Advertisment

ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି।

undefined

Mining Scam

Advertisment

୨୪ ବର୍ଷ ହେଲା ରାଜ୍ୟରେ ଖଣି ଲୁଟ୍ ପଛରେ କିଏ। କାହିଁକି କାର୍ଯ୍ୟକାରୀ ହେଲାନି ଶାହ କମିଶନ ସୁପାରିଶ। କେବଳ ଜୋରିମାନା ଆଦାୟ କରି କାହିଁକି ଖଣି ଲୁଟେରାଙ୍କୁ ମାଫ୍ କରିଦେଲେ ପୂର୍ବର ବିଜେଡି ସରକାର। ପୂରା କିକ୍ ବ୍ୟାକ ପଛରେ ଅଛନ୍ତି କେଉଁ କେଉଁ ସରକାରୀ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଖଣି ଖୋଳତାଡ଼।

Advertisment

ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି। ବିଜେଡି ସରକାରରେ ସବୁଠୁ ବଡ ଦୁର୍ନୀତି ଖଣି ଦୁର୍ନୀତିର ଚେର ଖୋଜିବାରେ ଲାଗି ପଡିଛନ୍ତି ନୂଆ ବିଜେପି ସରକାର। ଦାୟିତ୍ୱ ନେବାର ୧୫ ଦିନ ନହେଉଣୁ ସିଧାସଳଖ ଖଣି ମାଫିଆଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର ? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମଏଫ ? କେଉଁ ଅଣଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା ବିଭାଗୀୟ ଖୋଳତାଡ଼ ଆରମ୍ଭ ହୋଇଥିବା ମଧ୍ୟ କହିଛନ୍ତି ମନ୍ତ୍ରୀ। ଏହା ସହ ଶାହ କମିଶନଙ୍କ ସୁପାରିଶକୁ ମଧ୍ୟ ତର୍ଜମା କରାଯିବ ବୋଲି ସୂଚନା ଦେଇଛନ୍ତି। ଏପଟେ କିନ୍ତୁ ଦୁର୍ନୀତି ଆରୋପକୁ ଖଣ୍ଡନ କରିବା ସହ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଂଶସା କରିଥିବା କହିଛି ବିଜେଡି। ଏଣେ କଂଗ୍ରେସ କହିଛି ଯଦି ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟ ଅଛି ଶାହ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ।

Advertisment

ବିଜେଡି ସରକାରର ୨୪ ବର୍ଷରେ ଖଣି ଦୁର୍ନୀତିର ରହିଛି ଲମ୍ବା ତାଲିକା। ଆରମ୍ଭ ୮୦୦ କୋଟି ଟଙ୍କାର ଉଲୁବୁରି ଖଣି ଦୁର୍ନୀତି। ପରେ ଓଡ଼ିଶାରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ମାମଲା ହେବା ପରେ ଶାହ କମିଶନ ବସାଇ ତଦନ୍ତ କରିଥିଲେ ସୁପ୍ରିମକୋର୍ଟ। ଶାହା କମିଶନ ଦାଖଲ କରିଥିବା ରିପୋର୍ଟରେ ବି ସ୍ପଷ୍ଟ ହୋଇଥିଲା ଖଣି ଦୁର୍ନୀତି ହୋଇଛି। ଯେଉଁଥି ପାଇଁ ୧୩୩ ଖଣି କଂପାନୀ ଉପରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ନେବାକୁ ସୁପାରିଶ କରିଥିଲେ।

କିନ୍ତୁ ତଥ୍ୟ କହୁଛି ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଆହୁରି ୨ ହଜାର ୯୬୫ କୋଟି ଟଙ୍କା ଆଦାୟ କରି ପାରି ନାହାନ୍ତି । ତା ଠୁ ବଡ କଥା ହେଲା କାହା ଉପରେ କାର୍ଯ୍ୟାନୁଷ୍ଠାନ ବି ନେଇ ନାହାନ୍ତି। ପ୍ରଶ୍ନ ଉଠୁଛି କେବଳ ଜରିମାନା ଦେଇ କାହିଁକି ଛାଡି ଦେଲା ବିଜେଡି ସରକାର? ସଂପୃକ୍ତ ଅଧିକାରୀଙ୍କ ଉପେର କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ? ଆହୁରି ସାଂଘାତିକ କଥା ହେଲା ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମିନି ଦୁର୍ନୀତି। ୨୦୨୨ ଡିସେମ୍ବର ୫ ତାରିଖରେ ମଧ୍ୟ ଆଉ ଏକ ଖଣି ଦୁର୍ନୀତି ନେଇ ହୁଲୁସ୍ତୁଲ ହୋଇଥିଲା ବିଧାନସଭା। ଭିଜିଲାନ୍ସ ମାମଲା ସତ୍ତ୍ୱେ କେତେକ ମାଇନ୍ସର ଲିଜ ମିଆଦି ବଢାଇବା ପଛରେ ସାଂଘାତିକ କିକ୍ ବ୍ୟାକ ଅଭିଯୋଗ ଆଣିଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି ପରେ ଖଣି ଦୁର୍ନୀତି ପଛରେ ଥିବା ମାଫିଆ ଓ ଅଧିକାରୀ ଜେଲ ଯିବେ ବୋଲି ଆଶାବାଦୀ ଖଣି ପୀଡିତ ଅଞ୍ଚଳ ବାସିନ୍ଦା।

Advertisment

ନିର୍ବାଚନ ପୂର୍ବରୁ ବି ବିଜେପିର କେନ୍ଦ୍ର ନେତୃତ୍ୱ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଖଣି ଦୁର୍ନୀତି କଥା ଉଠାଇ ଜେଲ ପଠାଇବାକୁ ଚେତାବନୀ ଦେଇଥିଲେ। ସରକାର ଗଠନ ହେବା ପରେ ମୋହନ ସରକାର ଏହି ଚାଲେଞ୍ଜକୁ କେତେ ସଫଳ କରୁଛନ୍ତି ତା ଉପରେ ନଜର।

Odisha CM Mining Mafia Mining Scam Odisha Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ