Advertisment

‘ଦେଓମାଳୀ’ ନାଁ ଯେମିତି ଜାଗା ବି ସେମିତି, ଆସନ୍ତୁ ବୁଲିଯିବା..

ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।

ଅଦ୍ୟତନ ହୋଇଛି
Scenic Beauty

Scenic Beauty

Advertisment

ଆଃ କି ମନୋରମ ଦୃଶ୍ୟ? ଥରେ ଯିଏ ଏହି ରାସ୍ତା ଦେଇ ଆସିଛି, ସାରା ଜୀବନ ତାକୁ ମନେ ରଖିଛି । ଶୂନଶାନ୍‌ ରାସ୍ତା, ଘଂଚ ଜଙ୍ଗଲ ଆଉ ତାହାରି ଭିତରେ ଝରଣାର କୂଳୁକୂଳୁ ନାଦ । ପାହାଡରୁ ପଡୁଥିବା ପାଣି ଯେତେବେଳେ ଝରଣା ହୋଇ ବୋହି ଆସେ ତାହା ଶବ୍ଦ ଆପଣଙ୍କ ପାଦକୁ ଘଡିଏ ଅଟକାଇ ରଖିବ ।

Advertisment

ପାହାଡର ଅଙ୍କାବଙ୍କା ରାସ୍ତା ଆଉ ବୁଲାଣିଆ ମୋଡ । ଗାଡି ଧୀରେ ଧୀରେ ଆଗକୁ ବଢୁଥାଏ, ଆମେ ଯେତେବେଳେ ଗାଡିର ମିରରକୁ ଦେଖିଲୁ ସେତେବେଳେ ପାହଡର ଅପୂରବ ସୌନ୍ଦର୍ଯ୍ୟ ସତେ ଯେମିତି ଆଖିକ କ୍ୟାମେରା ଲେନ୍ସରେ ସେଟ୍‌ ହୋଇ ରହିଯାଇଛି ।

ଏହି ଦୃଶ୍ୟ ହେଉଛି କୋରାପୁଟ୍‌ ପୂର୍ବଘାଟ ପର୍ବତମାଳାର ଦୃଶ୍ୟ । ଅପରୂପ ସୌନ୍ଦର୍ଯ୍ୟ ସହିତ ଆଦିମ ଜନଜାତି ଆଉ ବନସ୍ପତିରେ ଭରା ଏହି ପର୍ବତମାଳା । ତେବେ ଅନନ୍ୟ ସେଇ ପୂର୍ବଘାଟ ପର୍ବତମାଳାର ଦେଓମାଳି । ଅନୁପମ ତାର ନୈସର୍ଗିକ ଶୋଭା। ତାରି କୋଳରେ ପ୍ରକୃତିର ସନ୍ତାନ ମନ୍ତ୍ରମୁଗ୍ଧ ହୋଇ ଅତିବାହିତ କରିଚାଲିଛି ତାର ଜୀବନ। ଆନ୍ଧ୍ରପ୍ରଦେଶ ଆଉ ଓଡିଶାର ସୀମାନ୍ତ କୋଟିଆର ଉପତ୍ୟକା, ଝରଣା, ଛୋଟ ଛୋଟ ଜଳପ୍ରପାତ ଆଉ ସବୁଜିମା ଭିତରେ ଏବେ ଅନ୍ୟ ଏକ ଐତିହ୍ୟ ହେଉଛି ଦୁଇ ରାଜ୍ୟକୁ ଯୋଡୁଥିବା ଏହି ରାସ୍ତା।

Advertisment

ସ୍ୱାଧୀନତା ପୂର୍ବରୁ ଯେତେବେଳେ ଗମନାଗମନର କୌଣସି ସାଧନ ନଥିଲା, ସେ ସମୟରେ ବ୍ରିଟିଶ ମାନଙ୍କ ଦ୍ୱାରା ତିଆରି ହେଇଥିବା ଏହି ରାସ୍ତା -ବ୍ରିଟିଶ ରୋଡ ଯାହାକୁ ବର୍ତ୍ତମାନ Heritage Road କରାଯାଇଛି । ୧୮୭୩ ମସିହାରେ ଟ୍ରନର ବୋଲି ଜଳେ ବ୍ରିଟିଶ ସରକାରଙ୍କ ଆସିଷ୍ଟାଣ୍ଟ ଏଜେଣ୍ଟ ସେତେବେଳେ ଯିବା ଆସିବା ପାଇଁ ଏକ ଶଗଡ ରାସ୍ତା କରିଥିଲେ । ଯାହା ସେହି ସମୟରେ ଦୁଇ ରାଜ୍ୟକୁ ଯୋଡୁଥିଲା । ହଜାର ହଜାର ଶଗଡ଼ରେ ଆନ୍ଧ୍ର ପଟୁ ଲୁଣ ଆସୁଥିବା ବେଳେ ଏ ପଟୁ ଜଙ୍ଗଲ ଜାତ ଦ୍ରବ୍ୟ ଯାଉଥିଲା। ହେଲେ ଆଜି ସମୟ ବଦଳିଯାଇଛି କିନ୍ତୁ ରାସ୍ତାର ପ୍ରତିଛବିରେ କୌଣସି ପରିବର୍ତ୍ତନ ଆସିନି ।

ସତରେ ଅଦ୍ଭୁତ ଆଉ ଅନୁପମ ଏ ରାସ୍ତାର ଯାତ୍ରାନୁଭୁତି । ପାହାଡ଼ି ଝରଣାର ଶବ୍ଦ ସାଙ୍ଗଙ୍କୁ ବନପକ୍ଷୀର ସ୍ୱର, ଅଜଣା ପାହାଡ଼ି ଫୁଲ ସାଙ୍ଗକୁ ଅନେକ ପ୍ରଜାତିର ପଶୁ ସମ୍ପଦ ଆପଣଙ୍କ ଯାତ୍ରାକୁ କରିଦେବ ଅନନ୍ୟ । ସତରେ ଏହି ରାସ୍ତା ଦେଇ ଯିଏ ଯାଇଛି, ସିଏ ତାହାର ମଜା ପାଇଛି ।

Advertisment

(ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା)

Tourists Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ