Advertisment

ଦଳକୁ ସଜାଡିବା ମୁଡ୍‌ରେ ଶରତ, AICC ଢାଞ୍ଚାରେ ହେବ ନବକଳେବର

ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।

ଅଦ୍ୟତନ ହୋଇଛି
Sarat Patnaik

Sarat Patnaik

Advertisment

ଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଡ଼ ପଦକ୍ଷେପ । AICC ଢାଞ୍ଚାରେ ପିସିସି ଆୟୋଜନ କରିବାକୁ ଯାଉଛି ସଂକଳ୍ପ ଶିବିର । ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

Advertisment

ଜୁନ ୧ ଓ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ନବସଂକଳ୍ପ ଶିବିର । ସଂକଳ୍ପ ଶିବିରରେ ନେତା, ବିଧାୟକ, ସାଂସଦ ମାନେ ଯୋଗଦେବେ । ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ । ଶିବିରରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ । ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ରୋଡମ୍ୟାପ ତିଆରି ହେବ । ପୁରୁଣା ଲୋକଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶରତ ।

ସେ କହିଛନ୍ତି, “ଏଆଇସିସିର ନିର୍ଦ୍ଦେଶକ୍ରମେ ଜୁନ୍‌ ୧ ଓ ୨ରେ ସଂକଳ୍ପ ଶିବିର ଆୟୋଜନ ହେବ। କଂଗ୍ରେସର ସବୁ ନେତା ଓ କର୍ମୀ ଏଥିରେ ଯୋଗଦେବେ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓ ରୁଦ୍ର ରାଜୁ ବି ସାମିଲ ହେବେ। କଂଗ୍ରେସକୁ ସୁଦୃଢ଼ କରିବା ସହ ସମାବେଶରେ ବିଭିନ୍ନ ପ୍ରକାରର ରାଜନୀତିକ ପ୍ରସଙ୍ଗ ବିଷୟରେ ମଧ୍ୟ ଆଲୋଚନା ହେବ। ବିଭିନ୍ନ ବକ୍ତା ମଧ୍ୟ ନିଜ ନିଜର ମତ ରଖିବେ। ସମାବେଶ ପୂର୍ବରୁ ମୁଁ ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଭେଟିବି। ସେହିପରି କଂଗ୍ରେସ ପକ୍ଷରୁ ଗୋଟିଏ କମିଟି ଗଠନ କରାଯିବ।”

Advertisment
Congress OPCC Sarat Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ