Advertisment

ଆଶ୍ଚର୍ଯ୍ୟ ! ଝିଅ ଥିଲେ ପୁଅ ହେଲେ, ଏବେ ଜନ୍ମ ଦେବେ ଛୁଆ

ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Kerala Transgender Man Pregnant

Kerala Transgender Man Pregnant

Advertisment

କୋଳକୁ ସନ୍ତାନଟିଏ ଆସିଲେ ମା’ ଜୀବନର ପୂର୍ଣ୍ଣତା ଆସିଥାଏ। ମା’ର ବାତ୍ସଲ୍ୟ ମମତା, ତପସ୍ୟା, ଅବଦାନ ଅବର୍ଣ୍ଣନୀୟ। ଖାଲି ମା’ ନୁହେଁ ବାପା ମଧ୍ୟ ସନ୍ତାନର ଲାଳନ ପାଳନରେ ନିଜକୁ ସମର୍ପି ଦେଇଥାନ୍ତି। ହେଲେ ଏଠି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ଶୁଣିଲେ ଆପଣ ଚକିତ ହେବେ। ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି। ଏଠି ଜଣେ ମହିଳା ନୁହେଁ ବରଂ ପୁରୁଷ ଗର୍ଭବତୀ ହୋଇଛନ୍ତି।

Advertisment

ଛୁଆ ଜନ୍ମ କରିବେ ଏହି ପୁରୁଷ...

କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେହି ନୂଆ ଅତିଥି ଆଉ କେହି ନୁହଁନ୍ତି। ବରଂ ସେମାନଙ୍କର ପ୍ରଥମ ସନ୍ତାନ। ଏନେଇ ଉଭୟ ସୋସିଆଲ୍‌ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମାର୍ଚ୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିବ ବୋଲି ଜିୟା ଓ ଜହାଦ ଆଶା ରଖିଛନ୍ତି। ଗତ ୩ ବର୍ଷ ହେବ ଉଭୟ ଏକାଠି ରହୁଛନ୍ତି।

ଇନଷ୍ଟାଗ୍ରାମରେ ପ୍ରେଗନାନ୍ସି ଫଟୋ ଶେୟାର କରି ଜିୟା ଲେଖିଛନ୍ତି, ‘ଜନ୍ମରୁ ମୁଁ ମହିଳା ନଥିଲି। ଦିନେ ଜଣେ ଛୋଟ ଛୁଆ ମୋତେ ମା’ ବୋଲି ଡାକି ଦେଇଥିଲା। ଏହାପରଠୁ ମୋ ଭିତରେ ମାତୃତ୍ୱ ହେବାର ସ୍ୱପ୍ନ ଥିଲା। ୩ ବର୍ଷ ଆମେ ଏକାଠି ରହୁଛୁ। ଯେଭଳି ମୋର ଏକ ସ୍ୱପ୍ନ ଥିଲା ମୁଁ ମା’ ହେବି, ସେହିପରି ଜହାଦଙ୍କର ମଧ୍ୟ ବାପା ହେବାର ଏକ ସ୍ୱପ୍ନ ଥିଲା। ଆଉ ଆଜି ଉଭୟଙ୍କ ସହମତି କ୍ରମେ ୮ ମାସର ସନ୍ତାନ ତାଙ୍କ ଗର୍ଭରେ ବଢ଼ୁଛି।’

Advertisment

ସ୍ତ୍ରୀରୁ ପୁରୁଷ ହେବା ପରେ ମଧ୍ୟ କେମିତି ହେଲା ଗର୍ଭଧାରଣ...

ରିପୋର୍ଟ ଅନୁସାରେ, ଏହି ଟ୍ରାନ୍ସଜେଣ୍ଡର କପଲ୍‌ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ସହାୟତା ନେଇଥିଲେ। ଜନ୍ମରୁ ଜିୟା ପୁଅ ଥିଲେ। ହେଲେ ସର୍ଜରୀ କରି ସେ ଝିଅ ହୋଇ ଯାଇଥିଲେ। ସେହିପରି ଜହାଦ ଝିଅ ଥିଲେ, ହେଲେ ପରବର୍ତ୍ତୀ ସମୟରେ ପୁଅ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ମଧ୍ୟ ଜହାଦ ଗର୍ଭଧାରଣ କରିଥିଲେ। କୁହାଯାଉଛି ଯେ, ପୁରୁଷ ହେବା ପାଇଁ ସର୍ଜରୀ ବେଳେ ଜହାଦଙ୍କ ଗର୍ଭାଶୟ ଓ ଅନ୍ୟ କିଛି ଅଙ୍ଗକୁ ହଟା ଯାଇନଥିଲା। ତେଣୁ ଏବେ ସେ ଗର୍ଭଧାରଣ କରିଥିବା ଜଣାପଡ଼ିଛି।  

ପରସ୍ପରକୁ ଭଲ ପାଉଥିବାରୁ ସମାଜର ଟାହିଟାପରା ସତ୍ତ୍ୱେ ଉଭୟ ଲିଙ୍ଗ ପରିବର୍ତ୍ତନ କରି ପରସ୍ପରଙ୍କୁ ବିବାହ କରିଥିଲେ। ଜିଆ ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହାଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ଆଉ ଏବେ ଜହାଦଙ୍କ ଗର୍ଭରେ ୮ ମାସର ସନ୍ତାନ ବଢ଼ୁଛି। ଘଟଣା ଯାହା ହେଉ ନା କାହିଁକି ସୋସିଆଲ୍‌ ମିଡିଆରେ ଫଟୋ ଶେୟାର ପରେ ଟ୍ରାନ୍ସଜେଣ୍ଡର କପଲ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି । 

Advertisment
Transgender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ