Advertisment

ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ଗୋଟିଏ ପରିବାରର ୬ ସଦସ୍ୟ

ଗୁହାରି କରି କରି ଥକିଗଲେଣି.. କେହି ଶୁଣୁନାହାନ୍ତି... ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ଅଦ୍ୟତନ ହୋଇଛି
Family members cry for justice in front of Naveen Nivas

murder case

Advertisment

ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରୁନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକଙ୍କ ହତ୍ୟା ହୋଇଥିଲା ।

Advertisment

ଏହି ହତ୍ୟାକାଣ୍ଡରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାରେ କାହାରିକୁ ଗିରଫ କରୁନଥିଲା ପୋଲିସ । ତେବେ ବାରମ୍ବାର ପରିବାର ଲୋକଙ୍କ ଧାରଣା ପରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ।

ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ପରିବାର ସଦସ୍ୟ ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ପୋଲିସ୍‌ ସମସ୍ତଙ୍କୁ ଉଠାଇ ଥାନାକୁ ନେଇଥିବା ଜଣାଯାଇଛି ।

Advertisment

ମୃତକଙ୍କ ବାପା କହିଛନ୍ତି, ‘ମୋ ୧୬ ବର୍ଷର ପୁଅକୁ ମାରି ଦେଇଛନ୍ତି । ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖୋଲାରେ ବୁଲୁଛନ୍ତି । ମୋ ଘରକୁ ଆସି ମାରିବାକୁ ଧମକଚମକ ଦେଉଛନ୍ତି । ମୋ ପିଲା ପରିବାର ନେଇ ମୁଁ ରହିପାରୁନି ।’

Murder Case Naveen Nivas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ