Advertisment

ବିଜେଡିରେ ଫାଟ; ନୃସିଂହଙ୍କ ପରେ ଦେବୀ ମିଶ୍ର ଓଗାଳିଲେ ବିଷ

ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ।

ଅଦ୍ୟତନ ହୋଇଛି
Debi Mishra

Debi Mishra

Advertisment

ଚଳିତ ନିର୍ବାଚନରେ ବିଜେଡି କାହିଁକି ଶୋଚନୀୟ ଭାବରେ ହାରିଲା ? ଜଣଙ୍କ ପରେ ଜଣେ ନେତା ପରାଜୟର କାରଣ ନେଇ ମୁହଁ ଖୋଲୁଛନ୍ତି। ଗତକାଲି ବରିଷ୍ଠ ନେତା ନୃସିଂହ ସାହୁଙ୍କର ବିଜେଡି ଢୋଲ ଭିତରେ ମୂଷା ଉପାଖ୍ୟାନ କହିଥିଲେ। ବିଜେଡି ବିଜେଡିକୁ ହରାଇଲା କହିଥିବା ବେଳେ ଆଜି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦଳ ଭିତରେ ଆତ୍ମବଡିମା ରହିଲା। ଏକକାଳୀନ ଦୀର୍ଘ ସମୟ ସରକାରରେ ରହିଲେ ସମସ୍ତେ ଢିଲା ଓ ଅଳସୁଆ ହୋଇଯାଆନ୍ତି। ଯାହାର ପ୍ରତିଫଳନ ହେଲା ବୋଲି ସେ କହିଛନ୍ତି।

Advertisment

ନୃସିଂହ ସାହୁ ଏହି ଆତ୍ମବଡିମା କଥା କହିଛନ୍ତି, କାହାକୁ ଆକ୍ଷେପ କରି ନାହାନ୍ତି। ସେପଟେ ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ। କିନ୍ତୁ କିଛି ଲୋକ ଗଛ କାଟିବାକୁ ଚେଷ୍ଟ କରନ୍ତି। ସାଂଗଠନିକ ପରିବର୍ତ୍ତନ ବାବଦରେ ବିଜେଡି ସଭାପତି ବିଚାରବିମର୍ଶ କରୁଛନ୍ତି।

ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟର କାରଣ ଖୋଜା ଚାଲିଛି। ଏହାକୁ ନେଇ ବରିଷ୍ଠ ଆଉ ଯୁବ ନେତା ବର୍ଷିବାରେ ଲାଗିଛନ୍ତି। ସଂଗଠନ ସଜାଡିବା ଉଦ୍ୟମ ପରିବର୍ତ୍ତେ ଗୋହି ଖୋଳିବାରେ ଲାଗିଛନ୍ତି ପରାଜିତ ନେତା। ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଥିଲେ। ଖାଲି ସେତିକି ନୁହେଁ, ବିଜେଡି ହିଁ ବିଜେଡିକୁ ହରାଇଥିବା କହି ବିଷୋଦ୍‌ଗାର କରିଥିଲେ।

Advertisment

ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଯୋଗାଡ଼ କରିବା ବଦଳରେ ବିଜେଡିର ନେତା ବିରୋଧରେ କାମ କଲେ। ଯେଉଁଥିପାଇଁ ବିଜେଡି ଗଡ ଭୁଶୁଡିଗଲା। ଏଥିସହ ଦୀର୍ଘ ବର୍ଷ କ୍ଷମତାରେ ଥିବାରୁ ଅତ୍ୟଧିକ ଆତ୍ମ ବିଶ୍ୱାସରେ ବି ଦଳ ଦିଗହରା ହୋଇ ଶୋଚନୀୟ ଭାବେ ହାରିଲା । ନୃସିଂହଙ୍କ ଭଳି ଏଭଳି ଗୁମର ଖୋଲାରୁ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢି ଚାଲିଥିବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ ଦଳୀୟ ବିଧାୟକ କହିଛନ୍ତି କିଛି ବିଶୃଙ୍ଖଳା ନାହିଁ। ପୂର୍ବରୁ ଭୁବନେଶ୍ୱର ବିଜେଡିରେ ଫାଟ ନେଇ ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା। ଦଳର ଦୁଇ ବରିଷ୍ଠ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ଅମରେଶ ଜେନା ଢୋଲ ଭିତରେ ମୂଷା କହି ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଥିଲେ।

Advertisment

ଅପରପକ୍ଷେ ପାରାଦୀପ ଗଡ ହାତରୁ ଖସିବା ପରେ କିଛି ଦିନ ତଳେ ସମାନ ଆରୋପ ଲଗାଇଥିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ଏହାପରେ କଟକରେ ଏକ ସଭାରେ ବି ଦଳର ପରାଜୟ ପାଇଁ ପାଣ୍ଡିଆନ୍ ଓ ବବିଙ୍କୁ ଦାୟୀ କରି ବର୍ଷିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଦଳ ଏଯାଏଁ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କରିନାହିଁ। ଖୁବଶୀଘ୍ର କମିଟି ଗଠନ ହେବ ବୋଲି କୁହାଯାଇଥିଲେ ବି ଏଯାଏଁ ସମୀକ୍ଷା କରିବାକୁ କାହିଁକି ଦଳ ପଛାଉଛି ତାହା ହିଁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ