ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା

Fish Farming

ସରକାରଙ୍କ ଯୋଜନାରେ ସାମିଲ ହେଲେ, କୁଣ୍ଡରେ ରଙ୍ଗୀନ ମାଛ ଚାଷ କଲେ । ଚାଷ ପରେ ଏବେ ଭଲ ଦୁଇ ପଇସା ରୋଜଗାର ବି କରୁଛନ୍ତି । ସାଧାରଣ ମାଛ ନୁହେଁ ବରଂ କୁଣ୍ଡ ଗୁଡ଼ିକରେ ବିଭିନ୍ନ ପ୍ରଜାତିର ସୁନ୍ଦର ସୁନ୍ଦର ରଙ୍ଗିନ ମାଛ ଚାଷ କରିଛନ୍ତି ଏସଏଚଜି ଗ୍ରୁପର ସଦସ୍ୟ । ଚାଷ କରି ସେମାନେ ଆର୍ଥିକ ସଶକ୍ତିକରଣ ହେବାକୁ ଆଶା ବି ରଖିଛନ୍ତି । ଜୟ ମାଆ ଲକ୍ଷ୍ମୀ ଏସଏଚଜି, ଧନଲକ୍ଷ୍ମୀ ଏସଏଚଜି ଓ ଶ୍ରୀ ଗୁଣ୍ଡିଚା ଏସଏଚଜିର ୩୦ ଜଣ ମହିଳା ମିଶନ ଶକ୍ତି ଓଡିଶାରୁ ସହାୟତା ପାଇ ଏହି ଚାଷ ଆରମ୍ଭ କରିଛନ୍ତି।

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା । ଏହାକୁ ଦେଖିବା ପରେ ସେମାନେ ଆଗ୍ରହୀ ହେବାରୁ ଓଡିଶା ଜୀବିକାମିଶନ ପକ୍ଷରୁ ତିନିଲକ୍ଷ ଟଙ୍କା ସହଯୋଗ କରାଯାଇଥିବା ବେଳେ ସେମାନେ ୫୦  ହଜାର ଟଙ୍କା ମିଶାଇ ସାଢେ ୩ ଲକ୍ଷ ଟଙ୍କାରେ ଏହି ଚାଷ ଆରମ୍ଭ କରିଛନ୍ତି।

ଆରମ୍ଭ କରିଥିବା ଚାଷରେ ରେଡକେପ କଲର ଟେରା, ଟାଇଗର ବାର୍କ, ରୋଜି ମାର୍କ, ମିକ୍ସ ମେଲି, ଟାଇଗର ସାର୍କ, ଏଲିଭିନା, ଟାଭିରି ସାର୍କ, କଲର ସ୍କେଲ ଭଳି ୮ ପ୍ରଜାତିର ମାଛ ଚାଷ କରାଯାଇଛି । ୮ ପ୍ରକାର ମାଛ ପାଇଁ ୮ ଗୋଟି ପାଣି ଟାଙ୍କିରେ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀରେ ବ୍ୟବସ୍ଥା କରାଯିବା ସହିତ ଚାଷ ହେଉଛି । କେବଳ ଏତିକି ନୁହେଁ ବରଂ ଚାଷ ଲାଗି 2ଟି ବଡ଼ ମାଷ୍ଟର ଟାଙ୍କି କରାଯାଇଛି । ଯେଉଁଠି ମାଛମାନେ ଅଣ୍ଡା ଦେଇ ଛୁଆ କଲା ପରେ ବଡ଼ ମାଛ ସବୁ ଏହି ଦୁଇ ଟାଙ୍କିରେ ରହିବେ । ପ୍ରତି ୮ ଦିନରେ ପାଣି ବଦଳ କରାଯାଉଅଛି । ଏହାସହ ୨୪ ଘଣ୍ଟା ଅକ୍ସିଜେନ ଦେବାର ବ୍ୟବସ୍ଥା କରାଯାଇଛି ଯେଉଁଥି ଲାଗି ଇନଭଟର ମଧ୍ୟ ଲଗାଯାଇଛି।

ରଙ୍ଗୀନ ମାଛର ଚାହିଦା ବଢୁଥିବା ବେଳେ ନୂଆପଡା ଜିଲ୍ଲାରେ ବେଶୀ ପରିମାଣରେ ବିକ୍ରି ହେଉନାହିଁ । ତେଣୁ ପଡୋଶୀ ଜିଲ୍ଲାରେ ବିକ୍ରି ବ୍ୟବସ୍ଥା କରାଯିବ ବୋଲି ମିଶନ ଶକ୍ତି ଓଡ଼ିଶାର ଖଡ଼ିଆଳ କର୍ମକର୍ତ୍ତା କହିଛନ୍ତି। ତେବେ ରଙ୍ଗୀନ ମାଛ କେବଳ ସଉକ୍ ପାଇଁ ନୁହେଁ ବରଂ ବାସ୍ତୁ ଦୋଷ ନିରାକରଣ ପାଇଁ ବ୍ୟବହାର କରାଯାଏ।

( ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ )