Advertisment

ପରୀକ୍ଷା ହଲ୍‌ରେ ମା’, କୁନି ପୁଅର ଯତ୍ନ ନେଇ ସମସ୍ତଙ୍କ ହୃଦୟ ଜିତିଲେ କନେଷ୍ଟବଳ ମାଡାମ୍‌

ସେ ଦେବକୀ ନୁହଁନ୍ତି..କିନ୍ତୁ ଯଶୋଦାଙ୍କ ପରି ବଡ଼ ତାଙ୍କ ହୃଦୟ । କାନ୍ଦୁଥିବା କୁନି ପୁଅକୁ ଦେଖି ରହି ପାରିଲେନି । ପରୀକ୍ଷା ଦେବାକୁ ଆସିଥିବା ମା’କୁ ସାହାଯ୍ୟ କରିବା ପାଇଁ ପିଲାକୁ କୋଳେଇ ନେଲେ।

ଅଦ୍ୟତନ ହୋଇଛି
Gujarat Woman Constable

Gujarat Woman Constable

Advertisment

ମା’ର ମମତାର ଅନେକ ରୂପ । ଶରୀର ଅଲଗା ଅଲଗା ହୋଇପାରେ କିନ୍ତୁ ସ୍ନେହ ସମାନ । ତାର ଛାତିରେ ଛାତିଏ ପ୍ରେମ । ମମତାର ମୂଲ ସବୁ ମା’ ପାଇଁ ମହାନ । ଗୁଜୁରାଟର ଜଣେ ମହିଳା କନଷ୍ଟେବଳ ଏବେ ତାଙ୍କର ନିଆରା ମାତୃତ୍ୱ ପାଇଁ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି । ସୋସିଆଲ ମିଡିଆରେ ୟୁଜର ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଅହମ୍ମଦାବାଦ ପୋଲିସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ କନେଷ୍ଟେବଳ ଜଣକ ଶିଶୁକୁ ସମ୍ଭାଳୁଥିବାର କିଛି ଫଟୋ ସେୟାର୍‌ କରାଯାଇଛି । କୁନି ପିଲାଟିର ମା’ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ କନେଷ୍ଟବଳ ମାହାମ୍‌ ଜଣକ ପୂରା ପରୀକ୍ଷା ସମୟ ଶିଶୁଟିକୁ କାଖେଇ ଧରି ଡ୍ୟୁଟି କରିଥିଲେ।

Advertisment

ଗତ ରବିବାର ଗୁଜରାଟ ହାଇକୋର୍ଟରେ ପିଅନ ପଦବୀ ପୂରଣ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ପାଇଁ ଅହମଦାବାଦର ଓଧବର ଏକ କେନ୍ଦ୍ରରେ କନେଷ୍ଟବଳ ଦୟାବେନ୍‌ଙ୍କର ଡ୍ୟୁଟି ପଡ଼ିଥିଲା । ସେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିଲେ । ହେଲେ ପରୀକ୍ଷା ଦେବାକୁ ଆସିଥିବା ଜଣେ ମହିଳାଙ୍କ ସହ ଥିଲା ତାଙ୍କ କୁନି ପୁଅ । ପୁଅକୁ କାଖରେ ଧରି ପରୀକ୍ଷା ଦେବା ସମ୍ଭବ ନଥିଲା । ଆଉ ମହିଳା କନେଷ୍ଟବଳ ଜଣକ କୁନି ପୁଅକୁ କୋଳେଇ ନେଇ ଡ୍ୟୁଟି କରିଥିଲେ । ପିଲାର ମା’ ପରୀକ୍ଷା କେନ୍ଦ୍ରରୁ ନବାହାରିବା ପର୍ଯ୍ୟନ୍ତ ସେ ତାକୁ ବୁଲେଇ ଖେଳେଇ ପାଖରେ ରଖିଥିଲେ ।

Advertisment

ଅହମଦାବାଦ ପୋଲିସ୍ କରିଥିବା ଟ୍ୱିଟରେ ଲେଖାଅଛି, ପରୀକ୍ଷା କେନ୍ଦ୍ରକୁ ଜଣେ ମହିଳା ତାଙ୍କ ୬ ମାସର ପୁଅକୁ ନେଇ ପରୀକ୍ଷା ଦେବାକୁ ଆସିଥିଲେ । ହେଲେ ପରୀକ୍ଷା ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ଛୁଆଟି କାନ୍ଦିଥିଲା । ଯେତେ ବୁଝାଇଲେ ମଧ୍ୟ ବୁଝୁ ନଥିଲା । ପରୀକ୍ଷା ସମୟ ପାଖେଇ ଆସୁଥିବା ବେଳେ ପୁଅର କାନ୍ଦ ବନ୍ଦ ହେଉ ନଥିବା ଦେଖି ମହିଳା ଜଣଙ୍କ ବ୍ୟସ୍ତ ହୋଇପଡ଼ିଥିଲେ । ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ କନଷ୍ଟେବଲ ଦୟାବେନ୍ । ସେ ଛୁଆଟିକୁ ନିଜ ପାଖରେ ରଖିଥିଲେ । ଆଉ ତା’ ମା’ ପରୀକ୍ଷା ଦେବାକୁ ଯାଇଥିଲେ।

ଏବେ ସେହି ସମୟର ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ‌ଭାଇରାଲ୍‌ ଫଟୋକୁ ଦେଖି କନଷ୍ଟେବଳଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଜଣେ ୟୁଜର ଲେଖିଛନ୍ତି, ଆମେ ଆପଣଙ୍କ ପାଇଁ ଗର୍ବିତ ମାଡାମ୍‌ । ଆଉ ଜଣେ ଲେଖିଛନ୍ତି, ଏହା ବାସ୍ତବ ପୋଲିସଙ୍କ ପରିଚୟ । ଏପରି କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ ଏବଂ ମାନବିକତାର ଉଦାହରଣ ।

Advertisment
Woman Constable
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ