Advertisment

MKCG ର ବିକଳ ଚିତ୍ର; ସକାଳେ ଲାଇନ୍ ଦେଲେ ସନ୍ଧ୍ୟାରେ ମେଡିସିନ୍

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ ।

ଅଦ୍ୟତନ ହୋଇଛି
MKCG Medical College And Hospital

MKCG Medical College And Hospital

Advertisment

ରୋଗୀଙ୍କ ସମସ୍ୟା ସମାଧାନ ଅପେକ୍ଷା ନିଜେ ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି । ଟେଷ୍ଟ ପାଇଁ ନମୁନା ଦେଲେ ରିପୋର୍ଟ ପାଇବାକୁ ୧୦ ଦିନ ଅପେକ୍ଷା କରୁଛନ୍ତି ରୋଗୀ । ଆଉ ନିରାମୟ କାଉଣ୍ଟରରେ ସକାଳେ ଲାଇନ ଦେଲେ ସନ୍ଧ୍ୟାରେ ମିଳୁଛି ମେଡିସିନ୍ । ସେପଟେ ସମସ୍ୟାର ସମାଧାନ କରାଯାଉଥିବା ଚିରାଚରିତ ଉତ୍ତର ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Advertisment

ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ତଥା ନିର୍ଭରଯୋଗ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ରାଜ୍ୟର ୧୦ରୁ ଅଧିକ ଜିଲ୍ଲା ତଥା ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ଲୋକଙ୍କ ଲାଇଫ ଲାଇନ୍ । ହେଲେ ନିରନ୍ତର ଏବଂ ତ୍ୱରିତ ସ୍ୱାସ୍ଥ୍ୟସେବା କଥା ଚିନ୍ତା କଲା ବେଳକୁ ଲୋକଙ୍କ ରାଗ ପଞ୍ଚମରେ । ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି MKCG ମେଡିକାଲ କଲେଜ ହସ୍ପିଟାଲର ନିରାମୟ ଔଷଧ ବିତରଣ କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଦେବା ପରେ ବି ମେଡିସିନ୍ ନମିଳିବାରୁ ଇଏ ସାଧାରଣ ଜନତାଙ୍କ ଆକ୍ରୋଶ ।

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ । ତେବେ ସମସ୍ୟା କେବଳ ଏଇଠି ନାହିଁ । ସବୁ ବିଭାଗର ଆଉଟ୍ ଡୋରଠୁ ନିଦାନ କେନ୍ଦ୍ର ପର୍ଯନ୍ତ, ସବୁଠି ଏଇଭଳି ସ୍ଥିତି ।

Advertisment

ମେଡିକାଲ କଲେଜରେ ୪୮ଟି ବିଭାଗରେ ବିଭିନ୍ନ ବର୍ଗର ଡାକ୍ତରଙ୍କୁ ମିଶାଇ ମୋଟ ୪୫୨ ଜଣ ଡାକ୍ତର ରହିବା କଥା । କିନ୍ତୁ ଅଛନ୍ତି ମାତ୍ର ୨୮୩ ଡାକ୍ତର । ତା ଭିତରୁ ଜେନରାଲ ମେଡିସିନ୍, ଜେନରାଲ ସର୍ଜରୀ, ଆନାସ୍ଥେସିଓଲଜି, ଅର୍ଥୋପେଡିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଂଖ୍ୟାଧିକ ସିନିୟର ରେସିଡେଣ୍ଟ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।

ଏପଟେ ସ୍ପେସିଆଲିଷ୍ଟ ତଥା ଅଭିଜ୍ଞ ଡାକ୍ତର ପଦବି ଖାଲି ପରେ ସେ ସ୍ଥାନ ପୂରଣ ହେଉନି, ଆଉ ଯେଉଁଠି ହେଉଛି, ସେଠି ଡେପୁଟେସନ୍ କିମ୍ବା କଣ୍ଟ୍ରାକଚୁଆଲରେ କାମ ଚଳା ଯାଉଛି । ଏପରି ସ୍ଥିତିରେ ଦୈନିକ ହଜାର ହଜାର ସଂଖ୍ୟାରେ ଆସୁଥିବା ରୋଗୀଙ୍କୁ କେମିତି ଉତ୍ତମ ସେବା ମିଳିବ, ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ସେପଟେ ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଆନ୍ଦୋଳନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ସଂଗଠନ ସମୁହ ଡାକରା ଦେଇଛନ୍ତି । ଏଣେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

Doctors MKCG Medical College And Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ