mouse
ନୂଆ ଜୀବନ ଦେଲା ମୂଷା । ମୃତ୍ୟୁ ଆସି ଅତି ନିକଟରୁ ଚାଲିଗଲା । ଏକ ଛୋଟ ତଥା କ୍ଷତିକାରୀ କହୁଥିବା ପ୍ରାଣୀ ପାଇଁ ଜୀବନ ବଞ୍ଚିଗଲା । ପରିବାରର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପାଇଁ ମୂଷା ଭଗବାନ୍ ପାଲଟିଗଲା କହିଲେ ଚଳେ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏକ ମୂଷା ପୂରା ପରିବାରର ଜୀବନ ବଞ୍ଚାଇବା ଚର୍ଚ୍ଚାର ବିଷୟ ପାଲଟିଛି ।
ଧୋଲପୁର ଜିଲ୍ଲାର ସିକରୌଦା ଗାଁର ଏକ ପରିବାର ଅଚିନ୍ତା ନିଦରେ ଶୋଇଥିଲେ । ଆଉ ଏହି ସମୟରେ ଏକ ମୂଷା ଆସି ଜଣେ ପରିବାର ସଦସ୍ୟଙ୍କ ଉପରେ ପଡ଼ିଥିଲା । ରାତି ଅନ୍ଧାରରେ କିଛି ପଡ଼ିବା ଯୋଗୁଁ ଭୟଭୀତ ହୋଇପଡ଼ିଥିଲେ ଘରର ମୁଖିଆ । ସେ ପାଟି କରି ଡାକିବା ପରେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା, ଆଉ ସମସ୍ତେ ଦୌଡ଼ି ଘର ବାହାରକୁ ପଳାଇ ଯାଇଥିଲେ ।
ଅଧିକ ପଢ଼ନ୍ତୁ: ମୂଷା ବନ୍ଦ କରିଦେଲା ବିଦ୍ୟୁତ୍ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ
ଏହାକୁ ଭଗବାନଙ୍କ ଆଶୀର୍ବାଦ ହିଁ କୁହାଯିବ । କାରଣ ସମସ୍ତେ ଘର ଭିତରୁ ବାହାରି ଆସିବା ମାତ୍ରେ ହିଁ ଦୁଇ ମହଲା ବିଶିଷ୍ଟ ଘରର ଏକ ଅଂଶ ହଠାତ୍ ଭୁଶୁଡି ପଡିଥିଲା । ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ ହିଁ ପରିବାରର ସଦସ୍ୟ ଜୟପ୍ରକାଶ, ନିହାଲ ସିଂ, ଇନ୍ଦିରା, ବବିତା ଏବଂ ତଥା ସମ୍ପର୍କୀୟ ନଥିଲାଲ ଘରୁ ବାହାରି ଥିଲେ ।
ଏନେଇ ଘର ମାଲିକ ଜୟପ୍ରକାଶ କହିଛନ୍ତି, ପରିବାର ଲୋକ ଘରର ବିଭିନ୍ନ କୋଠରୀରେ ଶୋଇଥିଲେ । ହଠାତ୍ ଏକ ମୂଷା ଡେଇଁ ପଡି ତାଙ୍କ ଉପରେ ପଡ଼ିଥିଲା, ଫଳରେ ସେ ଉଠି ପଡ଼ିଥିଲେ । ଆଉ ସେହି ସମୟରେ କିଛି ଶବ୍ଦ ହେଉଥିବା ଶୁଣି ପରିବାର ଲୋକଙ୍କୁ ଉଠାଇ ବାହାରକୁ ଦୌଡ଼ି ଯାଇଥିଲେ ।
ଏହା ସହିତ ପଛପଟରେ ବନ୍ଧା ହୋଇଥିବା ପଶୁମାନଙ୍କୁ ମଧ୍ୟ ଖୋଲା ଯାଇ ଘର ବାହାରକୁ ନେଇଯାଇଥିଲେ । ଆଉ କ୍ଷଣିକ ପରେ ଘରର ପଛ ଭାଗ ଭୁଶୁଡି ପଡିଥିଲା । କେବଳ ମୂଷାଟି ପାଇଁ ହିଁ ପୂରା ପରିବାର, ସମ୍ପର୍କୀୟ ଏବଂ ମୂଲ୍ୟବାନ ପଶୁମାନଙ୍କ ଜୀବନ ବଞ୍ଚିଗଲା । ମୂଷା ଆମ ପାଇଁ ଇଶ୍ୱରଙ୍କ ଦୂତ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mouse_1675052397.jpg)