ସ୍ତନ କର୍କଟ : କେତେକ ଉପାଦେୟ ତଥ୍ୟ

ଆଜିକାଲି ସ୍ତନ କର୍କଟରେ ଅଧିକାଂଶ ମହିଳା ପିଡୀତ ହେବା ଦେଖାଯାଏ। ଏହାର ବିଭିନ୍ନ କାରଣ ରହିଥିଲେ ମଧ୍ୟ କେତେକ ଦିଗକୁ ଦୃଷ୍ଟିଦେଲେ ଏହାକୁ ଏଡାଇଦିଆଯାଇ ପାରିବ। ଆସନ୍ତୁ ନଜର ପକେଇବା।

Breast Cancer Awareness

ସ୍ତନ କର୍କଟ କ’ଣ

ସ୍ତନ ମଧ୍ୟରେ ଅସଂଖ୍ୟ ଗ୍ରନ୍ଥି ଓ ଦୁଗ୍ଧନଳୀର ସମାହାର ରହିଥାଏ। ଏଥିରେ କୌଣସି କୋଷିକାର ଅନିୟନ୍ତ୍ରିତ ବିଭାଜନ ଓ ଅଭିବୃଦ୍ଧି ଯୋଗୁଁ ଅର୍ବୁଦ ସୃଷ୍ଟି ହୋଇଥାଏ ଯାହାକୁ ସ୍ତନ କର୍କଟ କୁହାଯାଏ।

ଲକ୍ଷଣ

ରୋଗର କାରଣ

ସ୍ତନ କର୍କଟର ପ୍ରାକ ନିରୂପଣ/ ସ୍କ୍ରିନିଙ୍ଗ

ଏହା ପ୍ରାଥମିକ ସ୍ତରରେ ସ୍ତନ କର୍କଟକ ନିରୂପଣ କରିବାରେ ଓ ରୋଗକୁ ଭଲ ଭାବରେ ଚିକିତ୍ସା କରିବାରେ ସହାୟକ ହୋଇଥାଏ । ଏହା ମୁଖ୍ୟତ ମହିଳାଙ୍କ ଦ୍ୱାରା ସ୍ୱ-ସ୍ତନ ପରୀକ୍ଷା, ଚିକିତ୍ସକଙ୍କ ଦ୍ୱାରା ସ୍ତନ ପରୀକ୍ଷା, ମାମୋଗ୍ରାଫି ଓ ସନ୍ଦେହ ଉପୁଜିଲେ ଛୁଞ୍ଚି ପରୀକ୍ଷା ଦ୍ୱାରା କରାଯାଏ । ମାମୋଗ୍ରାଫି ମୁଖ୍ୟତ ୫୦ ବର୍ଷରୁ ଉର୍ଦ୍ଧ ମହିଳାଙ୍କଠାରେ ବର୍ଷକୁ କିମ୍ବା ଦୁଇ ବର୍ଷକୁ ଥରେ ବ୍ୟବଧାନରେ କରିବା ଉଚିତ । ରୋଗ ଦେଖାଦେବାର ଅଧିକ ସମ୍ଭାବନା ଥିବା ମହିଳାଙ୍କଠାରେ ଯଥା ପରିବାରରେ କାହାର ସ୍ତନ କର୍କଟ ଥିଲେ କିମ୍ବା ଅନ୍ୟ ଅର୍ବୁଦ ବା ପ୍ରାକ୍ କର୍କଟ ଲକ୍ଷଣ ଥିଲେ ଏହାକୁ କମ ବୟସରେ ମଧ୍ୟ କରାଯାଇଥାଏ ।

ରୋଗର ନିରୂପଣ

ଷ୍ଟେଜିଂ/ ରୋଗର ସ୍ତର

ଅନ୍ୟ ଅଙ୍ଗର କର୍କଟ ପରି ସ୍ତନ କର୍କଟରେ ମଧ୍ୟ ଚାରୋଟି ଷ୍ଟେଜ୍‌ ବା ସ୍ତର ଥାଏ । ପ୍ରଥମ ଓ ଦ୍ୱିତୀୟ ଷ୍ଟେଜ୍‌କୁ ପ୍ରାରମ୍ଭିକ ସ୍ତର ଭାବେ ବିବେଚନା କରାଯାଉଥିବାବେଳେ ତୃତୀୟ ଷ୍ଟେଜକୁ ଆଞ୍ଚଳିକ ଅଗ୍ରସର ସ୍ତର ବା ଷ୍ଟେଜ କୁହାଯାଏ । ଚତୁର୍ଥ ଷ୍ଟେଜ କହିଲେ ମୁଖ୍ୟତ ରୋଗ ଅନ୍ୟ ଅଙ୍ଗକୁ ବିସ୍ତାର କରିବାର ସଙ୍କେତ ଦେଇଥାଏ ।

ଷ୍ଟେଜିଂ ଦ୍ୱାରା ରୋଗର ସ୍ଥିତି ସମ୍ବନ୍ଧରେ ଜଣାପଡିବା ସହିତ ଚିକିତ୍ସା ପଦ୍ଧତ୍ତି ନିର୍ଣ୍ଣୟ କରିବାରେ ସୁବିଧା ହୋଇଥାଏ ।

ଚିକିତ୍ସା

ସ୍ତନ କର୍କଟର ଚିକିତ୍ସା ମୁଖ୍ୟତ ଶଲ୍ୟଚିକିତ୍ସା (ସର୍ଜରୀ), କେମୋ ଥେରାପି, ରେଡିଓ ଥେରାପି (ରଞ୍ଜନ ରଶ୍ମୀ ଚିକିତ୍ସା), ହର୍‌ମୋନ୍‌ ଓ ଟାର୍ଗେଟେଡ୍‌ ଥେରାପି ଚିକିତ୍ସା ଉପରେ ପର୍କ୍ଷ୍ୟବେକ୍ଷିତ ଥାଏ।

ଚିକିତ୍ସା ପଦ୍ଧତ୍ତିର କ୍ରମ ମୁଖ୍ୟତ ରୋଗର ଷ୍ଟେଜ୍ ଓ କେତେକ ନିର୍ଦ୍ଧିଷ୍ଟ ରିସେପ୍ଟରର ପରିପ୍ରକାଶ ଉପରେ ନିର୍ଭର କରିଥା।

ରିସେପ୍ଟର ପରିପ୍ରକାଶର ଭୂମିକା

ସ୍ତନ କର୍କଟରେ କେତେକ ନିର୍ଦ୍ଧିଷ୍ଟ ରିସେପ୍ଟରର ପରିପ୍ରକାଶ ବିଶେଷ ଭୂମିକା ବହନ କରେ। ଏହା ମଧ୍ୟରେ ଏସଷ୍ଟ୍ରୋଜେନ, ପ୍ରୋଜେଷ୍ଟେରନ ହର୍‌ମୋନ୍‌ ରିସେପ୍ଟର, HER 2 NEU ରିସେପ୍ଟରର ଭୂମିକା ମୁଖ୍ୟତଃ ବିବେଚିତ ହୋଇଥାଏ । ଯେଉଁମାନଙ୍କଠାରେ ଏହି ରିସେପ୍ଟର ଦେଖାଯାଏ ସେମାନଙ୍କ କ୍ଷେତ୍ରରେ ଏଥିପାଇଁ କାର୍ଯ୍ୟ କରୁଥିବା କିଛି ନିର୍ଦ୍ଧିଷ୍ଟ ଚିକିତ୍ସା ଦିଆଯାଏ।

ରୋଗ ନିରୂପଣ ଓ ଚିକିତ୍ସା ସାଧନରେ ଅଗ୍ରଗତି

ପରିବାର ଓ ସମାଜର ଭୂମିକା

କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରୋଗୀର ଶାରୀରିକ ସହିତ ମାନସିକ ଓ ସାମାଜିକ ସମସ୍ୟାର ସମାଧାନ ମଧ୍ୟ ନିତାନ୍ତ ଆବଶ୍ୟକ। ସେଥିପାଇଁ ପରିବାର ଓ ସମାଜର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ରୋଗୀର ସଫାସୁତୁରା, ଖାଦ୍ୟପେୟ, ସୁସ୍ଥ ମାନସିକତା ତଥା ମନୋବଳ ବୃଦ୍ଧି କରିବାରେ ଚିକିତ୍ସକଙ୍କ ସହ ପରିବାର ସଦସ୍ୟଙ୍କ ଭଲ ବୁଝାମଣା ଓ ସହଯୋଗ ରହିବା ଅନିବାର୍ଯ୍ୟ।

ସାରାଂଶ

ସଂକ୍ଷେପରେ କହିବାକୁ ଗଲେ ସ୍ତନ କର୍କଟର ଚିକିତ୍ସା ସମ୍ଭବ ଓ ରୋଗୀ ଭଲ ହେବାର ହାର ପୂର୍ବ ଅପେକ୍ଷା ଯଥେଷ୍ଟ ବଢିଛି। ତେବେ ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ନିରୂପଣ କରାଯାଇ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ।

ଡ଼ାଃ ଶୁଭାଶିଷ ମିଶ୍ର 

କର୍କଟ ରୋଗ ବିଶେଷଜ୍ଞ, ସମ୍‌ ଅଲ୍ଟିମେଟ୍ ମେଡିକେୟାର୍