Advertisment

୪ ପ୍ରକାରର ଭୂମି ମିଳେ; ଆସନ୍ତୁ ଜାଣିବା କେଉଁ ଭୂମି କି ଫଳ ଦିଏ...

ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।

ଅଦ୍ୟତନ ହୋଇଛି
four types of vastu land

four types of vastu land

Advertisment

ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।

Advertisment

ବାସ୍ତୁର ଅବହେଳା କାରଣରୁ ପରିଣାମ ସ୍ୱରପ ଅନେକ ଦୁଃଖ ଅପଯଶ ନିରାଶ ମିଳିଥାଏ। ଏଣୁ ଲୋକମାନଙ୍କ କଲ୍ୟାଣ ନିମନ୍ତେ ଆମର ମୁନିଋଷିମାନେ ଆମ ପାଇଁ ଏହି ବାସ୍ତୁଶାସ୍ତ୍ରର ରଚନା କରିଛନ୍ତି। ଏହାର ବ୍ୟବହାରରେ ଉପାଦେୟତା କେବଳ ଭାରତରେ ନୁହଁ ସମଗ୍ର ବିଶ୍ୱରେ ଆଦୃତ ହେଇପାରିଛି।

ଆଜିର ବାସ୍ତୁର ବାସ୍ତବତାରେ ଜାଣିବା ଭୂମି ପରୀକ୍ଷା ଏବଂ ଭୂମିର ପ୍ରକାର ବିଷୟରେ ଯାହାକି ଗୃହନିର୍ମାଣ ପୂର୍ବରୁ ଦରକାର। ଯଦି ଗୃହ ନିର୍ମାଣ ପୂର୍ବରୁ ଭୂମିର ଦୋଷ ବିଷୟରେ ଜାଣି ଭୂମିକୁ ଶୋଧନ କରି ଗୃହନିର୍ମାଣ କରିବା ତେବେ ଆମେ ଅନେକ ଶୁଭଫଳ ପାଇପାରିବା।

Advertisment

ଭୂମି ପରୀକ୍ଷା କରିବା ପାଇଁ ପ୍ରଥମେ ଭୂମିରେ ଗୋଟେ ଫୁଟ ଗାତ ଖୋଳି ସେହି ଗାତ ମଧ୍ୟରେ ସେହି ମାଟି ପୁରାଇଲେ ଯଦି ମାଟି ବଳିଯାଏ ତେବେ ତାହା ଅତ୍ୟନ୍ତ ଭଲ ଭୂମି, ଯଦି ମାଟି ନ ବଳେ ବା ସମାନ ଭାବରେ ପୂରିଯାଏ ତେବେ ତାହା ମଧ୍ୟମ ଧରଣର ଭୂମି ବୋଲି ଜାଣିବା ଏବଂ ଯଦି ମାଟି ଅଭାବ ହୁଏ ତେବେ ଏହା ଅତ୍ୟନ୍ତ ଅଶୁଭ ଭୂମି ବୋଲି ଜାଣିବେ।

ଏହି ସବୁ ପରୀକ୍ଷା ନିଜେ ଯଦି କରିବେ ତେବେ ଭୂମିରେ ଗାତ ଖୋଳିବା ପୂର୍ବରୁ ଶୁଭମୁହୂର୍ତ୍ତର ବିଚାର କରି ବାସ୍ତୁ ପୁରୁଷଙ୍କୁ ପ୍ରଣାମକରି ଦୋଷ ତ୍ରୁଟି ପାଇଁ କ୍ଷମା ମାଗି କରିବେ। ଏହିପରି ଅନେକ ଭୂମି ପରୀକ୍ଷାର ସୂତ୍ର ରହିଛି, ଯାହା ଆଗକୁ ଜାଣିବା। ଏଠାରେ ଵାସ୍ତୁବିତଙ୍କ ଉପସ୍ଥିତିର ଆବଶ୍ୟକ ରହିଛି, ଅନ୍ୟଥା ଭୁଲ୍ ହେଇଯିବ।

Advertisment

ଏବେ ଆମେ ଭୂମିର ବିଭିନ୍ନ ପ୍ରକାର ବିଷୟରେ ଜାଣିବା:

ଭୂମିର ପ୍ରକାରକୁ ବାସ୍ତୁଶାସ୍ତ୍ରରେ ଚାରି ଭାଗରେ ବିଭକ୍ତ କରାଯାଇଛି। ଯେମିତି ଆମ ହିନ୍ଦୁ ଧର୍ମରେ ଜାତିର ବ୍ୟବସ୍ଥା ଅଛି ସେମିତି ଭୂମିର ମଧ୍ୟ ଜାତି ବ୍ୟବସ୍ଥା ରହିଛି।

ବ୍ରାହ୍ମଣଭୂମି – ଏହି ଭୂମିର ରଙ୍ଗ ଶ୍ୱେତ ବର୍ଣର। ଏହା ଘୃତ ପରି ସୁଗନ୍ଧ ଦେଇଥାଏ ଏବଂ ମଧୁ ପରି ସ୍ୱାଦ ମଧ୍ୟ ଦେଇଥାଏ। ଏହି ଭୂମିରେ ଅନେକ ଉପାଦେୟ ବୃକ୍ଷ ଏବଂ ଗୁଳ୍ମରହିଥାଏ। ଏହି ଭୂମି ଉପରକୁ ଗଲେ ମନରେ ଏକ ପ୍ରକାର ଆନନ୍ଦ ମିଳିଥାଏ। ଏହାର ପରିବେଶ ଏବଂ ପାରିପାର୍ଶ୍ଵିକ ସ୍ଥିତି ମନ ଅନୁକୂଳ ହେଇଥାଏ। ଏହିପରି ଭୂମି ବିଦ୍ୟାଳୟ, ମନ୍ଦିର ଏବଂ ଧର୍ମ ଅନୁଷ୍ଠାନ ପାଇଁ ଅତ୍ୟନ୍ତ ଶୁଭହେଇଥାଏ। ଏହା ଉପରେ ଗୃହନିର୍ମାଣ କରି ରହିଲେ ମନରେ ସାତ୍ତ୍ୱିକ ଭାବ ଉତ୍ପନ୍ନ ହୋଇଥାଏ ଏବଂ ସୁଖ ଶାନ୍ତି ମିଳେ। କିନ୍ତୁ ବ୍ୟବସାୟୀମାନେ ଏହି ଭୂମିରେ ଘର କଲେ ଶୁଭଫଳ ମିଳେ ନାହି।

କ୍ଷତ୍ରିୟ ଭୂମି – ଏହି ଭୂମିର ବର୍ଣ ଏବଂ ଗନ୍ଧ ରକ୍ତ ସମାନ ହେଇଥାଏ। ସ୍ୱାଦ କଷାୟ ଏବଂ ସ୍ପର୍ଶ କଠୋର ହୋଇଥାଏ। ଏହି ଭୂମିରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ପରାକ୍ରମ ବଢିଥାଏ। ଏହିପରି ଭୂମିରେ ରାଜନୈତିକ କାର୍ଯ୍ୟାଳୟ, ଅସ୍ତ୍ର–ଶସ୍ତ୍ର ନିର୍ମାଣ ସ୍ଥାନ, ସୈନିକମାନଙ୍କ କାର୍ଯ୍ୟାଳୟ କିମ୍ବା ବାସସ୍ଥାନ କଲେ ଶୁଭ ଫଳ ମିଳିଥାଏ। ଅନ୍ୟ ବର୍ଗର ଲୋକମାନେ ଏଠାରେ ଶାନ୍ତି ପାଇବେ ନାହିଁ।

ବୈଶ୍ୟଭୂମି – ଏହି ଭୂମିର ରଙ୍ଗ ହଳଦିଆ। ଗନ୍ଧ ଅନ୍ନ ସମାନ, ସ୍ୱାଦ ଅଲଣା ହେଇଥାଏ। ଏହି ପ୍ରକାର ଭୂମିରେ ବ୍ୟବସାୟ ଭଲ ହେଇଥାଏ। ଏଣୁ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଏବଂ ବ୍ୟବସାୟୀମାନେ ଗୃହ ନିର୍ମାଣ କରି ରହିଲେ ଅତ୍ୟନ୍ତ ଶୁଭ ଫଳ ପାଇଥାନ୍ତି।

ଶୁଦ୍ରଭୂମି – ଏହି ଭୂମିର ରଙ୍ଗ କୃଷ୍ଣବର୍ଣର। ଗନ୍ଧ ମଦିରା ସମାନ। ଏହି ଭୂମି ଆବଡା ଖାବଡ଼ା ହେଇକି ଥାଏ। ଏହି ଭୂମି ସମସ୍ତଙ୍କ ପାଇଁ ଅଶୁଭ ଫଳ ଦେଇଥାଏ । ଏହି ଭୂମିରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ଘରେ ସବୁବେଳେ ଝଗଡା ଲାଗିରହିଥାଏ। ଏହିପରି ଜାଗାରେ ଗୃହ ନିର୍ମାଣ କରିବା ଉଚିତ ନୁହେଁ।

ଏହିସବୁ ଭୂମିର ପରୀକ୍ଷା କରିବା ପାଇଁ ବାସ୍ତୁବିତଙ୍କ ପରାମର୍ଶ ନେବା କଥା। କିନ୍ତୁ ନିଜେ ଜାଣିବାକୁ ହେଲେ, ଆପଣ ବାସ୍ତୁପୁରୁଷଙ୍କୁ ଏବଂ ବାସ୍ତୁଦେବତାଙ୍କୁ ଧ୍ୟାନକରି ନିଜ ଇନ୍ଦ୍ରିୟକୁ ଏକାଗ୍ରତାକୁ ଆଣି ଏ ଭୂମି ସବୁ ପରୀକ୍ଷା କରିପାରିବେ।

Vastu Tips Vastu Vichar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ