Advertisment

‘ଡରାଇ ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେ ନାହିଁ’

ପଦ ହରାଇବା ପରେ ରାଗରେ ନିଆଁବାଣ ରାହୁଲ୍

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦି ସରନେମ୍‌’ ମାମଲାରେ ଦୁଇ ବର୍ଷର ଦଣ୍ଡ ଶୁଣାଇବା ପରେ ଶୁକ୍ରବାର ଦିନ ବାଚସ୍ପତି ଓମ ବିର୍ଲା ସାଂସଦ ପଦ ରଦ୍ଦ କରିଛନ୍ତି । ତାଙ୍କୁ ସୁରତ୍‌ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ନିକଟରେ ଉପର କୋର୍ଟରେ ଆବେଦନ କରିବାର ବିକଳ୍ପ ରହିଛି । ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି । ଏହି ଘଟଣା ଭାରତ ଗଣତନ୍ତ୍ରର ସ୍ଥିତିକୁ ନେଇ ବିଶ୍ୱକୁ ଏକ ଖରାପ ସଙ୍କେତ ଦେଉଥିବା କୁହାଯାଇଛି ।

Advertisment

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ(Rahul Gandhi ) ଆଜି ଅପରାହ୍ନ ୧ଟାରେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି । ଏନେଇ ଦୈନିକ ନୂଆ ନୂଆ ଉଦାହରଣ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

‘ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ନୂଆ ନୁହେଁ, ବହୁ ପୁରୁଣା । ସଂସଦରେ ପ୍ରଶ୍ନ କରିଥିଲି, ହେଲେ ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା । ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ । ମୋତେ କହିବାକୁ ସୁଯୋଗ ଦିଆଗଲାନି । ମୁଁ ପ୍ରଶ୍ନ କରିବି, ମୋତେ କେହି ଡରାଇ ପାରିବେନି’। ଡରାଇ, ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେନି । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢ଼ୁଛି । ମୋତେ କେହି ଚୁପ୍‌ କରିପାରିବେ ନାହିଁ । ମୋ ପରବର୍ତ୍ତୀ ଭାଷଣକୁ ଡରି ମୋ ପଦ ଜାଣିଶୁଣି ରଦ୍ଦ କରାଗଲା । ଏ ଦେଶ ମୋତେ ବହୁତ କିଛି ଦେଇଛି, ଦେଶ ପାଇଁ ଲଢ଼ିବି ’।

Advertisment

ସେପଟେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ଆଶଙ୍କାରେ ରାଜନୈତିକ ଭବିଷ୍ୟତ। ଏପଟେ ୱାଇନାଡ ଲୋକସଭା ଆସନ ଖାଲି ହୋଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ୱାଇନାଡ ସିଟ ଫାଙ୍କା ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏବେ ନିର୍ବାଚନ କମିଶନଙ୍କ ପାଖରେ ନିଷ୍ପତ୍ତି । ଆସନ ଫାଙ୍କା ଘୋଷଣା ହେବାର ୬ ମାସ ଭିତରେ ଉପନିର୍ବାଚନ ହେବା ପାଇଁ ନିୟମ ରହିଛି ।

ତେଣୁ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ୨୦୨୩ ମଧ୍ୟରେ ଯେକୌଣସି ସମୟରେ ଉପନିର୍ବାଚନ ଘୋଷଣା ହୋଇପାରେ । ଗତ ଗୁରୁବାର ଏକ ମାନହାନୀ ମାମଲାରେ ସୁରତ ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇବା ସହ ବେଲ୍ ଦେଇଛନ୍ତି । 

Advertisment
Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ