Advertisment

୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ? ରାତି ତମାମ୍ ମାନସ ମନ୍ଥନ

ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?

undefined

BJP Politics

Advertisment

NDA ୪ଶହ ପାର୍, ବିଜେପିକୁ ୩୭୦ ସିଟ୍ । ଏଇ ବିଶାଳ ଟାର୍ଗେଟ ପୂରଣ ପାଇଁ, ଯୋଗ୍ୟ ପ୍ରାର୍ଥୀ ବାଛିବାକୁ ଦିନରାତି ଏକ୍ କରିଦେଇଛି ବିଜେପି। ଗତରାତିରେ ଦଳର ମିଡ୍ ନାଇଟ୍ ମାନସ ମନ୍ଥନ ଚାଲିଥିଲା ।

Advertisment

ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆଲୋଚନା, ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବସିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ରାତି ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ବୈଠକରେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ହେଭିୱେଟ ନେତା।

ରାତି ପ୍ରାୟ ୪ଟା ଯାଏଁ ଚାଲିଥିଲା ବିସ୍ତୃତ ଚର୍ଚ୍ଚା-ଆଲୋଚନା। ସମସ୍ତ ସିଟରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଏଥିରେ ଗଭୀର ସମୀକ୍ଷା ହୋଇଥିବା ବେଳେ, ବିଜେପି ମାର୍ଚ୍ଚ ୧୦ ପୂର୍ବରୁ ଅଧାରୁ ଅଧିକ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।

Advertisment

ଯୋଗ୍ୟ ପ୍ରାର୍ଥୀ ବାଛିବାକୁ କେଉଁ ରଣନୀତି ଆପଣାଇଛି ବିଜେପି ? ୨୦୨୪ ମହାସମର ପାଇଁ କେମିତି ଫିଟ୍-ଯୋଦ୍ଧା ବାଛିବେ ମୋଦି ଓ ଶାହ ? କେମିତି ଜାଣିବେ ଯେ, କିଏ ସଫଳ କରିବ ବିଜେପିର ମିଶନ୍ ୩୭୦ ? ଲୋକସଭା ପ୍ରାର୍ଥୀ ଚୟନ ପାଇଁ ଚର୍ଚ୍ଚାରେ ବିଜେପିର ଟପ୍-ଫାଇଭ୍ ଫର୍ମୁଲା ।

ଫର୍ମୁଲା-୧
ତୃଣମୂଳ ସ୍ତରର ଭାବାବେଗ ଓ ଗ୍ରହଣୀୟତା ଭିତ୍ତିରେ ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଛି ବିଜେପି। ନମୋ ଆପ୍ ଜରିଆରେ ସ୍ଥାନୀୟ ସାଂସଦଙ୍କ ପ୍ରଦର୍ଶନ ସଂପର୍କରେ ଲଗାତାର ମିଳୁଛି ଲୋକଙ୍କ ମତ। ୨ କୋଟି ସବସ୍କ୍ରାଇବର ଥିବା ଏହି ମୋବାଇଲ ଆପ୍ଲିକେସନରେ ଗତବର୍ଷ ହୋଇଥିଲା 'ଜନ ମନ ସର୍ଭେ' । ଯେଉଁଥିରେ କେନ୍ଦ୍ର ସରକାର ଓ ସ୍ଥାନୀୟ ସାଂସଦଙ୍କ ପ୍ରଦର୍ଶନ ସଂପର୍କରେ ଲୋକଙ୍କ ମତ ମଗାଯାଇଥିଲା।

Advertisment

ଫର୍ମୁଲା-୨
ପ୍ରତ୍ୟେକ ଲୋକସଭା ଆସନରେ ଯୋଗ୍ୟ ପ୍ରାର୍ଥୀ ଖୋଜିବା ପାଇଁ ୱିନେବିଲିଟି ସର୍ଭେ, ବା ବିଜୟ ଦକ୍ଷତା ସର୍ବେକ୍ଷଣ କରିଥିଲା ବିଜେପି। ପାରଂପରିକ ପଦ୍ଧତିରୁ ବାହାରି, କେନ୍ଦ୍ରୀୟ ନେତୃତ୍ୱ ପ୍ରତ୍ୟେକ ଅଞ୍ଚଳରେ ୩ଜଣ ସର୍ବାଧିକ ଲୋକପ୍ରିୟ ନେତାଙ୍କ ସଂପର୍କରେ ଜନମତ ସଂଗ୍ରହ କରିଥିଲେ। ଲୋକସଭା ପ୍ରବାସ ଯୋଜନା ମଧ୍ୟ ଏ ଦିଗରେ ସହାୟକ ହୋଇପାରେ।

ଫର୍ମୁଲା-୩
ଗତ ୨ ବର୍ଷ ଧରି ବିଜେପି ଲଗାତାର ଭାବେ ଦଳୀୟ ସାଂସଦମାନଙ୍କ ଫିଡବ୍ୟାକ୍ ନେଇ ସେମାନଙ୍କ ପରଫର୍ମାନ୍ସ ରିଭ୍ୟୁ କରିଆସୁଛି। କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇ ସେଠାକାର ବିଜେପି ସାଂସଦ ମାନଙ୍କର ପ୍ରଦର୍ଶନ ସଂପର୍କରେ ମତ ଲୋଡ଼ାଯାଉଛି। ଲଗାତାର ରାଜ୍ୟ ସ୍ତରୀୟ ନିର୍ବାଚନ କମିଟି ବୈଠକ ହେଉଥିବା ବେଳେ, ପ୍ରତ୍ୟେକ ରାଜ୍ୟର କୋର କମିଟି ସହ ନିରନ୍ତର ଆଲୋଚନା କରୁଛନ୍ତି ନଡ୍ଡା, ଶାହ ଏବଂ ମହାସଚିବ ବି.ଏଲ୍. ସନ୍ତୋଷଙ୍କ ଭଳି ଟପ୍ ନେତା।

ଫର୍ମୁଲା-୪
ଯେଉଁ ଆସନମାନଙ୍କରେ ବର୍ତ୍ତମାନର ସାଂସଦଙ୍କର ପ୍ରଦର୍ଶନ ନିରୁତ୍ସାହଜନକ ରହିଛି ଏବଂ ଯେଉଁଠି ୨୦୧୯ରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା, ସେଠାରେ ସ୍ଥିତି ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ। ଚର୍ଚ୍ଚା ହେଉଛି, ଆଶାନୁରୂପ ପ୍ରଦର୍ଶନ ନଥିବା ୬୦-୭୦ ସାଂସଦଙ୍କର ଏଥର ଟିକେଟ୍ କଟିପାରେ । ବହୁ କେନ୍ଦ୍ରମନ୍ତ୍ରୀ, ଏପରିକି ରାଜ୍ୟସଭା ସାଂସଦଙ୍କୁ ନିଜ ଅଞ୍ଚଳରୁ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବିଜେପି। 

ଫର୍ମୁଲା-୫
କିଛି ପୁରୁଣା ଗଡ଼ରେ ଦେଖିବାକୁ ମିଳିପାରେ ନୂଆ ମୁହଁ। ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ଆସନରୁ ବର୍ତ୍ତମାନର ସାଂସଦ ଦୁଇ ଥର ଜିତିସାରିଲେଣି, ସେଠାରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇପାରେ ବିଜେପି। ଏଥିପାଇଁ ଅନ୍ୟ ଦଳରୁ ଲୋକପ୍ରିୟତା ଥିବା ନେତାଙ୍କୁ ଦଳରେ ସାମିଲ କରାଯାଉଥିବା ବେଳେ, ସହଯୋଗୀ ଦଳର ନେତାଙ୍କୁ ବି ଟିକେଟ୍ ଦେବା କଥା ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ