Advertisment

ମହିଳା କଲେଜ ହଷ୍ଟେଲ ପାଇଁ ୨ ମହଲା ଘରକୁ ଦାନରେ ଦେଇଦେଲେ

ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଆଉ ଏକ ବଡ ଉତ୍ସର୍ଗ । ସମ୍ବଲପୁର ସରକାରୀ ମହିଳା କଲେଜକୁ ଦାନ କଲେ ନିଜ ଘର ।

ଅଦ୍ୟତନ ହୋଇଛି
Doctor Donate Property

Doctor Donate Property

Advertisment

ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଆଉ ଏକ ବଡ ଉତ୍ସର୍ଗ । ବିଭିନ୍ନ ସମୟରେ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରିଥିବା ବେଳେ ଶେଷରେ ସେ ରହୁଥିବା ନିଜର ବାସ ଭବନଟିକୁ ଦାନ କରି ଦେଇଛନ୍ତି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ । ସହରର ଭୁତାପଡ଼ାସ୍ଥିତ ୮ ଡେସିମିଲ ପରିମିତ ଜାଗାରେ ନିର୍ମିତ ୨ ମହଲା ଘରଟିକୁ ଦାନ କରିଦେଇଛନ୍ତି ।

Advertisment

ଡାକ୍ତର ପଣ୍ଡାଙ୍କର ସେହି ଘରଟିକୁ ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ଭାବେ ବ୍ୟବହାର କରାଯାଉଛି। ଏହି ଘରକୁ ୪ରୁ ୫ ମାସ ପୂର୍ବେ ହଷ୍ଟେଲ ଭାବେ ବ୍ୟବହାର କରାଯାଇଆସୁଛି । ଗତକାଲି ଡାକ୍ତର ପଣ୍ଡା ମହିଳା ମହାବିଦ୍ୟାଳୟକୁ ଯାଇ କାଗଜପତ୍ର ହସ୍ତାନ୍ତର କରିଛନ୍ତି ।

ପୂର୍ବରୁ ମଧ୍ୟ ଗଙ୍ଗାଧର ମେହେର କଲେଜକୁ ୩୦ ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ ନାରାୟଣୀ ପଣ୍ଡା। ସମାଜସେବାରେ ନିଜକୁ ଉତ୍ସର୍ଗ ପାଇଁ ଗତ ବର୍ଷ ନାରାୟଣୀ ପଣ୍ଡାଙ୍କୁ OTV citizen award ପ୍ରଦାନ କରାଯାଇଥିଲା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ