Advertisment

ଅନାନି... ଆଉ ଡାକିଲେବି ଅନେଇବେନି !

କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା।

ଅଦ୍ୟତନ ହୋଇଛି
Raimohan Parida Passes Away

Raimohan Parida Passes Away

Advertisment

ଯିଏ ଜୀବନ ପାଇଛି., ତାର ମୃତ୍ୟୁ ନିଶ୍ଚିତ। ପ୍ରତି ଜୀବନର ମୃତ୍ୟୁ ଶେଷ ଠିକଣା। ଜୀବନ ଯଦି କାହାଣୀ ହୁଏ ମୃତ୍ୟୁ ତାର ଯବନିକା । ଜୀବନ ଯଦି ଗୋଟେ ବହି ତାହେଲେ ମୃତ୍ୟୁ ତାର ଶେଷ ପୃଷ୍ଠା । ଏମିତିକା ଅନେକ କାହାଣୀ, ଅନେକ ଗପ, ଅନେକ କଥା କେବଳ ମନ ବୁଝାଇବା ପାଇଁ । ସତ ହେଲା ଏନ୍ତୁଡିଶାଳରେ ଲଗାଯାଇଥିବା ନିଆଁ ଯେବେ ଶ୍ମଶାନରେ ଲିଭେ। ସବୁ ସ୍ୱପ୍ନ, ସବୁ କାହାଣୀ, ସବୁ ସ୍ମୃତି, ସବୁ ଜୀବନ ଛାରଖାର ହୋଇଯାଏ। ମାଟିରୁ ଆସିଥିବା ମଣିଷ ମାଟିରେ ମିଶିଯାଏ, ସିଏ ରାଜା ହେଉ କି ରଙ୍କ। ଆଉ ଏଥିରୁ ଆମର ପ୍ରିୟ ଭାଇ ଭାଇ ଓରଫ ଅନାନୀ, ଓରଫ ଜଲିଉଡ କିଙ୍ଗ, ଓରଫ ବ୍ୟାଡମ୍ୟାନ ଅଲଗା ରହିଥାନ୍ତେ କେମିତି ।

Advertisment

କଥାରେ କଥାରେ ରିଲରେ ନାଲି ଆଖି ଦେଖାଉଥିବା ମଣିଷ, ଯିଏ ରାତିରେ ଗର୍ଜିଲେ ହଜାର ହଜାର ଦର୍ଶକଙ୍କ ନିଦ ହଜିଯାଏ, କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା । ସବୁ ପତିଆରା, ସବୁ ପ୍ରତିପତ୍ତି, ସବୁ ପ୍ରତିଷ୍ଠା ଭାଙ୍ଗିଗଲା ତାସ୍‌ର ଘର ଭଳି। ରାତିରେ ଦେଖିଥିବା ସ୍ୱପ୍ନ, ସଂଜବେଳେ କରିଥିବା ଯୋଜନା, ଦ୍ୱିପ୍ରହରରେ ଦେଇଥିବା ପ୍ରତିଶ୍ରୃତି କଣ ପାଇଁ ତାଙ୍କ ଲାଗି ଅନାବଶ୍ୟକ ହୋଇଗଲା। କଣ ପାଇଁ ସେ ସବୁ କିଛି ଭୁଲିଗଲେ। କଣ ପାଇଁ ଭୂଲିଗଲେ। ତାଙ୍କ ସହ ଆଉ କିଛି ଜୀବନ ବି ଲାଗିଛି।

କିଛି ଆଖି ତାଙ୍କ ପାଇଁ ପ୍ରତିଦିନ ଅପେକ୍ଷା କରି ବସିଛନ୍ତି। ଯାହାଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଶହ ଶହ ଟଙ୍କ।ର ଟିକେଟ ନେଇ ଯାହାଙ୍କ ମୁଁହରୁ ସଂଳାପ ଶୁଣିବା ପାଇଁ ରାତିର ନିଦକୁ ଭୂଲିଯାଆନ୍ତି। ଆନନ୍ଦ ସିନେମାର ସେହି ଡାଇଲଗ, ଜିନ୍ଦେଗୀ ଅର ମୌତ ଉପର ୱାଲେ କି ହାତ ମେ ଜାହାଁପନା । କାହାକୁ ଏଠାରେ ମୃତ୍ୟୁ ଆସେ, ଆଉ କିଏ ମୃତ୍ୟ ପାଖକୁ ଆପେ ଆପେ ଚାଲିଯାଏ। କାରଣ ସେ ହେଉଛି ମୃତ୍ୟୁ, ସମୟ ହୋଇଗଲେ ପ୍ୟାକଅପ। ସେକେଠ ଟେକର ଆଉ ସୁଯୋଗ ହିଁ ନ ଥାଏ। ପ୍ୟାକ ଅପ ମାନେ ପ୍ୟାକ ଅପ୍‍ । ଜୀବନର ଫିଲ୍ମ ହିଟ ହେଲା କି ନହେଲା ତାହା ଦର୍ଶକଙ୍କ ନିଷ୍ପତ୍ତି। ଏମିତି, ସେମିତି ଯେମିତି ହୋଇଯାଏ ମୂଲ୍ୟହୀନ। ବହୁତ ମନେ ପଡିବେ ଓଲିଉଡର ବ୍ୟାଡମ୍ୟାନ।

Advertisment

ସବୁବେଳେ କୁହଁନ୍ତି ମୋ କ୍ରେଜ କୌଣସି ହିରୋଠାରୁ କମ ନୁହେଁ, ମୋର ଲେଭଲର ଭିଲିଆନ ବି କେହି ନାହାଁନ୍ତି, ମୁଁ ତିନିପୁରୁଷର କଳାକାର। ଏ ସବୁ ଜାଣିଲା ପରେ ଏମିତି କାହିଁକି ହେଲା । ଏମିତି କାହିଁକି ଠକିଦେଲେ। ହଁ ତାଙ୍କ ହାତରେ ବା କଣ ଅଛି ସ୍କ୍ରିପଟ ତ ଲେଖାସରିଛି। ୟେ ତ କେବଳ ଅଭିନେତା ଯେଉଁଠି ଡାଇରେକ୍ଟର କହିସାରିଲେଣି ପ୍ୟାକ ଅପ।

ମତ୍ୟୁ ପାଖକୁ ଆସେ, କି ମୃତ୍ୟୁ ପାଖକୁ ତମେ ଯାଅ। ସଟ ଓକେ ହୋଇନି କିନ୍ତୁ ରି ଟେକ୍‌ର ବି ଆଉ ସୁଯୋଗ ନାହିଁ। ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ।  ହେ ଅନାନି ଆଉ ସେ ଡାକିଲେବି ଅନେଇବେନି। ମିସ୍‍ ୟୁ ରାଇ ଭାଇ।
ଅନାନି ରହୁଛି !

Advertisment
RIP RaimohanParida Raimohan Parida No More
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ