Advertisment

କାହା ପାଇଁ ଯୋଜନା? ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ପୋଲ୍ ଖୋଲିଲେ ଚାଷୀ

ଖୋର୍ଦ୍ଧାରେ ଚାଲିଛି ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା...ଚାଷ ପାଇଁ କୌଣସି ସହାୟତା ମିଳିନଥିବା ଅଭିଯୋଗ..

ଅଦ୍ୟତନ ହୋଇଛି
Farmers of Krushi Mela alleging of not getting previous incentives

Farmers of Krushi Mela alleging of not getting previous incentives

Advertisment

କାହା ପାଇଁ ଯୋଜନା ? ମାଳ ମାଳ ଯୋଜନା ସତ୍ତ୍ୱେ ଏଥିରୁ ବଞ୍ଚିତ ଚାଷୀ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆସିଥିବା ଚାଷୀମାନେ ଏହାର ପୋଲ୍ ଖୋଲିଛନ୍ତି। ପୂର୍ବରୁ ଚାଷୀଙ୍କୁ କୌଣସି ସହାୟତା ମିଳିନଥିବା ବେଳେ ଏବେ ମେଳା ପାଇଁ ଏବେ ବାଟଖର୍ଚ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ଚାଷୀମାନଙ୍କୁ ମେଳାକୁ ଆସିବାକୁ ଦିଆଯାଇଛି ଗାଡ଼ି ଖର୍ଚ୍ଚ। ମଇଁଷିଙ୍କ ଖାଇବା ଖର୍ଚ୍ଚ ସହ ମାଲିକଙ୍କ ଦୁଇ ଦିନର ରହଣି ଲାଗି ବି ଦିଆଯାଇଛି ପାଉଣା। ମାତ୍ର ପୂର୍ବରୁ ମିଳିନାହିଁ କୌଣସି ପ୍ରୋତ୍ସାହନ ରାଶି। ଏଭଳି ଅଭିଯୋଗ ଆଣିଛନ୍ତି ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆସିଥିବା ଜଣେ ଚାଷୀ। ଖାଲି ଏହି ଚାଷୀ ଜଣକ କାହିଁକି ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ଆସିଥିବା ଅନେକ ଚାଷୀଙ୍କ ସମାନ ଅଭିଯୋଗ। ପୂର୍ବରୁ ପଶୁପାଳନ ଲାଗି ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିବା ବେଳେ ଏବେ ମେଳାକୁ ଆସିବାକୁ ବାଟ ଖର୍ଚ୍ଚ ଦିଆଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ମେଳାରେ ଗାଈ, ମଇଁଷିଠୁ ଆରମ୍ଭ କରି ଛେଳି, ମେଣ୍ଢା, ଘୁଷୁରୀ ଏବଂ ମାଛ ଚାଷ ପ୍ରଦର୍ଶନ ଲାଗି ପଡ଼ିଛି ସ୍ୱତନ୍ତ୍ର ଷ୍ଟଲ୍ । ମାତ୍ର ଏଠାରେ ସରକାରଙ୍କର ପ୍ରୋତ୍ସାହନ ରାଶି ପାଇଥିବା ଜଣେ ହେଲେ ହିତାଧିକାରୀ ନାହାନ୍ତି। ନିଜ ଉଦ୍ୟମରେ ପଶୁପଳନ କରିଥିବା ଚାଷୀମାନେ ଏଠି ସାଜଛନ୍ତି ହିତାଧିକାରୀ।

Advertisment

ଆଉ ଏମାନଙ୍କୁ ଦେଖାଇ ହିତାଧିକାରୀ ଦେଖାଇ ବିଭାଗ ବାହାବା ନେଉଥିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ଅଜବ ଯୁକ୍ତି। ସରକାରଙ୍କର ଅନେକ ଯୋଜନା ରହିଛି। ଆଗକୁ ଏମାନେ ସହାୟତା ପାଇବେ ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ପ୍ରାଣୀ ସମ୍ପଦ ଅଧିକାରୀ।

Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ