Advertisment

ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

Garbage Problem

Garbage Problem

Advertisment

ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବେ ଫାଇନ୍ । ଖୋଲାରେ ଅଳିଆ ପକାଇଲେ ଫାଇନ କାଟିବ BMC । ଏ ନେଇ ବିଭିନ୍ନ ସଙ୍ଘ ସହ ବୈଠକ କରିଛି BMC । ଅଳିଆ ସଂଗ୍ରହ ପାଇଁ BMC ଗାଡି ଘରକୁ ଘର ଯିବ । କିନ୍ତୁ ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

Advertisment

ଯେଉଁ ଦୋକାନୀ ଏହାର ଖିଲାପ କରିବେ ସେମାନଙ୍କ ଉପରେ ଫାଇନ କଟାଯିବ ବୋଲି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ନିକଟରେ ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ । ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।

BMC Garbage Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ