Advertisment

ଗ୍ୟାଙ୍ଗଷ୍ଟର ବିଧାୟକ : ୨ ଜଣଙ୍କୁ ଜିଅନ୍ତା ପୋଡ଼ିଲେ...ଦୁଇଥର ବିଧାୟକ ଓ ଏମପି ହେଲେ...

ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା

ଅଦ୍ୟତନ ହୋଇଛି
GangStar MLA

GangStar MLA

Advertisment

କଥାରେ ଅଛି ନେତାଙ୍କୁ ସବୁ ମାଫ୍‌। କାରଣ ଅନେକ କୁହନ୍ତି ନେତା ଯେତେ ଅପରାଧ କଲେବି ସେମାନଙ୍କୁ ଦଣ୍ଡ ମିଳିବା କ୍ୱଚିତ୍‌ ଦେଖାଯାଏ। ଆଉ ଏହି କଥାକୁ ସୁହାଇବା ପରି କାରନାମା କରିଛନ୍ତି ଜଣେ ନେତା। ଯାହାଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କାରଣ ସେ ଏମିତି ଜଣେ ନେତା ଯିଏକି ରାଜନୀତିକୁ ଆସିବା ପୂର୍ବରୁ ଅପରାଧ ଜଗତରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ଆଉ ତାଙ୍କର ନାଁ ଥିଲା ଶହାବୁଦ୍ଦିନ। ଏହି ବ୍ୟକ୍ତି ଜଣକ ବିହାରର ସୀବାନ ଜିଲ୍ଲା ପ୍ରତାପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ କଲେଜ ପଢ଼ୁଥିବା ସମୟରେ ମାରପିଟ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ। ହେଲେ ପରେ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ଆରଜେଡି ଟିକେଟରୁ ଦୁଇ ଦୁଇ ଥର ବିଧାୟକ ଓ ୪ ଥର ସାଂସଦ ବି ହୋଇଥିଲେ।

Advertisment

କିନ୍ତୁ ନିଜର କାରନାମା ପାଇଁ ସେ କେବଳ ବିହାର ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ଚୋରି, ଚୋରାଚାଲାଣ, ଧମକ ଦେବା ଓ ତସ୍କରୀ ଭଳି ଅପରାଧ ଘଟାଇଲେ। ପୋଲିସଙ୍କୁ ଚାପୁଡ଼ା ମାରି ବିବାଦୀୟ ଥିଲେ ପରେ ରାଜନେତାଙ୍କୁ ଅପହରଣ ଓ ପାର୍ଟି ଅଫିସ୍‌ ମାମଲାରେ ଜେଲରେ ପଶିଲେ। ୨୦୦୧ରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି ବେଶ ଚର୍ଚ୍ଚିତ ହୋଇଥିଲେ। ଆଉ ଏହାପରେ ପୋଲିସ ଟାର୍ଟେଟ୍‌ରେ ସେ ଥିଲେ। ତାଙ୍କ ଗ୍ୟାଙ୍ଗକୁ ସମୂଳେ ନାଶ କରିବାକୁ ଯାଇ ୨ ପୋଲିସଙ୍କ ସହ ୮ ଜଣ ଲୋକ ପ୍ରାଣ ହରାଇଥିଲେ। ଆଉ ଏହାପରେ ‘ଶହାବୁ’ ନାମରେ ସେ ବିହାରରେ ବେଶ୍‌ କାୟା ବିସ୍ତାର କରିଥିଲେ। ତାଙ୍କ ଗ୍ୟାଙ୍ଗ ଉପରେ ପୋଲିସ ଟାର୍ଗେଟ୍‌ କରିବା ପରେ ୪ ରୁ ଅଧିକ ପୋଲିସ ଗାଡ଼ିକୁ ପୋଡ଼ି ଦେଇଥିଲେ। କିନ୍ତୁ ଏହାପରେ ମାମଲା ଅଣାୟତ୍ତ ହେବାରୁ ନେପାଳ ପଳାଇଥିଲେ ‘ଶହାବୁ’ ।

କଥାରେ ଅଛି ପ୍ରକୃତି ନୈବ୍ୟ ମ୍ୟୁଚତେ...ନେପାଳରୁ ଫେରିବା ପରେ ପୁଣି ଜଣେ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଅପହରଣ କଲେ । ଆଉ ୨୦୦୪ରେ ସେ ଦୁଇ ଭାଇଙ୍କୁ ଏସିଡ୍‌ ମାଡ଼ କରି ମାରିଥିବା ଘଟଣାରେ ମାମଲା ରୁଜୁ ମଧ୍ୟ ହେଲା। କିନ୍ତୁ ପ୍ରମାଣ ଅଭାବରୁ ସେ ଖସିଯାଇଥିଲେ। କିନ୍ତୁ ପୋଲିସ ୨୦୦୫ରେ ତାଙ୍କ ଘର ଉପରେ ଅତର୍କିତ ଚଢାଉ କରି ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଓ ବୋମା ଜବତ କରିଥିଲା। ହେଲେ ଏହାପରେ ଆଉ ଆଇନ ଆଖିରୁ ଖସିଯାଇନଥିଲା ‘ଶହାବୁ’ । ୨୦୦୭ରେ ପାର୍ଟି ଅଫିସରେ ଭଙ୍ଗାରୁଜା କରିବା ମାମଲାରେ ୨ବର୍ଷ କାରାଦଣ୍ଡ ଓ କମ୍ୟୁନିଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ଅପହରଣ କରିବା ମାମଲାରେ ଶହାବୁଦ୍ଦିନକୁ ଆଜୀବନ କାରାଦଣ୍ଡ ଅଦାଲତ ଶୁଣାଇଥିଲେ। ତେଣୁ ୨୦୦୯ରେ ‘ଶହାବୁ’ ଆଉ ନିର୍ବାଚନ ଲଢିପାରିନଥିଲେ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାରାଗାରରେ ଥିବା ସମୟରେ ୨୦୧୪ ଓ ୨୦୧୬ ମସିହାରେ ଶହାବୁଦ୍ଦିନଙ୍କ ନାଁରେ ପୁଣି ହତ୍ୟା ଅଭିଯୋଗ ଆସିଥିଲା। କିନ୍ତୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ତିହାର ଜେଲରେ ଥିବା ବେଳେ ୨୦୨୧ ମସିହାରେ ଶହାବୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା। ସେ ଯାହାବି ହେଉ ଏତେ ଅପରାଧ ପ୍ରବଣ ଜଣେ ବ୍ୟକ୍ତି ନିର୍ବାଚନରେ ଥରେ ନୁହେଁ ୨ ଥର ନୁହେଁ ୬ ଥର କେମିତି ବିଜୟ ହେଲେ ତାହାକୁ ନେଇ ଜାତୀୟଠୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଚାଲେ। ହେଲେ ଏବେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଥିବାରୁ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

GangStarPolitician
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ