ବିଶ୍ୱରେ ସର୍ବାଧିକ କଥିତ ଭାଷା ମଧ୍ୟରେ ଶୀର୍ଷରେ ଇଂରାଜୀ, ଜାଣନ୍ତୁ ହିନ୍ଦୀର ସ୍ଥାନ କେତେ ? 

ବିଶ୍ୱରେ ସର୍ବାଧିକ ବ୍ୟବହୃତ ୧୦ଟି କଥିତ ଭାଷା ତାଲିକାରେ ମଣ୍ଡାରିନ ଚାଇନିଜ୍ ଓ ହିନ୍ଦୀ ଭାଷା ମଧ୍ୟ ରହିଛି । ସ୍ପେନିସ୍, ଫ୍ରେଞ୍ଚ୍ ଓ ବେଙ୍ଗଲି ମଧ୍ୟ ରହିଛି ।

Top 10 most spoken languages in the world

ବିଶ୍ୱରେ ବିଭିନ୍ନ ପ୍ରକାର କଥିତ ଭାଷା ରହିଛି । ତେବେ ସର୍ବାଧିକ କଥିତ ଭାଷା ମଧ୍ୟରେ ଶୀର୍ଷରେ ରହିଛି ଇଂରାଜୀ । ବିଶ୍ୱରେ ସର୍ବାଧିକ ବ୍ୟବହୃତ ୧୦ଟି କଥିତ ଭାଷା ତାଲିକାରେ ମଣ୍ଡାରିନ ଚାଇନିଜ୍ ଓ ହିନ୍ଦୀ ଭାଷା ମଧ୍ୟ ରହିଛି । ସ୍ପେନିସ୍, ଫ୍ରେଞ୍ଚ୍ ଓ ବଙ୍ଗାଳି ଭାଷା ମଧ୍ୟ ରହିଛି ।

ଇଂରାଜୀ
ବିଶ୍ୱରେ ସର୍ବାଧିକ କଥିତ ଭାଷା ମଧ୍ୟରେ ଶୀର୍ଷରେ ରହିଛି ଇଂରାଜୀ। ସବୁଠୁ ଅଧିକ ଲୋକେ ଇଂରାଜୀ ଭାଷାରେ କଥା ହୋଇଥାନ୍ତି । ପ୍ରାୟ ୧.୫ ବିଲିଅନ ଲୋକ ଏହି ଭାଷା କହିଥାନ୍ତି । ବିଶ୍ୱର ୪୬ଟି ଦେଶରେ ଏହାର ବ୍ୟବହାର ହୋଇଥାଏ ।

ମଣ୍ଡାରିନ୍ ଚାଇନିଜ୍
ବିଶ୍ୱରେ ସର୍ବାଧିକ କଥିତ ଭାଷା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ମଣ୍ଡାରିନ୍ ଚାଇନିଜ୍। ୨ଟି ଦେଶର ଲୋକେ ଏହି ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ।    
ହିନ୍ଦୀ
ତାଲିକାର ତୃତୀୟରେ ରହିଛି ହିନ୍ଦୀ ଭାଷା । ଭାରତରେ ଏହି ଭାଷାର ବହୁଳ ଭାବେ ବ୍ୟବହୃତ । ବିଶ୍ୱର ପ୍ରାୟ ୬୦୮.୮ ମିଲିଅନ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ଭାରତ ଓ ଫିଜିରେ ଏହି ଭାଷାର ବ୍ୟବହାର ହୋଇଥାଏ ।

ସ୍ପେନିସ
ବିଶ୍ୱର ୨୧ଟି ଦେଶରେ ସ୍ପେନିସ୍ ଭାଷାରେ କଥା ହୋଇଥାନ୍ତି ଲୋକେ । ପ୍ରାୟ ୫୫୯.୫ ମିଲିଅନ ଲୋକେ ଏହି ଭାଷାକୁ ବ୍ୟବହାର କରିଥାନ୍ତି । ତଲିକାର ଚତୁର୍ଥ ସ୍ଥାନରେ ରହିଛି ଏହି ଭାଷା ।  ସେହିପରି ୩୩୨.୫ ମିଲିଅନ ଲୋକେ ଷ୍ଟାଣ୍ଡାର୍ଡ ଆରବିକ୍ ଭାଷାରେ କଥା ହୋଇଥାନ୍ତି । ବିଶ୍ୱର ୨୪ ଟି ଦେଶରେ ଏହି ଭାଷାର ବ୍ୟବହାର ଦେଖିବାକୁ ମିଳେ ।

ଅନ୍ୟପଟେ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଭାଷା ହେଉଛି ଫ୍ରେଞ୍ଚ୍ । ପ୍ରାୟ ୩୧୧.୬ ମିଲିଅନ ଲୋକେ ଏହି ଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ଏଥିସହ ୨୯ଟି ଦେଶରେ ମଧ୍ୟ ଏହି ଭାଷାର ବ୍ୟବହାର ହୋଇଥାଏ । ବିଶ୍ୱରେ ସର୍ବାଧିକ ବ୍ୟବହୃତ ଶୀର୍ଷ ୧୦ଟି କଥିତ ଭାଷା ମଧ୍ୟରେ ବଙ୍ଗାଳି ଭାଷା ସପ୍ତମରେ ରହିଛି । ଏହି ଭାଷା ଭାରତ ଓ ବାଂଲାଦେଶର ଲୋକେ ବ୍ୟବହାର କରିଥାନ୍ତି ।  ପୂର୍ତ୍ତଗାଲି ଭାଷା ୨୬୩.୮ ମିଲିଅନ ଲୋକେ କହୁଛନ୍ତି । ୯ଟି ଦେଶରେ ଏହି ଭାଷାରେ ଲୋକେ କଥାବାର୍ତ୍ତା ହୋଇଥାନ୍ତି । ଏହା ତାଲିକାର ଅଷ୍ଟମରେ ରହିଛି ।

ତାଲିକାର ନବମରେ ଥିବା ବିଶ୍ୱର ପ୍ରାୟ ୪ଟି ଦେଶର ଲୋକେ ରୁଷି ଭାଷାରେ କଥା ହୋଇଥାନ୍ତି । ୨୫୫.୪ ମିଲିଅନ ଲୋକେ ଏହି ଭାଷାର ବ୍ୟବହାର କରିଥାନ୍ତି । ସେହିପରି ବିଶ୍ୱରେ ବହୁଳ ବ୍ୟବହୃତ କଥିତ ଭାଷା ମଧ୍ୟରେ ଉର୍ଦ୍ଦୁ ଅନ୍ୟତମ । ଭାରତ ଓ ପାକିସ୍ତାନରେ ଲୋକେ ଏହି ଭାଷାର ବ୍ୟବହାର କରିଥାନ୍ତି ।