ଓୱାସିଙ୍କ ଖୋଲା ଧମକ ! ‘ମୁଁ ଟିକେ ଇଶାରା ଦେଲେ ପୋଲିସ ବାବୁ ଏଇଠୁ ଦୌଡ଼ିବେ’

ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ ।

akbaruddin-owaisi

ପୁଣି ବିବାଦରେ AIMIMର ଫାୟାରବ୍ରାଣ୍ଡ୍ ନେତା ଆକବରଉଦ୍ଦିନ ଓୱାଇସି । ଉତ୍ତେଜକ ଭାଷଣ ପାଇଁ ପୁଣି ଥରେ ବିବାଦରେ ଫଶିଛନ୍ତି ଆକବରଉଦ୍ଦିନ ଓୱାଇସି । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ମହଲରୁ ତାଙ୍କର ଏଭଳି ଭାଷଣକୁ ନିନ୍ଦା କରାଯାଇଛି ।

ଏଥର ସେ ମଞ୍ଚ ଉପରେ ଭାଷଣ ଦେବା ବେଳେ ଜଣେ ପୋଲିସ୍ ଇନ୍ସପେକ୍ଟରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । କାରଣ ପୋଲିସ ଅଧିକାରୀ ଜଣଙ୍କ ତାଙ୍କ ଆଡ଼କୁ ଇଶାରା କରି କହିଥିଲେ, ଯେ ଆପଣଙ୍କ ଭାଷଣ ଦେବା ସମୟ ସରିଆସିଲାଣି । ଆଉ ଏତିକି କଥା ପାଇଁ ଭୀଷଣ ରାଗିଯାଇଥିଲେ ଆକବରଦ୍ଦିନ ଓୱାସି ।

ତେବେ ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ । ଏମିତିକି ପୋଲିସ ଇନିସପେକ୍ଟରଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଆଉ କହିଥିଲେ ଏଠାରୁ ଚାଲିଯାଅ ନଚେତ୍ ତୁମର ପରିସ୍ଥିତି ଖରାପ ହେବ । ବୁଧବାର ୨୨ ନଭେମ୍ବର ହାଇଦ୍ରାବାଦରେ ଆୟୋଜିତ ଏକ ବିଶାଳ ଜନସଭା ଚାଲିଥିବା ବେଳେ ଏହି ଘଟଣା ଘଟିଛି ।

କ’ଣ କହିଥିଲେ ଆକବରଉଦ୍ଦିନ ଓୱାସି ?

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଆକବରଉଦ୍ଦିନ ଓୱାସି ପୋଲିସ୍ ଇନ୍ସପେକ୍ଟରଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ସେ ତାଙ୍କ ସମର୍ଥକଙ୍କ ଆଡକୁ ଟିକେ ଇଶାରା କରନ୍ତି ତେବେ ପୋଲିସ ବାବୁଙ୍କୁ ଏଠାରୁ ଖସି ଦୌଡ଼ିବାକୁ ପଡିବ । ଜୁନିଅର ଓୱାସି ଆହୁରି କହିଥିଲେ, ଆପଣ ଭାବୁଛନ୍ତି କି ଛୁରା ମାଡ଼ ଏବଂ ଗୁଳି ଖାଇବା ପରେ ମୁଁ ଦୁର୍ବଳ ହୋଇଯାଇଛି ? ଏହା ଆଦୌ ନୁହେଁ, ମୋ ଭିତରେ ଏବେବି ବହୁତ ସାହସ ଓ ଶକ୍ତି ଅଛି । ଭାଷଣ ସାରିବା ପାଇଁ ଆହୁରି ୫ ମିନିଟ ବାକି ରହିଛି । ମୁଁ ଆହୁରି ୫ ମିନିଟ ଭାଷଣ ଦେଇପାରିବି ।

ସେ ଆହୁରି କହିଛନ୍ତି, 'ମୋତେ ଅଟକାଇବା ପାଇଁ କାହାର ଦମ୍‌ ନାହିଁ । ଯଦି ମୁଁ ଟିକେ ଇଶାରା କହିଦେବି ତେବେ ପୋଲିସ ବାବୁଙ୍କୁ ଏଠାରୁ ପ୍ରାଣ ବିକଳରେ ଦୌଡ଼ିବାକୁ ପଡ଼ିବ । ଏମାନେ ଆମକୁ ଦୁର୍ବଳ କରିବାକୁ ଆସିଛନ୍ତି ।’

ସୂଚନାଯୋଗ୍ୟ, ଆକବରଉଦ୍ଦିନ ଚନ୍ଦ୍ରୟଙ୍ଗୁଟା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନ AIMIMର ଗଡ଼ ବୋଲି କୁହାଯାଏ । ୨୦୧୪ ଏବଂ ୨୦୧୮ରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ଦଳ ଏହି ଅଞ୍ଚଳରୁ ବିଜୟ ହୋଇଛି ।