Advertisment

Mysterious Sound in Kailash: କୈଳାସ ପର୍ବତର ଅସମାହିତ ରହସ୍ୟ, ଯେଉଁଠି ନୀରବତାରେ ପ୍ରତିଧ୍ୱନିତ ହୁଏ ଅଦ୍ଭୁତ ଶବ୍ଦ

ଆଜି ପର୍ଯ୍ୟନ୍ତ କେହି କୈଳାସ ପର୍ବତର ଶିଖର ଚଢ଼ିପାରି ନାହାଁନ୍ତି । ଅନେକ ପ୍ରୟାସ କରାଯାଇଛି... କିନ୍ତୁ ପ୍ରତ୍ୟେକ ଥର ପର୍ବତାରୋହୀମାନଙ୍କୁ ପଛକୁ ହଟିବାକୁ ପଡ଼ିଛି। କିଛି ପାଗ ଯୋଗୁଁ, କିଛି ମାନସିକ ଦ୍ୱନ୍ଦ୍ୱ ଏବଂ ଆଉ କିଛି ଅଦୃଶ୍ୟ ଭୟ ଯୋଗୁଁ ଅଟକି ଯାଇଛନ୍ତି । ଥରେ ଋଷର କିଛି ପର୍ବତାରୋହୀ କୈଳାସ ପର୍ବତ ଚଢ଼ିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଚଢ଼ିବା ସମୟରେ କୌଣସି ଏକ ଅଦୃଶ୍ୟ ଶକ୍ତି ଟାଣୁଥିବା ପରି ଅନୁଭବ କରିଥିଲେ । ଫଳରେ ସେମାନଙ୍କୁ ଅଧାରୁ ଫେରିବାକୁ ପଡ଼ିଥିଲା ।

ଅଦ୍ୟତନ ହୋଇଛି
କୈଳାସ ପର୍ବତ

କୈଳାସ ପର୍ବତ

Advertisment

ହିନ୍ଦୁ ଧର୍ମରେ କୈଳାସ ପର୍ବତର ନିଜସ୍ୱ ଗୁରୁତ୍ୱ ଅଛି । କୈଳାସ ପର୍ବତ ଉପରେ ମହାଦେବ ଶିବ, ମାତା ପାର୍ବତୀ, ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କ ସହ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ରାମାୟଣର କିସ୍କିନ୍ଧା କାଣ୍ଡ ଏବଂ ମହାଭାରତର ଭୀଷ୍ମ ପର୍ବ, ଦ୍ରୋଣ ପର୍ବ, ବନ ପର୍ବ ଓ ଅନୁଶାସନ ପର୍ବରେ କୈଳାସ ପର୍ବତର ଉଲ୍ଲେଖ ରହିଛି । ଏହିଠାରେ ମହାପ୍ରତାପୀ ରାବଣର ଅହଙ୍କାର ଚୁନା ହୋଇଥିବା କୁହାଯାଏ ।

Advertisment

କୈଳାସ ପର୍ବତ... ଏପରି ଏକ ଦିବ୍ୟ ସ୍ଥାନ ଯେଉଁଠି ସମୟ ଅଟକିଯାଏ, ଯେଉଁଠାରେ ପବନର ଗତିପଥ ବଦଳିଯାଏ..ଯେଉଁଠାରେ ଏକା ଥିଲେ ମଧ୍ୟ ଏକୁଟିଆ ଅନୁଭବ ହୁଏନି । ଯେଉଁଠାରେ ପର୍ବତର ନୀରବତାରେ ମଧ୍ୟ ଏକ ରହସ୍ୟମୟ ଶବ୍ଦ ପ୍ରତିଧ୍ୱନିତ ହୁଏ। ଏଠାକାର ପବନରେ ଓଁ ଏବଂ ଡମ୍ବରୁର ଶବ୍ଦ ଗୁଞ୍ଜରିତ ହେଉଥିବା ଲୋକେ ବିଶ୍ୱାସ କରନ୍ତି । କିଛି ବୈଜ୍ଞାନିକଙ୍କ କହିବା କଥା, ବରଫ ପାହାଡରେ ପବନ ବାଡ଼େଇ ହୋଇ ବରଫ ତରଳିବାକୁ ଲାଗେ, ସେତେବେଳେ ଏହି ଧ୍ବନି ବାହାରିଥାଏ । ତେବେ ବିଜ୍ଞାନ ଯାହା କହୁନା କାହିଁକି, ଆଜି ପର୍ଯ୍ୟନ୍ତ କୈଳାସ ଏକ ରହସ୍ୟମୟ ସ୍ଥାନ ହୋଇ ରହିଛି ।

ହିମାଳୟର କୋଳରେ ସ୍ଥିତ ଏହି ଦିବ୍ୟ ଶିଖର କେବଳ ଏକ ପର୍ବତ ନୁହେଁ, ଏହା ଏକ ଜୀବନ୍ତ ରହସ୍ୟ । ଏଠାରେ ଥିବା ପ୍ରତ୍ୟେକ ପଥର, ପ୍ରତ୍ୟେକ ବରଫର ସ୍ତର, ପ୍ରତ୍ୟେକ ସ୍ଥାନ କିଛି କହେ... କିନ୍ତୁ ସମସ୍ତେ ସେହି ଅଲୌକିକ ବାର୍ତ୍ତାକୁ ଅନୁଭବ କରିପାରନ୍ତି ନାହିଁ । ଭଗବାନ ଶିବଙ୍କର ନିବାସସ୍ଥଳ ବା ସାଧନା ସ୍ଥଳ କୁହାଯାଉଥିବା କୈଳାଶ ପର୍ବତକୁ ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି । ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଠାରୁ ଏହି ପର୍ବତ ୨୦୦୦ ମିଟର ଛୋଟ ।

Advertisment

ମାଉଣ୍ଟ ଏଭରେଷ୍ଟ(୮,୮୪୮ ମିଟର) ତୁଳନାରେ କୈଳାଶ ପର୍ବତ (୬,୬୩୮ ମିଟର) ର ଶିଖର ବହୁତ ତଳେ ରହିଛି । ୧୯୨୬ ମସିହାରେ ଏକ ବ୍ରିଟିଶ ଦଳ ଏବଂ ୨୦୦୧ ମସିହାରେ ଏକ ଜାପାନୀ ଦଳ କୈଳାଶ ପର୍ବତ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ହଠାତ୍ ଅସୁସ୍ଥତା, ଖରାପ ପାଗ ଏବଂ ଅଦ୍ଭୁତ ଘଟଣା ଯୋଗୁଁ ସେମାନଙ୍କୁ ଅଧାରୁ ଫେରିବାକୁ ପଡ଼ିଥିଲା ।

ତିବ୍ଦତରେ ଥିବା ଏହି ପର୍ବତ ୨୧,୭୭୮ ଫୁଟ ଉଚ୍ଚତାରେ ଅବସ୍ଥିତ । ବିଶ୍ୱର ସର୍ବୋଚ୍ଚ ଶିଖର ହୋଇନଥିଲେ ସୁଦ୍ଧା ଏହାକୁ ସବୁଠାରୁ ପବିତ୍ର ପର୍ବତ ଭାବରେ ବିବେଚନା କରାଯାଏ। ହିନ୍ଦୁ, ବୌଦ୍ଧ, ଜୈନ ଧର୍ମ ଏବଂ ବୋନ୍ ପରମ୍ପରା ପାଇଁ ବିଶ୍ୱାସର କେନ୍ଦ୍ର ହେଉଛି ଏହି ପର୍ବତ । କୌଣସି ସଂଯୋଗ ନୁହେଁ ବରଂ ଏହି ସ୍ଥାନରେ କିଛି ଅଲୌକିକ ଘଟଣା ଘଟୁଥିବା ଅନୁଭବ କରିହୁଏ । ଚାରୋଟି ପ୍ରମୁଖ ନଦୀ ବ୍ରହ୍ମପୁତ୍ର, ସିନ୍ଧୁ, କର୍ଣ୍ଣାଳୀ ଏବଂ ସତଲେଜ୍ ଏହି ପର୍ବତରୁ ବାହାରିଛନ୍ତି ।

Advertisment

ଏହି ପବିତ୍ର ସ୍ଥଳରେ ଶିବ ଏବଂ ଶକ୍ତି ସାକ୍ଷାତ ବିଦ୍ୟମାନ ଥିବା କୁହାଯାଏ । ଶିବ ପୁରାଣରେ ଲେଖା ଅଛି, କୈଳାସ ଏପରି ଏକମାତ୍ର ସ୍ଥାନ, ଯେଉଁଠାରେ କେବଳ ଶରୀର ନୁହେଁ ବରଂ ଆତ୍ମା ପ୍ରବେଶ କରିପାରିବ। କୈଳାସର ପାଦ ଦେଶରେ ରହିଛି ଦୁଇଟି ହ୍ରଦ, ଗୋଟିଏ ଦୁନିଆର ସବୁଠୁ ଉଚ୍ଚରେ ଥିବା କୈଳାସ ମାନସରୋବର ହ୍ରଦ ଏବଂ ଅନ୍ୟଟି ରାକ୍ଷସତାଲ୍, ଯାହାକୁ ପୃଥିବୀର ସବୁଠାରୁ ଲୁଣିଆ ହ୍ରଦ କୁହାଯାଏ । ମାନସରୋବରର ରଙ୍ଗ ଋତୁ ଅନୁସାରେ ବଦଳୁଥାଏ । ମାନସରୋବରର ଜଳ ସବୁବେଳେ ସ୍ଥିର ରହୁଥିବାବେଳେ ରାକ୍ଷସତାଲ ସବୁବେଳେ ଅଶାନ୍ତ ଥାଏ, ତେଣୁ ଏଠାକୁ ପ୍ରାୟତଃ କେହି ଯାଆନ୍ତିନାହିଁ । ହିମାଳୟ ପର୍ବତମାଳାରେ ଅବସ୍ଥିତ କୈଳାସ ପର୍ବତର ଆକାର ଏକ ପିରାମିଡ୍ ସଦୃଶ ।

ଋଷି ଅଗସ୍ତ୍ୟ କହିଥିଲେ, କୈଳାଶ ଏପରି ସ୍ଥାନ ଯେଉଁଠାରେ ଲୋକ ଓ ପରଲୋକ ସବୁକିଛି ଏକାକାର ହୋଇଯାଏ । ମହର୍ଷି ବେଦବ୍ୟାସ, ମହର୍ଷି ବାଲ୍ମୀକି, ଭୃଗୁଙ୍କ ପରି ଋଷିମାନେ କୈଳାଶ ପର୍ବତ ନିକଟରେ ବର୍ଷ ବର୍ଷ ଧରି ତପସ୍ୟାରେ ମଗ୍ନ ରହିଥିଲେ। ସେମାନେ ମଧ୍ୟ କୈଳାଶ ପର୍ବତ ଚଢ଼ିବା ପାଇଁ ସକ୍ଷମ ହୋଇପାରିନଥିଲେ ।

ଆଜି ପର୍ଯ୍ୟନ୍ତ କେହି କୈଳାସ ପର୍ବତର ଶିଖର ଚଢ଼ିପାରି ନାହାଁନ୍ତି । ଅନେକ ପ୍ରୟାସ କରାଯାଇଛି... କିନ୍ତୁ ପ୍ରତ୍ୟେକ ଥର ପର୍ବତାରୋହୀମାନଙ୍କୁ ପଛକୁ ହଟିବାକୁ ପଡ଼ିଛି। କିଛି ପାଗ ଯୋଗୁଁ, କିଛି ମାନସିକ ଦ୍ୱନ୍ଦ୍ୱ ଏବଂ ଆଉ କିଛି ଅଦୃଶ୍ୟ ଭୟ ଯୋଗୁଁ ଅଟକି ଯାଇଛନ୍ତି । ଥରେ ଋଷର କିଛି ପର୍ବତାରୋହୀ କୈଳାଶ ପର୍ବତ ଚଢ଼ିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଚଢ଼ିବା ସମୟରେ କୌଣସି ଏକ ଅଦୃଶ୍ୟ ଶକ୍ତି ଟାଣୁଥିବା ପରି ଅନୁଭବ କରିଥିଲେ । ଫଳରେ ସେମାନଙ୍କୁ ଅଧାରୁ ଫେରିବାକୁ ପଡ଼ିଥିଲା ।

ତିବ୍ଦତୀୟ ଲୋକମାନେ ବିଶ୍ୱାସ କରନ୍ତି – କୈଳାଶ ପର୍ବତ ଚଢ଼ିବାରେ ସଫଳ ହେଉଥିବା ବ୍ୟକ୍ତି ଆଉ ପୃଥିବୀ ପୃଷ୍ଠକୁ ଫେରନ୍ତି ନାହିଁ । ଏଇଠି ପ୍ରଶ୍ନ ଉଠେ ପର୍ବତରେ କୌଣସି ଗୁପ୍ତ ଦ୍ୱାର ଅଛି କି ? ଏହା କେବଳ ପ୍ରତୀକାତ୍ମକ ନା ପ୍ରକୃତରେ କୌଣସି ଭୌତିକ ପ୍ରବେଶ ପଥ ଅଛି ?

ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶିବ କେବଳ କୈଳାସ ବାହାରେ ନୁହଁନ୍ତି ନାହିଁ, ବରଂ ଏହାର ଭିତରେ ମଧ୍ୟ ବାସ କରନ୍ତି.. ସୂକ୍ଷ୍ମ ଜଗତରେ । ଏପରି ଏକ ଜଗତ ଯାହା ଆମ ଅଭିଜ୍ଞତା ବାହାରେ । ଚେତନାର ଏପରି ଏକ ଭୂମି, ଯେଉଁଠାରେ କେବଳ ଯୋଗୀ ଏବଂ ଋଷିମାନେ ବୁଝିବା ପାଇଁ ସକ୍ଷମ ।

ତିବ୍ଦତୀୟ ପରମ୍ପରାରେ, କୈଳାସକୁ କାଙ୍ଗ ରିନପୋଚେ କୁହାଯାଏ ଅର୍ଥ ମୂଲ୍ୟବାନ ତୁଷାର ମଣି। ପର୍ବତ ମଧ୍ୟରେ ଏକ ପଥ ଏକ ଦିବ୍ୟ ନଗରୀକୁ ନେଇଯାଏ ବୋଲି ବିଶ୍ୱାସ ରହିଛି, ଯେଉଁଠାରେ କେବଳ ସିଦ୍ଧ ଆତ୍ମା ବାସ କରନ୍ତି । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ପ୍ରଳୟ ଏବଂ ପୁନର୍ଜନ୍ମର ସୃଷ୍ଟିକର୍ତ୍ତା କୁହାଯାଉଥିବା ଭଗବାନ ଶିବ ଏହି ପର୍ବତର ଶିଖରରେ ବାସ କରନ୍ତି। ଅନେକ ପ୍ରସିଦ୍ଧ ଧାର୍ମିକ ଗ୍ରନ୍ଥରେ, କୈଳାସକୁ ସ୍ୱର୍ଗର ଉପାଧି ଦିଆଯାଇଛି, ଯେଉଁଠାରେ ମୃତ୍ୟୁ ପରେ ପୁଣ୍ୟଆତ୍ମା ବାସ କରନ୍ତି। କୈଳାସକୁ ବିଶ୍ୱର କେନ୍ଦ୍ର ବିନ୍ଦୁ ମଧ୍ୟ ବିବେଚନା କରାଯାଏ। ପୁରାଣରେ କୈଳାସର ଚାରିମୁଖ ବା ଚାରିଦ୍ୱାର ସ୍ଫଟିକ, ମାଣିକ, ସୁନା, ଲାପିସ୍ ଲାଜୁଲି ପଥରରେ ତିଆରି ବୋଲି ବର୍ଣ୍ଣିତ। କୈଳାସ ପର୍ବତ ଅନନ୍ତ ସୃଷ୍ଟି ପରି ପୁରୁଣା, ଏଠାରେ ଆଲୋକ, ତରଙ୍ଗ ଏବଂ ଶବ୍ଦର ଅନନ୍ୟ ସଂଗମରେ ଓଁ ପ୍ରତିଧ୍ୱନିର ଅନୁଭବ ଦିଏ। ଭଗବାନ ବିଷ୍ଣୁଙ୍କ କମଳ ହସ୍ତରୁ ବାହାରି ଗଙ୍ଗା କୈଳାସ ପର୍ବତରେ ପଡ଼ିଥାନ୍ତି । ଯେଉଁଠାରେ ସ୍ୱୟଂ ଭଗବାନ ଶିବ ଗଙ୍ଗାକୁ ତାଙ୍କ ଜଟିଳ କେଶରେ ଧାରଣ କରି ନିର୍ମଳ ଧାରା ସଦୃଶ ସଂସାରରେ ପ୍ରବାହିତ କରନ୍ତି।

ହିନ୍ଦୁ ମାନଙ୍କ ସହ ବୌଦ୍ଧ, ଜୈନ ଏବଂ ତିବ୍ଦତର କିଛି ସମ୍ପ୍ରଦାୟର ଲୋକେ ମଧ୍ୟ ଏହାକୁ ଏକ ଦିବ୍ୟସ୍ଥାନ ମନେ କରନ୍ତି । ବୌଦ୍ଧ ଧର୍ମ ଚକ୍ରସମ୍ବର ଏବଂ ତାରା ଦେବୀଙ୍କ ଧ୍ୟାନାତ୍ମକ ରୂପଗୁଡ଼ିକୁ ମଧ୍ୟ କୈଳାସ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ବୋନ୍ ପରମ୍ପରାରେ କୈଳାସକୁ ସିପା ହୋରଙ୍କ ବାସସ୍ଥାନ ବୋଲି କୁହାଯାଏ - ଯିଏ ବ୍ରହ୍ମାଣ୍ଡ ସଂରଚନାର ରକ୍ଷକ।

କୈଳାଶ ପର୍ବତର ଅଲୌକିକତା ଏତିକିରେ ସୀମିତ ନୁହେଁ । କୈଳାସ ଉପରେ ଧ୍ୟାନ କରିବା ସମୟରେ ଶରୀରରେ କମ୍ପନ, ମହାଜାଗତିକ ଶବ୍ଦ ଏବଂ ଶକ୍ତି ଅନୁଭବ କରିବା ସାଧାରଣ ବୋଲି ବିବେଚନା କରାଯାଏ। ପୌରାଣିକ ଗ୍ରନ୍ଥ, ତିବ୍ଦତୀୟ ପରମ୍ପରା, ବୈଜ୍ଞାନିକ ଗବେଷଣା ଏବଂ ସାଧକଙ୍କ ଅଭିଜ୍ଞତାକୁ ଏକାଠି କରାଗଲେ ଜଣାପଡ଼େ, କୈଳାସ କେବଳ ଏକ ପର୍ବତ ନୁହେଁ, ଏହା ଏକ ଦ୍ୱାର। ଏହି ଦ୍ୱାର ଖାଲି ଆଖିକୁ ଦୃଶ୍ୟମାନ ହୋଇ ନପାରେ, କିନ୍ତୁ ଏହା ଚେତନା ସ୍ତରରେ ସକ୍ରିୟ। ମହାପ୍ରଭୁ ଶିବଙ୍କର ଏହି ଅନନ୍ୟ ଜଗତ ଏକ ଭୌତିକ ସ୍ଥାନ ନୁହେଁ ବରଂ ଏହାକୁ ଚେତନାର ଉର୍ଦ୍ଧ୍ୱରେ କୁହାଯାଇପାରିବ । କୈଳାସ ପର୍ବତର ରହସ୍ୟ ପୃଥିବୀକୁ ଏକ ଚିରସ୍ଥାୟୀ ଉପହାର, ଯାହା ଆମକୁ ପ୍ରତିଦିନ ଆତ୍ମାର ଗଭୀରତା ଅନୁସନ୍ଧାନ କରିବାକୁ ପ୍ରେରଣା ଦେବ। 

Snow-Capped Himalayan Mountains Mysterious Kailash Mountaineers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ