Advertisment

‘ମୁଁ ଆଜି ଅଲୋଡା, ଜଙ୍ଗଲ ମୋର ନୂଆ ଠିକଣା... ’ : ଘୋଡ଼ା କହୁଛି ଦୁଃଖ କାହାଣୀ

ସ୍ୱାଭିମାନ ଅଂଚଳର ଅଲୋଡା ଘୋଡା, ଜଙ୍ଗଲରେ କଟୁଛି ଦିନରାତି ! ଯେତେବେଳେ ବିଛିନ୍ନାଞ୍ଚଳ ଥିଲା, ସେତେବେଳେ ମୋର ଭାରି ଆଦର ଥିଲା। ଆଜି ଯେତେବେଳେ ସ୍ୱାଭିମାନ ଅଂଚଳ ହେଇଗଲା, ଗଡୁଛି ଅଟୋ ରିକ୍ସା, ବସ୍-ଟ୍ରକ୍। ସେଥିପାଇଁ ମୁଁ ଆଜି ଅଲୋଡା।

ଅଦ୍ୟତନ ହୋଇଛି
 horses

horses

Advertisment

ବଦଳିଛି ସ୍ୱାଭିମାନ ଅଂଚଳ । ଚାଲିଚଳନି ଠାରୁ ଆରମ୍ଭ କରି ଗମନାଗମନ ସବୁ କିଛିରେ ପରିବର୍ତ୍ତନ ଆସିଛି । ଦିନେ ଗମନାଗମନର ଏକମାତ୍ର ମାଧ୍ୟମ ଥିବା ଘୋଡା, ଆଜି ହୋଇ ପଡିଛି ଅଲୋଡା । କାରଣ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳକୁ ଗଡିଛି ଅଟୋ ରିକ୍ସା, ବସ ଟ୍ରକ।

Advertisment

ଦିନ ଥିଲା ବିଚ୍ଛିନ୍ନାଞ୍ଚଳକୁ ରାସ୍ତାଘାଟ ନଥିବାରୁ ଯାତାୟାତ ଓ ପରିବହନ ପାଇଁ ଲୋକମାନେ ଘୋଡା ଉପରେ ନିର୍ଭର କରୁଥିଲେ। ହାଟକୁ ଜିନିଷ ନେବାଠାରୁ ଆରମ୍ଭ କରି ପିଡ଼ିଏସ ଚାଉଳ ବୋହିବା କାମ ଘୋଡା ଗାଡି କରୁଥିଲା। ମାଲିକମାନେ ଘୋଡାକୁ ଭଡାରେ ଲଗାଇ ବେଶ ଦୁଇ ପଇସା ରୋଜଗାର କରୁଥିଲେ। ଏଥି ପାଇଁ ଘୋଡାକୁ ଆଦର ଯତ୍ନ କରି ଆସୁଥିଲେ। ଏବେ କିନ୍ତୁ ବିଚ୍ଛିନ୍ନାଞ୍ଚଳ ଚିତ୍ର ବଦଳି ଯିବା ପରେ ଆଉ କାମରେ ଲାଗୁ ନାହାଁନ୍ତି ଘୋଡା। ଯେଉଁଥି ପାଇଁ ମାଲିକମାନେ ଘୋଡ଼ାକୁ ଦାନ ପାଣି ନ ଦେଇ ଜଙ୍ଗଲରେ ଛାଡି ଦେଇଛନ୍ତି।

ସତରେ କେତେ ସ୍ୱାର୍ଥପର ଏ ମଣିଷ। ଦିନେ ଯେଉଁ ଘୋଡା ଉପରେ ବୋଝ ଲଦି ରୋଜଗାର କରୁଥିଲା, ଆଜି ସେହି ଘୋଡାକୁ ବୋଝ ଭାବି ଜଙ୍ଗଲରେ ଛାଡି ଦେଇ ନିଶ୍ଚିତରେ ଦିନ କଟୁଛି। ହେଲେ ଘୋଡାମାନେ ଜଙ୍ଗଲ ଛାଡି ଚାଷୀ ଜମିରେ ପଶି ଫସଲ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଆଜିର ଦୁନିଆରେ ସ୍ୱାର୍ଥ ପାଇଁ ବଳି ପଡୁଛି ମାନବିକତା। ଯାହାର ନିଚ୍ଛକ ଉଦାହରଣ ସ୍ୱାଭିମାନ ଅଂଚଳର ଘୋଡ଼ା ମାଲିକ।

Advertisment
Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ