Advertisment

Big Breaking : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଅଦ୍ୟତନ ହୋଇଛି
 Surya Narayan Patra

Surya Narayan Patra

Advertisment

ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । 

Advertisment

ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସୂର୍ଯ୍ୟନାରାୟଣ ପାତ୍ର ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ BSc ଓ LLB ପରେ ଓକିଲାତି, ପରେ ସାମାଜସେବା ଓ କ୍ରମେ ରାଜନୀତିରେ ଯୋଗ ଦେଇଥିଲେ । ରାଜନୈତିକ ଯାତ୍ରା ଲମ୍ବିଥିଲା କାଉନସିଲରରୁ ବାଚସ୍ପତି ଯାଏଁ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର। କ୍ରମାଗତ ୭ ଥର ବିଧାୟକ ବନିଥିଲେ ସୂର୍ଯ୍ୟ। ୧୯୯୦ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନା ବିଧାୟକ ଭାବେ ୧୯୯୦ରୁ ୨୦୦୯ ଯାଏଁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ସେ ।

ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ । ୨୦୦୯ରୁ ସେ କ୍ରମାଗତ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ବିଭିନ୍ନ ସମୟରେ ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ । ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଏବଂ ୨୦୨୨ରେ ସେଥିରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।

Advertisment

ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭୂମିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍‌, ବଦ୍ରି ପାତ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ମହମ୍ମଦ ମୋକିମ, ଭୃଗୁ ବକ୍ସିପାତ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Advertisment

Odisha Assembly Surya Narayan Patro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ