Advertisment

ସମ୍ପାଦକ ପଦ ଛାଡ଼ିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ନିଜ ଖବରକାଗଜର ସଂପାଦକ ପଦ ଛାଡ଼ିଲେ ସୌମ୍ୟ ରଂଜନ ପଟ୍ଟନାୟକ। ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି । ସେ ଦୀର୍ଘ ବର୍ଷ ଧରି ସଂପାଦକ ପଦରେ ରହି ଆସିଥିଲେ।  କର୍ମଚାରୀଙ୍କ ନାଁରେ ଲୋନ୍ ଠକେଇ ଅଭିଯୋଗ ମାମଲାରେ ଛନ୍ଦି ହେବା ପରେ ପରେ ସୌମ୍ୟଙ୍କ ଅଚାନକ୍ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment

କ୍ରାଇମବ୍ରାଞ୍ଚ EOWରେ କିଛି ପୂର୍ବତନ କର୍ମଚାରୀ ଲୋନ୍ ଠକେଇ ନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବା ସହିତ EOW ପକ୍ଷରୁ ତନାଘନା ଜାରି ରହିଛି। ଏପରିକି କିଛି ଦିନ ତଳେ EOW ଅଧିକାରୀମାନେ ଖବରକାଗଜ ଅଫିସରେ ପଶି ଯାଂଚ କରିବା ସହିତ କର୍ମଚାମାନଙ୍କୁ ପଚରାଉଚରା କରିଥିଲେ। ଏହି ଘଟଣାକୁ ନେଇ ତମ୍ବିତୋଫାନ ଥମି ନଥିବା ବେଳେ ସୌମ୍ୟରଂଜନ, ସଂପାଦକ ପଦ ଛାଡ଼ି ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଖାସ୍ କରି ନିଜ ଖବର କାଗଜରେ ସଂପାଦକୀୟ ଲେଖାରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ନିଶାନା କରିଥିଲେ ସୌମ୍ୟରଂଜନ। ଏହା ପରେ ପରେ EOWରେ ମାମଲା ଓ ସୌମ୍ୟଙ୍କୁ ଜନ ବିରୋଧୀ ଦର୍ଶାଇ ବିଜେଡିରୁ ବହିଷ୍କାର କରାଯାଇଥିଲା । ଏ ସଂପର୍କରେ ସୌମ୍ୟରଂଜନ କିନ୍ତୁ ମୁହଁ ଖୋଲିନଥିଲେ। ତାଙ୍କର ନୀରବତା ନାନା ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ହଠାତ୍ ସଂପାଦକ ପଦରୁ ଅବ୍ୟାହତି ଘୋଷଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ସେପଟେ ସୌମ୍ୟଙ୍କ ଝିଅ ଏଣିକି ତାଙ୍କ ଖବର କାଗଜର ସଂପାଦକ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦିଆଯାଇଛି।...

ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ବିଜେଡିରୁ ବିଦା ହୋଇଥିଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ।  ୩୦୦ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଏଭଳି ଲୋନ୍ ଜାଲିଆତି କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ଆଧାରରେ ସୌମ୍ୟ ରଞ୍ଜନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଓଡବ୍ଲୁ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।  ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଯାଇଥିଲା, ଆଉ ତା’ର କିଛି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୧ରେ ଶେଷରେ ତାଙ୍କୁ ବିଜେଡିରୁ ବିଦା କରାଯାଇଥିଲା ।

Advertisment

 5T ସଚିବଙ୍କ ବିରୋଧରେ ବିଷୋଦଗାର ତଥା  ସଚିବଙ୍କ ଗସ୍ତ ଖର୍ଚ୍ଚ, ସଚିବ ରଜାନୀତି କରିପାରିବେ ନାହିଁ ବୋଲି ଖୋଲାଖୋଲି କହିବା ସୌମ୍ୟଙ୍କୁ ମହଙ୍ଗା ପଡିଲା ବୋଲି କୁହଯାଇଥିଲା ।

Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ