Advertisment

ପ୍ରାକୃତିକ ଶକ୍ତିର ଉତ୍ସକୁ ଖାଲି କରିବାରେ ଦାୟୀ କିଏ…

ୟୁରୋପୀୟ ଦେଶଗୁଡ଼ିକ ଇନ୍ଧନ (ପେଟ୍ରୋଲିୟମ୍)କୁ ନେଇ ଆଜି ବି ବେପରୁଆ। ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ନିଜ ମନଇଚ୍ଛା ଇନ୍ଧନର ଅପବ୍ୟବହାର କରୁଛନ୍ତି। ଇନ୍ଧନର ମୂଲ୍ୟ ଯେତେ ଅଧିକ ହେଲେ ମଧ୍ୟ ସେମାନଙ୍କ ଉପରେ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ, କିନ୍ତୁ ସେମାନଙ୍କ ଏ ପ୍ରକାର ଖାମଖିଆଲି ମନୋଭାବ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁନି କି?

ଅଦ୍ୟତନ ହୋଇଛି
Who is responsible to destroy the natural resource

Who is responsible to destroy the natural resource

Advertisment

ବିଶ୍ୱର ଧନୀ ଦେଶଗୁଡ଼ିକ ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ ଇନ୍ଧନ (ପେଟ୍ରୋଲିୟମ୍)କୁ ନେଇ ଆଜି ବି ବେପରୁଆ। ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ନିଜ ମନଇଚ୍ଛା ଇନ୍ଧନର ଅପବ୍ୟବହାର କରୁଛନ୍ତି। ଇନ୍ଧନର ମୂଲ୍ୟ ଯେତେ ଅଧିକ ହେଲେ ମଧ୍ୟ ସେମାନଙ୍କ ଉପରେ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ, କିନ୍ତୁ ସେମାନଙ୍କ ଏ ପ୍ରକାର ଖାମଖିଆଲି ମନୋଭାବ ବିଶ୍ୱର ଅପେକ୍ଷାକୃତ ଗରିବ ରାଷ୍ଟ୍ରଗୁଡ଼ିକୁ ଗୁରୁତର ଭାବେ ପ୍ରଭାବିତ କରିଚାଲିଛି।

Advertisment

କେବଳ ସେତିକି ନୁହେଁ ପେଟ୍ରୋଲିୟମ୍‌ଜାତ ଇନ୍ଧନ ପାଇବା ପାଇଁ ଏହି ଧନୀ ଦେଶଗୁଡ଼ିକ ବିଶ୍ୱ ବଜାରରେ ଇନ୍ଧନର ଯେକୌଣସି ମୂଲ୍ୟ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଉଛନ୍ତି। କେବଳ ଏମାନଙ୍କ ପାଇଁ ବିଶ୍ୱ ବଜାରରେ ପେଟ୍ରୋଲିୟମଜାତ ଇନ୍ଧନର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି, କିନ୍ତୁ ସବୁଠୁ ବଡ଼ ପରିତାପର ବିଷୟ ଏ ସମ୍ପର୍କରେ ଧନୀ ଦେଶଗୁଡ଼ିକ ସାମାନ୍ୟତମ ଚିନ୍ତା ମଧ୍ୟ କରୁନାହାନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏ ସମ୍ପର୍କରେ କିଏ ଚିନ୍ତା କରିବ? କିଏ ଗରିବ ଦେଶଗୁଡ଼ିକର ଭାଙ୍ଗିଯାଉଥିବା ମେରୁଦଣ୍ଡକୁ ସଳଖ କରିବାରେ ସହାୟକ ହେବ? କିଏ ଏ ସମ୍ପର୍କରେ ବିଶ୍ୱ ସମୁଦାୟ ସମ୍ମୁଖରେ ସ୍ୱର ଉତ୍ତୋଳନ କରିବ? ଯେତେବେଳେ କି ବିଶ୍ୱର ପ୍ରତ୍ୟେକ ଦେଶ ଏବେ ନିଜ ନିଜ ସମସ୍ୟାର ସମାଧାନ ଖୋଜିବାରେ ବ୍ୟସ୍ତ ରହିଛନ୍ତି କିଏ ବା କାହିଁକି ଅନ୍ୟଙ୍କ ପାଇଁ ଚିନ୍ତା କରିବ? କାହା ପାଖରେ ସମୟ ରହିଛି। ଅବଶ୍ୟ ଏହାର ଅନ୍ୟତମ କୂଟନୈତିକ କାରଣ ମଧ୍ୟ ରହିଛି। କୌଣସି ଦେଶ ଅନ୍ୟ ଦେଶ ପାଇଁ ବିଶ୍ୱସ୍ତରରେ ପ୍ରସଙ୍ଗ ଉଠାଇ ନିଜକୁ ସେହି ଧନୀ ଦେଶଙ୍କ କୁଦୃଷ୍ଟିର ଶିକାର କରିବାକୁ ଚାହୁଁନାହାନ୍ତି। ଆମ ସହ ଭଲ... ସବୁ ଭଲ ନୀତିରେ ସମସ୍ତେ ଚାଲିବାକୁ ଚାହୁଁଛନ୍ତି।

Advertisment

କୁହାଯାଉଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି। ଏହା ବାସ୍ତବିକ ମଧ୍ୟ। ଦୀର୍ଘ ୧୫୦ ଦିନ ଅର୍ଥାତ୍ ୫ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ଯୋଗୁଁ ବିଶ୍ୱର ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏଥିପାଇଁ କେବଳ ଏହି ଦୁଇ ଦେଶ ଯେ ଯୁଦ୍ଧର ମୂଲ୍ୟ ଦେଉଛନ୍ତି ତାହା ନୁହେଁ। ସମଗ୍ର ବିଶ୍ୱ କିଛି ନ କରି ମଧ୍ୟ ଏହି ଯୁଦ୍ଧ ପାଇଁ ପାଉଣା ଦେବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଉଦୀୟମାନ ଅର୍ଥନୀତିର ସରକାର ମୁଦ୍ରାସ୍ଫୀତିରେ ପୀଡିତ ଲୋକଙ୍କୁ ଇନ୍ଧନ ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହି ଧାରାରେ ଭାରତ ମଧ୍ୟ ଆସୁଛି।

ଯଦି ଭାରତର ପଡୋଶୀ ଦେଶଙ୍କ କଥା କହିବା ତେବେ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଆଦି ରାଷ୍ଟ୍ରରେ ଭୟାବହ ତୈଳ ସଂକଟକୁ ସମସ୍ତେ ଅତି ନିକଟରୁ ଦେଖିବାକୁ ପାଉଛନ୍ତି। ଭାରତର ସ୍ଥିତି ଏମାନଙ୍କ ତୁଳନାରେ ସାମାନ୍ୟ ଭଲ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ପାକିସ୍ତାନ ଏବଂ ଶ୍ରୀଲଙ୍କାର ଅର୍ଥନୀତି ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ହିଁ ଦେବାଳିଆ ହୋଇସାରିଥିଲା।

Advertisment

ସେହିପରି ବାଂଲାଦେଶର ଅର୍ଥନୀତି ଏବେ ଦୋଦୁଲ୍ୟମାନ ସ୍ଥିତିରେ ପହଞ୍ଚିଛି। ଅନ୍ୟ ଅର୍ଥରେ ବୁଝିଲେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ, ଅର୍ଥାତ୍ ଚଳିତ ବର୍ଷ ଫେବ୍ରୁଆରୀରୁ ଏଲ୍ଏନ୍‌ଜି ମୂଲ୍ୟ ପ୍ରାୟ ୧୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯାହାକି ଅର୍ଥନୈତିକ ସ୍ତରରେ ସ୍ୱାଭାବିକ ତଥା ସାମାନ୍ୟ ଦୁର୍ବଳ ଥିବା ଦେଶଗୁଡ଼ିକୁ ଅନେକାଂଶରେ ପ୍ରଭାବିତ କରିଛି।

ଅନ୍ୟପକ୍ଷେ ଗରିବ ଦେଶଗୁଡ଼ିକ ବା ଦେବାଳିଆ ସ୍ଥିତିରେ ପହଞ୍ଚିସାରିଥିବା ଦେଶଗୁଡ଼ିକରେ ଏହା ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଏହା ସତ୍ତ୍ୱେ ବିଶ୍ୱର ଧନୀ ଦେଶଗୁଡ଼ିକ ମନଇଚ୍ଛା ଇନ୍ଧନ କିଣିବା ଏବଂ ଅପଚୟ କରିବାରେ ଲାଗିଛନ୍ତି।

ଅର୍ଥନୀତିଜ୍ଞଙ୍କ କହିବାନୁସାରେ ୟୁରୋପୀୟ ଦେଶଗୁଡିକ ଅଧିକ ମୂଲ୍ୟ ଦେଇ ଏଲ୍ଏନ୍‌ଜି କିଣୁଛନ୍ତି ଯାହାର ପରିଣାମସ୍ୱରୂପ ବିକଶିତ ଦେଶମାନଙ୍କ ପାଇଁ ଶକ୍ତି ଆମଦାନୀ ବିଲ୍ ଜିଡିପିର ମାତ୍ର ୨-୨% ପର୍ଯ୍ୟନ୍ତ ରହୁଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶମାନଙ୍କ ପାଇଁ ଏହା ଜିଡିପିର ୨୫% ରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଏତଦ୍‌ବ୍ୟତୀତ ଏ ସବୁର ପ୍ରଭାବ ଅନେକ ଦେଶର ମୁଦ୍ରାର ଅବନତି (ଡଲାର ମୂଲ୍ୟ ତୁଳନାରେ ବିଭିନ୍ନ ଦେଶର ଟଙ୍କା ହ୍ରାସ ପାଇବା) ହେତୁ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୁଜାନ୍ କସ୍‌ମାର୍‌ଙ୍କ ଅନୁଯାୟୀ ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ସାରା ବିଶ୍ୱରେ ଅଶାନ୍ତି ସୃଷ୍ଟି କରୁଛି, ଯେଉଁଠି ଗରିବ ଦେଶ ନିଜ ଜନସାଧାରଣଙ୍କୁ ଇନ୍ଧନ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ ମଧ୍ୟ ଅସମର୍ଥ ହେଉଛନ୍ତି। ସେଠାରେ ଧନୀ ଦେଶଗୁଡ଼ିକ ପ୍ରାକୃତିକ ଶକ୍ତିର ଉତ୍ସକୁ ଖାଲି କରିବାରେ ଲାଗିଛନ୍ତି ଏହା ଏକ କଟୁ ଉପହାସ ନୁହେଁ ତ ଆଉ କ’ଣ?

Petroleum Products Natural Resources
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ