପର ସମ୍ମାନକୁ ବଜାୟ ରଖିବା ଉଚିତ୍ ।

Advertisment

ସେହିପରି ବିଆରଏସ ନେତା ତଥା ତେଲେଙ୍ଗାନା ବିଧାୟକ କେଟି ରାମାରାଓ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। କିଏ ଏହି ପଥର ମାଡ଼ ପଛରେ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜଗନଙ୍କ ରାଜନୈତିକ ବିରୋଧୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Advertisment
Attack Chief Minister Y.S. Jagan Mohan Reddy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ