Advertisment

ଦାଦନ ଖଟିବାକୁ ଦୁବାଇ ଯାଇଥିବା ପୁଅ ଏବେ କୋମାରେ

ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫଟୋ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା..

ଅଦ୍ୟତନ ହୋଇଛି
Special Story

Special Story

Advertisment

ବିଦେଶ ମାଟିର ମେଡିକାଲରେ କୋମାରେ ପଡ଼ିଛି ପୁଅ । ଆଉ ଘରେ ଅସୁସ୍ଥ ପୁଅର ଆରୋଗ୍ୟ କାମନା କରି ଲାଗିଛି ଅଖଣ୍ଡ ଦୀପ । ହେଲେ ଆତ୍ମୀୟ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଆଉ କୋହ ସମ୍ଭାଳି ନ ପାରି ଏମିତି ବୁକୁ ଫଟାଇ ଚିତ୍କାର କରୁଛନ୍ତି । ପେଟ ଚାଖଣ୍ଡେକ ପାଇଁ ପୁଅ ଯାଇଥିଲା ଦାଦନ ଖଟି । ହେଲେ ବସ୍ ଦୁର୍ଘଟଣାରେ ଆହତ ହୋଇ ଏବେ ମେଡିକାଲରେ ମରଣ ସହ ଲଢ଼େଇ କରୁଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଣିକ୍ୟପୁର ଗ୍ରାମର ରାଜୁ ମଲ୍ଲିକ।

Advertisment

ଦୁବାଇର ଆଲକସ୍ ଆର.ଏଲ.ଏସ ଟେକ୍ନିକାଲ ୱାର୍କ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ l ଗତ ଜୁଲାଇ ୨୧ ତାରିଖ ଦିନ କମ୍ପାନି ବସରେ ରୁମ୍‌କୁ ଫେରୁଥିବା ସମୟରେ ହଠାତ ବସ ଦୁର୍ଘଟଣା ଗସ୍ତ ହୋଇଥିଲା l ଦୁର୍ଘଟଣାରେ ରାଜୁ ଗୁରୁତର ହୋଇପଡ଼ିଥିଲେ l ତାଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଥିଲା l ବର୍ତମାନ ରାଜୁ ମସ୍ତିସ୍କ ଆଘାତ ସାଙ୍ଗକୁ ହୃଦଘାତ ଅବସ୍ଥା ରେ କୋମାରେ ଅଛନ୍ତି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ