Advertisment

ଅରୁଣଙ୍କ ପରେ ଏବେ ଅତନୁ, କହିଲେ- ‘ବ୍ଲାକ୍‌ମେଲିଂ କରୁଛନ୍ତି ସୌମ୍ୟ’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
After BJD leader Arun Sahoo Now Minister Atanu Sabyasachi Targets MLA Soumya Patnaik

After BJD leader Arun Sahoo Now Minister Atanu Sabyasachi Targets MLA Soumya Patnaik

Advertisment

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି ଅତନୁ କହିଛନ୍ତି।

Advertisment

ଅତନୁ କହିଛନ୍ତି ଯେ, ‘ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ।  ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି।’

ଦଳରେ ରହି ବ୍ଲାକମେଲିଂ କରିବାକୁ ସୌମ୍ୟ ପ୍ରୟାସ କରୁଛନ୍ତି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପାଲଟା ଅଭିଯୋଗ ଆଣିଛନ୍ତି। ତେବେ ବ୍ଲାକମେଲିଂକୁ ଆୟୁଧ କରି ସେ ଲକ୍ଷ୍ୟରେ ପହଞ୍ଚି ପାରିବେନି । ସୌମ୍ୟ କ'ଣ ଓ କେତେଥର ସେ ଦଳ ବଦଳାଇଛନ୍ତି ଏହା ସମସ୍ତେ ଜାଣିଛନ୍ତି ବୋଲି ଅତନୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗର ସମାଧାନ ହେଲା । ଏଥିରେ ଅସୁବିଧା କଣ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

Advertisment

ଶାସକ ଦଳରେ ଥାଇ ବିଭିନ୍ନ ପ୍ରସଙ୍ଗରେ ବାଣ ମାରିବା ସହ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଆସୁଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଧାୟକ ଅରୁଣ ସାହୁଙ୍କ ସିଧାସଳଖ ନିଶାନା କରିଛନ୍ତି। ସେ କହିଛନ୍ତି, ସୌମ୍ୟ ରଞ୍ଜନ ଆଜିକାଲି ବଡ଼ ବିଚଳିତ ଅବସ୍ଥାରେ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି ମାଟି, ପାର୍ଟି କଥା କହୁଛନ୍ତି।

ତେବେ ଅରୁଣ ସାହୁଙ୍କ ଏଭଳି ମନ୍ତବ୍ୟ ଉପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ଲେଖିଥିବା ‘ଆତ୍ମ ବିଭୋର ପ୍ରଶାସକ, ଅସହାୟ ରାଜନେତା’ ଶୀର୍ଷକ ସମ୍ପାଦକୀୟକୁ ଅରୁଣ ସାହୁ ଆଜି ପ୍ରତିପାଦିତ କରିଛନ୍ତି। ସେ ନିଜେ କେତେ ଅସହାୟ ତାଙ୍କ କଥାରୁ ଜଣାପଡୁଛି।’

Advertisment
BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ